January 2023

ଆକାଂକ୍ଷାର ସଂଜ୍ଞା

ଅସୀମିତ ଆକାଂକ୍ଷା ଓ ସୀମିତ ପ୍ରାପ୍ତିର ଅବିରତ ସଂଗ୍ରାମ ଭିତରେ କିଛି ଇଛା ପ୍ରାପ୍ତ ହୁଏ ପ୍ରାପ୍ତିର ପୂର୍ଣ୍ଣତା, ଆଉ କିଛି ଭାଙ୍ଗି ଯାଏ ଢଳ ଢଳ ସ୍ଵପ୍ନଭରା ଜଳ ବୁଦବୁଦ ପରି ଭରିଦେଇ ଭିଡ଼ ଭିତରେ ଭରପୁର ଶୂନ୍ୟତା, ସ୍ତର ପରେ ସ୍ତର ଅସରନ୍ତି ଆକାଂକ୍ଷାର ରଙ୍ଗ ପ୍ରଲୋଭିତ କରି ବେସୁରା କରନ୍ତି ଯାହା ଜୀଵନର ଶାଶ୍ୱତ କବିତା । ସେଇ ସୀମାହୀନ ଆକାଂକ୍ଷାର ବୋଝ ତଳେ ଚାପି ହୋଇ ମୃତ ହୁଏ ବିବେକୀ ଅଭୀପ୍ସା, …

ଆକାଂକ୍ଷାର ସଂଜ୍ଞା Read More »

ମୁଁ ତୁମର

ମୁଁ ତୁମକୁ ଚାହେଁ କେବଳ ତୁମର ହେବାକୁ ଚାହେଁ ନୁହେଁ ଆଉ କାହାର…. ।। ମୁଁ ତୁମ ସାଥୀ ହେବାକୁ ଚାହେଁ ଖାଲି ଏଇ ଜନ୍ମର ନୁହେଁ ସାତ ଜନ୍ମର……।। ମୁଁ ତୁମ ବନ୍ଧୁ ହେବାକୁ ଚାହେଁ କେବଳ ଆଜିର ନୁହେଁ ସବୁ ଦିନର….।। ମୁଁ ଫଗୁଣ ଟିଏ ହେବାକୁ ଚାହେଁ ଆଉ କାହାର ନୁହେଁ ତୁମ ବସନ୍ତର… ମୁଁ ଲାଲ୍ ରଙ୍ଗଟିଏ ହେବାକୁ ଚାହେଁ ଇନ୍ଦ୍ରଧନୁର ନୁହେଁ ତୁମ ପ୍ରେମର….।। ମୁଁ ରାଣୀଟିଏ ହେବାକୁ ଚାହେଁ …

ମୁଁ ତୁମର Read More »

କବିତାରେ ତୁମେ

ତୁମେ ନିଶ୍ୱାସ ପ୍ରଶ୍ୱାସ ଆଶ୍ୱାସନା ତୁମେ ଦିବସ ରଜନୀ ପ୍ରବୋଧନା ।। ତୁମେ ଆହାର ବିହାର ଆଚରଣେ କର୍ମ କର୍ତ୍ତବ୍ୟ ବିଭୋର ଆଲୋଡନେ ।। ତୁମେ ଗୁଣ ଦ୍ଵନ୍ଦ ବ୍ୟୋମ ମାୟାତୀତ ଜୀଵ ହୃଦୟ କନ୍ଦରେ ପ୍ରସ୍ଫୁଟିତ ।। ଶୋକ ଜର୍ଜରିତ ଚିତ୍ତେ ଆରାଧନ ତୁମେ ବିପଦେ ଆପଦେ ସଦା ଧ୍ୟାନ ।। ତୁମେ ଆଧାର ପ୍ରେମର ଶିଳାପଦ୍ମ ଜୀଵ ନିର୍ଜୀବ ଶରୀରେ ତତ୍ୱ ସମ ।। ତୁମେ ଅନ୍ଧାରୀ ସାଗରେ ଧ୍ରୁବତାରା ଦ୍ଵନ୍ଦ ମାନସେ ଦେଖାଅ …

କବିତାରେ ତୁମେ Read More »

