ଛାତିଏ ପ୍ରେମ ଓ ରାତିଏ ସ୍ୱପ୍ନର ଅଭୁଲା କଥା
ମନେଅଛି! ବର୍ଷା ବତୁରା ସେଇ ଅଳସି ଅପରାହ୍ନ କଥା; ଯେଉଁଠି ତୁମେ ଥିଲ, ମୁଁ ଥିଲି; ଆଉ ତୁମ ପ୍ରକୋଷ୍ଠ ର ନେପଥ୍ୟରେ ବୋଧହୁଏ ଥିଲା ନିମିଷକ ନୀରବତା; ଶୂନ୍ୟ ରେ ଚିତ୍କାର କରି ତୁମ ପ୍ରେମକୁ ବ୍ୟକ୍ତ କରିବାକୁ ଚାହୁଁଥିଲା, ଚେତେଇ ଦେବାକୁ ଚାହୁଁ ଥିଲା ମୋତେ, କେତେ ଯେ ଶକ୍ତି ଏଇ ଦୁଇଟି ଶବ୍ଦ ରେ! ତୁମର ସେ ଫାଜିଲ କାନ୍ଥ ଘଣ୍ଟାର ଟିକ୍ ଟିକ୍ ଶବ୍ଦସବୁ, ସତେକି ମୋ ହୃଦ ସ୍ପନ୍ଦନ ରେ …