ଶରତ ଅନୁରାଗ
ଏଇ ଶୁଣନା ! କେବେ ପାଖକୁ ଆସି ଅପେକ୍ଷାର ଅନ୍ତ ଘଟାଇବ ଯେ ? ଜାଣିଛ, ମନରୁ ମର୍ତ୍ତ୍ୟ ଯାଏଁ ଆତ୍ମାରୁ ଆକାଶ ଯାଏଁ ସଭିଏଁ ପରା ତୁମ ଅପେକ୍ଷାରେ । ଏଠି ଦିବା ଆଲୋକରେ ବି ଅମା ଅନ୍ଧକାରର ଭୟ, ଆଉ ବିସ୍ତୃତ କୋଳାହଳରେ ବି ଏକାନ୍ତତାର ହୁଏ ବିଜୟ । ହଁ, ଏଠି ଫଗୁଣ ଆସେ ରଙ୍ଗ ବି ବରଷେ, ଶ୍ରାବଣ ଆସେ ସଭିଙ୍କ ମନକୁ ହରଷେ । ହେଲେ ମୁଁ କାଇଁ ଭିଜିପାରେନି …