ତୁମେ ଆଉ ମୁଁ

ତୁମେ ସୁଆଦିଆ ଗରମ ଚା’ ର ବାସ୍ନା ମୁଁ ସେଇ ପୋଡା ମାଟିର କପ୍ ତୁମେ ସନ୍ଧ୍ୟାର ଅଦିନିଆ ମେଘୁଆ ପାଗ ମୁଁ ରାଗ ମିଶା ଖଟାଳିଆ ସୁପ୍ ।। ତୁମେ ସଜ ଫୁଲମାନଙ୍କର ସତେଜ ତୋରଣ ମୁଁ ଡ଼ାଏରୀ ଛାତିର ଶୁଖିଲା ଗୋଲାପ ତୁମେ ହୀରାମୋତି ଖଞ୍ଜା ଜୀବନ୍ତ ମୂର୍ତ୍ତିଟିଏ ମୁଁ ତମ୍ବା ଚାଦରରେ ସୁନାର ପ୍ରଲେପ ।। ତୁମେ ସଂଗ୍ରହାଳୟେ ସାଇତା ପୋଥିଟିଏ ମୁଁ ତୁମ ଥାକରେ ଆଲେଖା କଲମ ତୁମେ ଶୀତଳ କାଚଘରର …

ତୁମେ ଆଉ ମୁଁ Read More »

ହୃଦୟ କେବଳ ତୁମକୁ ଖୋଜିବ

ନୀରବରେ ଲୁହ ତଥାପି ବୋହିବ ନୂଆ ବର୍ଷରେ ତୁମର ନୀରବତା ରେ ଖାଲି ଉତ୍ତର ଖୋଜିବ ।। ଏହି ବର୍ଷ ତୁମକୁ ହରାଇବାର ଯନ୍ତ୍ରଣା ସବୁଦିନ ପାଇଁ  ସାଥିରେ ରହିବ ।। ତଥାପି ଜୀବିତ ରହିବି ମୁଁ ଟିମ୍ ଟିମ୍ ତାରା ମାନଙ୍କ ର ଆଲୋକରେ ତୁମକୁ ଆଲିଙ୍ଗନ କରି ଏହି ଆକାଶ ହସିବ ।। ତାରିଖ ପରିବର୍ତ୍ତନ ହେବ ସମୟର ଗତି ସହିତ ହୃଦୟର ଯନ୍ତ୍ରଣା ପରିବର୍ତ୍ତନ ହେବ ନାହିଁ ସେ କେବଳ ତୁମକୁ ହିଁ …

ହୃଦୟ କେବଳ ତୁମକୁ ଖୋଜିବ Read More »

ତୁମେ ଓ ମୁଁ

ତୁମ ମରୁଭୂମି ପ୍ରଦେଶରେ, ମୁଁ ତୃଷ୍ଣାରେ ଆତୁର। ତୁମ ଅନେକ ପ୍ରଶ୍ନର, ମୁଁ ହେବି ଉତ୍ତର। ତୁମେ ଆରମ୍ଭ ହେଲେ, ମୁଁ ଅନ୍ତ ହେଲି ତୁମର। ତୁମେ ନିଶା ହେଲେ, ମୁଁ ନିଶ୍ୱର। ତୁମେ ଫୁଲ ହେଲେ, ମୁଁ ଭ୍ରମର। ତୁମେ ଜହ୍ନ ହେଲେ, ମୁଁ ମଲ୍ଲାର। ତୁମ ପ୍ରତିଟି ବିନ୍ଦୁରେ ଯୋଡ଼ି ହୁଏ, ନିତି ଅଙ୍ଗିକା ମୋହର। ମୁଁ ଦେହ ହେଲେ , ତୁମେ ଛାଇ ମୋର। ମୁଁ ନିଆଁ ହେଲେ , ତୁମେ ନଈ …

ତୁମେ ଓ ମୁଁ Read More »

ତୁମେ : ଏକ ଅମୂଲ୍ୟ ଉପହାର

ଜାଣିଛ . . . ! ସେ . .  ଦୂର ପାହାଡ଼ର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ତୁମେ ଯେବେ ଭାବୁଥାଅ ଏଣୁତେଣୁ କିଛି କଥା; ମୁଁ ତ ବାସ୍ ଉପଭୋଗ କରୁଥାଏ, ତୁମ ଚଞ୍ଚଳ ଆଖିରେ, ଆନମନା ଭାବନାସବୁକୁ ଯାହାର ସ୍ପଷ୍ଟ ପ୍ରତିବିମ୍ବ ଆଙ୍କିଦିଏ ତୁମର ସେଇ ପ୍ରସାରିତ ମଥା । ଟିକି ଟିକି ଚଢ଼େଇଙ୍କ କିଚିରି ମିଚିରି ଶବ୍ଦ ଶୁଣି ତୁମେ ଯେବେ ଧାଇଁଯାଅ ଉଡ଼ିବାର ପ୍ରୟାସରେ; ଆହାଃ କି ଆନନ୍ଦ ସେତେବେଳେ, ଯେବେ …

