October 2024

ଶରତ ଅନୁରାଗ

ଶରତ ଅନୁରାଗ ସ୍ୱଚ୍ଛ ଶରତର ନୀଳାଭ ଆକାଶେତାରକା ଚମକ କରେ,ନୀଳ ମାଟିରେ ମୌନ ଗୀତ,ବୃକ୍ଷରାଜି ଫୁଲ ହରେ || କୋଇଲିର ତାନେ ଗ୍ରାମ୍ୟ ଉପବନେମୋ ହୃଦୟ ଗୀତ ଗାଏ,ଗଗନେ ତାରକା ସେଇ ନିହାରିକାଅଭିଳାଷ ତା’ ଜଣାଏ || ପାଲିଆ ହୃଦୟ ଧଡ଼କ ଗୁଞ୍ଜନଏଇ ଶରତ ଦିନରେ,ତୁମର ସ୍ମୃତିକୁ ଏବେ ବି’ ଭାଳୁଛିଲୁଚାଇ ହୃଦ କନ୍ଦରେ ll ମୋ ପ୍ରେମର ଏହି ପ୍ରଣୟ ଗାଥା,ସମୟ ସିନେମା ହେଇଛି,ସହରେ ବହଇ ଶୀତଳ ପବନମନଟା ତୁମକୁ ଝୁରୁଛି ll ଶରତ ଆଣିଛି …

ଶରତ ଅନୁରାଗ Read More »

ଅସୁର ମରିଲା ପରେ

ମୋନା ତା ଝିଅ ନେହାକୁ ଦୂର୍ଗାପୂଜା ସମୟରେ ଅସୁର ଆଉ ମା ଦୂର୍ଗାଙ୍କ କାହାଣୀ ଶୁଣଉଥାଏ।ନେହା ପଚାରିଲା,” ମାମା ଅସୁର ମରିଗଲା ପରେ କ’ଣ ହେଲା?” ମୋନା କହିଲେ ସବୁ ଦେବତା ମାନେ ମା ଙ୍କୁ ହାତ ଯୋଡି ଧନ୍ୟବାଦ ଦେଲେ ଆଉ ଖୁସିରେ ରହିଲେ।ନେହା କହିଲା,” ଏଥର ଦୂର୍ଗା ପୂଜା ଦେଖିବାକୁ ଆମେ ଯିବାନି କି?”ମୋନା କହିଲା ,” ନା ଏଥର ଆମେ ଗାଁ କୁ ଯିବା। କାଲି ଅଷ୍ଟମୀ। ଗାଁରେ ପିଠା ହେବ ,ଜେଜେ …

ଅସୁର ମରିଲା ପରେ Read More »

ଶରତ ଅନୁରାଗ

ଶରତ ଅନୁରାଗ ଫି’ ସନ ଆସୁଛି ଶରତ,ବେଳ ଉଣ୍ଡି କାଶତଣ୍ଡୀ ଢାଳୁଛି ଚାମର |ଶରଧାର ଶ୍ରୀମନ୍ଦିରେ,ଖେଳୁଛି ସ୍ନିଗ୍ଧପ୍ରଭା ଅହରହ ଶିଶିର |ନୀରବତା, ନିବିଡ଼ତା,ସବୁଠି ରୂପଲାବଣ୍ୟର ଅଦ୍ଭୁତ ଶୃଙ୍ଗାର |ଶରତର ପୂର୍ଣ୍ଣ ଇନ୍ଦୁ,ପରଶୁଛି ଅମୃତ ଧରଣୀ ଉପର |ଭବ୍ୟ ଉତ୍ସବ,ଲାଜେଇଛି କୁମୁଦଧରିତ୍ରୀ ଧରିଛି ହାତେ ବନ୍ଦାଣର ଥାଳ |ଶରତଆକାଶେ ଧଳା ବଉଦ,ରହିରହି ଶୁଭେ କାହା ବାଜେଣୀ ନୂପୁର|ଆସିଛି ଶରତ, ହସୁଛି ମରତ,ଉଲ୍ଲସିତ ତନୁମନେ ପ୍ରୀତିର ଜୁଆର |ହେଉଛନ୍ତି ଆଗପଛ,ଭସାମେଘ ସାଥେ ଶଶୀ ଦିବାକର |ପ୍ରକୃତି ଅଙ୍ଗରେ ସବୁଜ ପଣତ,ଶରତ …

ଶରତ ଅନୁରାଗ Read More »

