ଘର ବାହୁଡ଼ା
କିଏ କହେ ନିଜର ଲୋକକୁ ସାମ୍ନାରେ ପାଇଲେ ଗୋଟେ ନାରୀ ତା’ର ଉତ୍କଣ୍ଠାକୁ ଚାପିରଖିପାରେ ବୋଲି l ସେଇଟା ଯଦି ସତ, ମୋ ଦ୍ୱାରା ହୋଇପାରେନି l ଖାଲି ମୋ ଭଳି ଯଦି କେହି ତାଙ୍କର ଜୀବନସାଥୀ ସେନାବାହିନୀରେ ଥିବେ ଓ ମାସ ମାସ ଧରି ନିଜଠାରୁ ଦୂରରେ ରହୁଥିବେ, ସେମାନେ ହିଁ ଏଭଳି ଅନୁଭବକୁ ବୁଝିପାରିବେ l ବାହାଘରର ଠିକ୍ ଅଳ୍ପଦିନ ପରେ ଏମିତି ହଠାତ୍ ଡାକରା ଆସିବ ଆଉ ସେ ସମ୍ପୂର୍ଣ୍ଣ ଛୁଟିକୁ ନ …