ତୁମେ : ଏକ ଅମୂଲ୍ୟ ଉପହାର Read More »

“ତୁମେ ଏକ ଢଳ ଢଳ ସ୍ଵପ୍ନ”

ବାକ୍ୟଟିଏ ସରିଯାଏ ସିନା ପୂର୍ଣ୍ଣଛେଦ ପରେ, କାହାଣୀ ସରେନା କିନ୍ତୁ ଶେଷ ପୃଷ୍ଠା ପରେ। ତୁମ ସହ ଶେଷ ଦେଖା ସିନା ସରିଲା ଦ୍ବିଧାରେ, କଥା କିନ୍ତୁ ଲାଖି ରହିଅଛି ଆଜି ବି ଅଧରେ। ବର୍ଷଟେ ଆୟୁଷ କୋଳେ ଧରି ଆସିଥିଲ ଦିନେ, ଦେଖୁ ଦେଖୁ ବେଳ ଗଲା ବୁଡ଼ି ଦୂର ଦିଗନ୍ତରେ। ଜୀବନଟା ବନ୍ଧା ନୁହେଁ କେବେ ବର୍ଷ ମାସ ଦିନେ, ମନଭରି ଜିଇଁବାର ଧାରା ସମୟ ଛାତିରେ। କିଏ କହେ ଫେରିଗଲ ତୁମେ ଅତୀତର …

“ତୁମେ ଏକ ଢଳ ଢଳ ସ୍ଵପ୍ନ” Read More »

ସ୍ମୃତି ..

ସ୍ମୃତି ସେ ତ ଫୁଲ ପେନ୍ଥା ଟିଏ , ମୋ ମନର ଶୂନ୍ୟ ବଗିଚା ରେ | ଶ୍ରାବଣ ର ବର୍ଷା ପରି ଆଖିକୁ ଭିଜାଏ ଶୀତର କାକର ପରି ସ୍ବପ୍ନ କୁ ସଜାଏ ଫଗୁଣର ଫଗୁ ଭଳି ମନକୁ ରଙ୍ଗାଏ ବୈଶାଖର ତାତି ପରି ମନକୁ ଜଳାଏ କୃଷ୍ଣ ଚୁଡାର ହସ ପରି ମନ ମୋହିଥାଏ । ସ୍ମୃତି ସେତ ପହିଲି ଆଷାଢ଼ର ବର୍ଷା , ଭିଜା ମାଟିର ବାସ୍ନା ପରି କରେ ମତୁଆଲା , …

ସ୍ମୃତି .. Read More »

ବିଦାୟୀ ମୁହୂର୍ତ୍ତ

ଅନେକ ଅତୀତର ବିଦାୟ ଉତ୍ତାରେ ଭବିଷ୍ୟତଟିଏ ଆସେ ବର୍ତ୍ତମାନ ହୋଇ, ଆଉ ପ୍ରତିଥର ଆଚମ୍ବିତ କରି ଦେଇଯାଏ କିଛି ନା କିଛି ଯାଦୁକରୀ ଚକମା ଦେଖାଇ। ଝୁଣ୍ଟିବା ଓ ଉଠିବାର କ୍ରମ ଧାରା ଦେଇ ହାର୍ ଜିତ୍ ର ସୂତ୍ର ଦିଏ ସମ୍ୟକେ ଶିଖାଇ, ଭଙ୍ଗା ସ୍ୱପ୍ନର କାଚ ଖଣ୍ଡ ମାନଙ୍କ ଭିତରେ ନୂଆ କିଛି ଆଶା ପୁଣି ନାଚି ନାଚି ହସଇ। ଅଚାନକ ଜଡତାର ନିଦ୍ରା ଯାଏ ଭାଙ୍ଗି ନୂଆ ଏକ ପ୍ରଭାତର କରାଘାତ ପରେ, …

ବିଦାୟୀ ମୁହୂର୍ତ୍ତ Read More »