March 2023

ସଞ୍ଜ ଅଭିସାର

ତୁମ ଗୋଲାପୀ ଚିବୁକରେ ଫୁଟି ଉଠିଥିଲା ଆନନ୍ଦର ସହସ୍ର କୁସୁମ ତୁମ କମ୍ପିତ ଅଧରରୁ ଝରି ପଡୁଥିଲା ସମ୍ମତିର ମଧୁ ଅଭିସାର ଅଗଣିତ ସପନର ବିମୁଗ୍ଧ ତାରକା ଚିକମିକ କରୁଥିଲେ ଢଳ ଢଳ ସଜ୍ଜଳ ଆଖିରେ। ଦୁଇକେରା କେଶ ଆସି ନାସାଗ୍ରକୁ ଛୁଇଁ କାନରେ ତୁମର କିଛି ଦେଉଥିଲେ ଗୁପ୍ତ ମନ୍ତ୍ରଣା, ଅଚାନକ ବାସି ଉଠିଥିଲା କବରୀ ତୁମର ବାକରୁଦ୍ଧ ଅଧରରୁ ଝରୁଥିଲା ପ୍ରିତୀର ଝରଣା। ଉଇଁ ଆସୁଥିଲା ଝାପ୍ସା ତୋଫା ଜହ୍ନ ସାକ୍ଷୀ ଥିଲା ତୁମ …

ସଞ୍ଜ ଅଭିସାର Read More »

ଦୋଳ ଗୋବିନ୍ଦ

ଚୂତ ଡାଳେ ଆସିଲାଣି ବସନ୍ତ କୋକିଳ କଣ୍ଠରେ ମଧୁ ସଙ୍ଗୀତ ରଙ୍ଗ ପ୍ରସୂନରେ ଶୋଭେ ଜଗତ ଧରଣୀ ରାଣୀ ହୃଦ ରୋମାଞ୍ଚିତ ଚଉଦିଗେ ଖେଳେ ମହା ଆନନ୍ଦ ଦୋଳେ ବିଜେ ଆଜି ଦୋଳ ଗୋବିନ୍ଦ। ଦୂର ଦିଗନ୍ତେ ହସେ କିଶଳୟ ତନୁ ଛୁଇଁଯାଏ ମୃଦୁ ମଳୟ ଧ୍ୱନିତ ଶ୍ରୀରାଧା କୃଷ୍ଣଙ୍କ ଜୟ ଆହା ଏ ମୁହୁର୍ତ୍ତ ଅମୃତମୟ ନାଚିଉଠେ ଆଜି ପୂର୍ଣମୀ ଚାନ୍ଦ ଦୋଳେ ବିଜେ ଆଜି ଦୋଳ ଗୋବିନ୍ଦ। ରାଧାରାଣୀ ବେଣୁପାଣି ସଙ୍ଗତେ ଦୋଳି ଖେଳୁଛନ୍ତି …

ଦୋଳ ଗୋବିନ୍ଦ Read More »

ଫଗୁଣେ ଅବିର

ବସନ୍ତ ଆସିଛି ଖୁସିର ପସରା ଧରାରେ ମେଲାଇ ଦେଇଛି, ଫଗୁଣର ବାସ୍ନା ଅବିର ଭିତରେ ଚଉଦିଗ ଖେଳି ଯାଉଛି, କୁଞ୍ଜରେ ରାହାସ ହେଉଛି ଦୋଳ ବିମାନରେ ଶ୍ରୀରାଧା ଶ୍ରୀକୃଷ୍ଣ ଅବିରରେ ରଙ୍ଗ ଲାଗିଛି ।। ଆସିଛନ୍ତି ବୁଲି ଶ୍ରୀଦୋଳଗୋବିନ୍ଦେ ଭକ୍ତ ସାଥେ ହୋଲି ଖେଳିବେ, ସର୍ବେ ହୋଇ ମେଳ ଖେଳିବାରେ ଖେଳ ଶ୍ରୀପୟରେ ଫୁଗୁ ବୋଳିବେ, ସେ ଫଗୁ ଦେହରେ ବାଜିଲେ କୋଟି ଜନମର ପାପକ୍ଷୟ ହେବ ସେ ଦୃଶ୍ୟରେ ଚିତ୍ତ ହରିବେ । ଭକ୍ତ ସାଥେ …

ଫଗୁଣେ ଅବିର Read More »

ପ୍ରିୟତମା

କାନ ଝୁମକାକୁ, ନାକରେ ନୋଥ। ତିରଛି ଆଖି ଚାହାଣୀ, ହଜେଇ ଦିଏ ମୋ ନିଦ। ନାଲି ଓଠକୁ, ହାତେ ଗୋଲାପୀ ଚୁଡି। ମଥା ବିନ୍ଦିକୁ, କଳାଜାଇର ସେ ଯୋଡ଼ି। ଏ ପ୍ରେମ ଇନ୍ଦ୍ରିୟ ତୁମଠାରେ କରି ବାସ ଦିନରାତି ମୋହିନୀ ସାଜି ମତେ କରେ ତୁମ ଦାସ। ଆଗୋ ଅଳସୀ ଅରଣ୍ୟା, ତୁମେ ତ ଜୁଆରୀ ବନ୍ୟା। ଅନଳ ନୟନେ, ତୁମେ ଶିଥିଳ କନ୍ୟା। ମୋ ତୃଷାର ତୃଷ୍ଣା ତୁମେ, କେବେ ବରଷା ଝର। ବୈଶାଖର କେବେ …

ପ୍ରିୟତମା Read More »