 ଦେବୀ

ସୁଲତା ସେଦିନ ସ୍କୁଲରେ ଭାରି ଅନ୍ୟମନସ୍କ ଥିଲା । ହସ୍ତାକ୍ଷର ଖାତା ସାରଙ୍କୁ ଦେବାକୁ ଭୂଲିଗଲା । ସାଧାରଣ ଶତକଡ଼ା ଅଙ୍କଟିଏ ତାର ବାରମ୍ବାର ଭୁଲ ହେଲା । କାତ ଧରି ଧୀରେ ନାଉରି  କବିତା ଆବୃତ୍ତିରେ  ବାରମ୍ବାର ଝୁଣ୍ଟିଲା ଆଉ ପଛକୁ ଫେରିଲା ।””  ଆଉ ପାଠପଢାରେ ମନ ନାହିଁ “‘ , କଥାଟା ସାରଙ୍କ ଠାରୁ ପ୍ରଥମ ଥର ପାଇଁ ଶୁଣିଲା ।   ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ଶ୍ରେଣୀରେ ଦ୍ୱିତୀୟ …

 ଦେବୀ Read More »

ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ

ଧୀର ସମୀରଣ ବହୁଅଛି ଆଜି  ଆସିଛି ଶରତ ନବବଧୂ ସାଜି, ନବବେଶେ ଏଇ ଶ୍ୟାମଳ ମେଦିନୀ  ମନ ମୋହି ସତେ କରୁଛି କି ଗୁଣି । ତଟିନୀ ତଟେ ଏ କାଶତଣ୍ଡୀ ଫୁଲ  ଆଶ୍ୱିନ ଶେଷ ଯାଏଁ ଅଛି ତା’ ମୂଲ, ଲୋଟେ ଯେ ଶେଫାଳୀ ତଳେ ମାଳ ମାଳ କିଏ ବା ହୋଇବ ତା’ର ସାଥେ ତୁଲ ! ଆବାହନ କରୁଅଛି ଧବଳ ଧରଣୀ  ଅବତରି ଆସିଛି ସିଂହବାହିନୀ, ଧରା ପାଇ ତା’ର କୋମଳ ପରଶ  …

ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ Read More »

ଏବେ ବି ଓଦା ଓଦା କେଇହଳ ଆଖି

ଦେବୀ ଗଲା ପରେ ଏବେ ଖାଲି ମେଞ୍ଚା ମେଞ୍ଚା ନିଷ୍ପ୍ରାଣ ଶୂନ୍ୟତା ଚିକମିକ ହେଉଥିବା ସହରର ରାତି ସବୁ ଯେମିତି ହରାଇ ବସିଛନ୍ତି ନିଜ ସାଇତା ଐଶ୍ୱର୍ଯ୍ୟ ଓ ଖିଲି ଖିଲି ହସି ଉଠୁଥିବା ପ୍ରଗଳ୍ଭତା। ଦେବୀଗଡାରେ ଇତସ୍ତତଃ ପଡ଼ିଥିବା ଛଡାଫୁଲ ସବୁ ଖୋଜୁଛନ୍ତି ଭାସି ଯାଇଥିବା ନିବିଡ଼ ଅଶ୍ଳେଷ ମାଟିର ଦେବୀ ପ୍ରତିମା ପୁନଃଶ୍ଚ ମାଟିମଗ୍ନା ଖାଁ ଖାଁ ମଣ୍ଡପରୁ ତୋରଣ ପର୍ଯ୍ୟନ୍ତ। ହ୍ୱାଟ୍ସ ଅପ୍ ର ଷ୍ଟାଟସ୍ ରେ ଆଉ ଦିଶୁନାହିଁ ତୋରଣ ଓ …

ଏବେ ବି ଓଦା ଓଦା କେଇହଳ ଆଖି Read More »

ଦେବୀପକ୍ଷ – ଅଶୀଣ ସଞ୍ଜେ

ଅଶୀଣ ସଞ୍ଜେ ଘର ଟା ଖାଁ ଖାଁ ଲାଗୁଛି । ସବୁଆଡେ ଆଦ୍ୟାର ଅସଂଖ୍ୟ ପଦଚିହ୍ନ । ଆଦ୍ୟା ରୁମ୍ ରେ ଟଙ୍ଗା ହେଇଥିବା ସମୟ ମୁହଁ ମୋଡ଼ି ଦେଇଛି । ବାଲକୋନୀରେ ରାତିର ନୀରବତା କାନ୍ଦୁଛି । କାନ୍ଥ ସାରା ଆଦ୍ୟାର ରଙ୍ଗତୂଳୀର ଚାଳନ ଧୀରେ ଧୀରେ ଫିକା ପଡୁଛି । ମନିପ୍ଲାଣ୍ଟ୍ ପାଖରେ ଅଳନ୍ଦୁ ନିଜ ବସା ବାନ୍ଧିଲାଣି । ଦୁଇବର୍ଷ ବିତିଗଲାଣି ସେ କଥାକୁ । ଏଇ ପାର୍ବଣ ବେଳେ ହିଁ ଏଇ …

ଦେବୀପକ୍ଷ – ଅଶୀଣ ସଞ୍ଜେ Read More »

ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ

ଛାଡି ଯାଇଛି ମେଘ , ଅନ୍ଧାର କୁ ଆଡେଇ ହେଇ ଦିଶିଲେଣି କେଇ ଗୋଟି ତାରା, ଆଲୁଅ କହିଲେ ଭିଜା ଦେହରେ ଶୁଖିଲା ଦିଶୁଥିବା ଫାଳେ ମିଛେଇ ଜହ୍ନ ..! ଜଳେଇ ପାରିନି ସତ ଲିଭେଇ ଦେଇ ଯାଇଛି ମାଟି ଠୁ କେଉଁ ଏକ ଆକାଶକୁ ସ୍ପଷ୍ଟ ଦିଶୁଥିବା ହଳେ ପାଦ ଚିହ୍ନ…| ଜାଳି ହୁଅନ୍ତା ପାପ ଯଦି ଦେହକୁ ବାଦ ଦେଇ, ଫେରେଇ ଆଣନ୍ତି ଅଖଣ୍ଡ ଶରୀର…! ଜଳିଗଲେ ଜଳିଯାଉ ଦେହ ଜଳିଲେ ପାପରୁ ମୁକ୍ତି …

ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ Read More »

ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ

ତୁମ କ୍ଷଣିକ ନଜରରେ ହିଁ ମୋ ଜୀବନର ସାର୍ଥକତା। ମୁଁ ଆସିନାହିଁ ମଣ୍ଡପକୁ ଦେଖିବାକୁ ତୁମ ରୂପର ଦିବ୍ୟତା କି ସାଜସଜ୍ଜାର ଭବ୍ୟତା ବାସ୍ ଚୋରେଇବାକୁ ଆସିଛି ମୋ ପ୍ରତି କ୍ଷଣଟିଏ କୃପାସିକ୍ତ ଦୃଷ୍ଟିପାତ ମାତ୍ର। ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ ଚଣ୍ଡୀପାଠର ଶ୍ରବଣରେ ସ୍ଥିର ହୁଏ ଭ୍ରମିତ ବିଶ୍ୱାସ ତୁମ ଆଗେ ଛିଡ଼ା ହେଲେ ଭୁଲିଯାଏ ଯେତେ ସବୁ ସାଇତା ଆଶା ଅଭିଳାଷ। କେଜାଣି କି ଆକର୍ଷଣେ ବାନ୍ଧିନିଅ ମୋତେ କିଭଳି ଯେ ସମ୍ମୋହନେ …

ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ Read More »

ଦେବୀପକ୍ଷ

ଶାଗୁଣା ଖୋଲ ଢ଼ିମ୍ବିରାରୁ ବିଛେଇ ହୋଇ ପଡ଼ିଥାଏ ଅଶିଣର ଏକ ରତ ରତ ସଞ୍ଜ | ପାହାଡ଼ର ଏକ ଚଟାଣ ଉପରେ  ମୁହଁ ପୋତି ବସିଥାଏ ରଇବାରୁ | ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ପୁଣ୍ୟତୋୟା ବାହୁଦାର ବୁଡ଼ି ଅଞ୍ଚଳ | ବାଘ,ଭାଲୁ ଭଳି ହିଂସ୍ର ଜନ୍ତୁ ମାନଙ୍କ ଭୟରେ ତାଟି କବାଟ ପଡ଼ିଯାଏ ସମଗ୍ର ବୁଡ଼ି ଅଞ୍ଚଳରେ | କିନ୍ତୁ ସେମିତି ସକାଳ ପହରୁ ଏକାକୀ ବସିଥାଏ ରଇବାରୁ, ପଶ୍ଚିମା ଦିଗନ୍ତକୁ ଚାହିଁ ଚାହିଁ.. ସାଉଣ୍ଟୁ ଥାଏ …

ଦେବୀପକ୍ଷ Read More »