October 2024

ଦେବୀ 

ଓଦା ଓଦା ହଳେ ଆଖି ଚାହିଁରହିଥିଲା ତୋର ଫେରିବା ବାଟକୁ ତୁ କାଳେ ଦେବୀ ପାଲଟୁ ଥିଲୁ ସଜେଇହେଇଥିବା ପେଣ୍ଢାଲରେ ।। କାଶତଣ୍ଡୀର ଶ୍ବେତ ଅନୁରାଗ ଟାଣି ଧରୁଥିଲା ପ୍ରତି ଯାତ୍ରୀକୁ ଚିତ୍ରା ନଦୀ କୂଳେ ରାଜମାର୍ଗରେ ଚକ ଗଡେଇଲା ବେଳେ ପଠାରୁ କହୁଥିଲା ” ଉଠା ଫଟୋ ଦେବୀ ଭଙ୍ଗୀରେ, ତୋ ଭିତରର ଟାଣପଣକୁ କ୍ୟାମେରା କାଚରେ ଧର କେତେ ସୁରକ୍ଷିତ ସୁନ୍ଦର ଦିଗ ତୋର ହେଜେ ଥରେ ।। ଦେବୀଙ୍କୁ ଦେଖିବାକୁ ଯିବୁ ପରେ …

ଦେବୀ  Read More »

ଶରତ ଅନୁରାଗ

ଶରତର ଆଗମନେ   ଫୁଟି କାଶତଣ୍ଡି, ଧବଳ ରଙ୍ଗେ ଶୋହୁଛି     ଧରଣୀର ପିଣ୍ଡି..l ଭୋଦୁଅ ଆକାଶେ ଜହ୍ନ     ଭାରି ନିରିମଳ, ଦେଖି ଜହ୍ନ କୁମୁଦିନୀ     ଜଳେ ଟଳମଳ..l ପୁଷ୍କରିଣୀ ତଟେ ଦେଖି     ଶଶୀ ପ୍ରତିଛବି, ଶରତର ଦୃଶ୍ୟ ଆଙ୍କେ     ଭାଷାରେ ତ କବି..l ବିଘ୍ନ ବିନାଶକ ପ୍ରଭୁ     ବାପ୍ପା ଗଜାନନ, ଅବତରି ଶରତରେ     ଦିଅନ୍ତି ଦର୍ଶନ..l ଷୋଳକଳା …

ଶରତ ଅନୁରାଗ Read More »

 ମାଟିଲଗ୍ନା

ମାଟିରେ ଗଢା ଦେହ ଦେହକୁ ନେଇ ଜୀବନ  ଏତେ ବ୍ୟାପକ ଏ ମାଟିର ବାସ୍ନା  ଖେଳାଇପାରେ ଚଞ୍ଚଳତା  ମର୍ତ୍ତ୍ୟ, ନର୍କ, ବୈକୁଣ୍ଠେ,  ଓଟାରିପାରେ କୁରୁସଭାରୁ କୁରୁକ୍ଷେତ୍ର  ଆଙ୍କିପାରେ ସୃଷ୍ଟି ଓ ବିଲୟର ଚିତ୍ର  ତା’ ସ୍ଥିତିରେ ଦେଖାଇପାରେ  କେତେ ଯେ ପ୍ରତିରୂପ  ! ସୃଷ୍ଟିର ଆଦ୍ୟ ଝଙ୍କାର ଅବା  ଯବନିକାର ଚାଖଣ୍ଡେ ଭୂଇଁ  ଆଦିରୁ ଅନ୍ତ ମୁଠାଏ ମାଟି ପାଇଁ  କେତେ ଯେ ହାହାକାର।  ବିଦ୍ରୋହ କି ଦ୍ରୋହ ପାଇଁ  ଶବ୍ଦସବୁର ଲଢେଇ  ନିଗିଡିଯାଏ ବେଦନାର ଅଶ୍ରୁ  …

 ମାଟିଲଗ୍ନା Read More »

” ଏବେବି ଓଦା ଓଦା କେଇହଳ ଆଖି “

ମୁଁ ସେଠୁ ଫେରିବାର ଯୁଗଟେ ହେଲାଣି ସେ ମୋତେ ଭୁଲିବାର ପର୍ବ ଟେ ଗଲାଣି କହିତ ପାରିଲିନି କଥା ଥିଲା ବାକି ଏବେବି ଓଦା ଓଦା କେଇ ହଳ ଆଖି…..||0|| ଆମ ପ୍ରେମ ପଣୟର ଗୋଟେ ବୋଲି ସାକ୍ଷୀ ତା ଆଗେ ସବୁ ସତ ମିଛ ଗୋଟେ ବାକି ବିରହୀ ପ୍ରେମିକା ଟା ହୁଏ ଯାହା ବୋକୀ ଏବେବି ଓଦା ଓଦା କେଇ ହଳ ଆଖି…..||୧|| ତୁମେ ଯେବେ ଯାଇଥିଲ ଜହ୍ନ ତ ନଥିଲା ତୁମ ମୁହଁ …

” ଏବେବି ଓଦା ଓଦା କେଇହଳ ଆଖି “ Read More »

ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ 

ଶରତ ଶୋଭିତା ଆକାଶର  ମନଖୋଲା ହସ, ତା ଛାତିରେ ଶୁଭ୍ର ବସ୍ତ୍ରାନ୍ବିତା ଧଳାଧଳା ମେଘର  ଅପୂର୍ବ ମାଦକତା | ଚହଲା ପାଣିରେ ଏଇ ମାତ୍ର, ଝଲସି ଉଠୁଛି, ପ୍ରତୀକ୍ଷାର ପୂର୍ଣ୍ଣ ଚନ୍ଦ୍ର | ପ୍ରସ୍ଫୁଟିତ ଜିଜ୍ଞାସାର ପଦୁଅଁର  ମହମହ ଗନ୍ଧରେ, ମାଟି ତୋଳୁଛି ନୂଆନୂଆ ପ୍ରତିଜ୍ଞା | କିଛି ପ୍ରତିଶୃତି ତୋଳିଛି ଭୋର୍ ବେଳାରେ, ବୃନ୍ତଚ୍ୟୁତ ଝରା ଶେଫାଳି, ଏଇନା ଏଇନା ବାଢ଼ିଛି ଶେଷ ସମାପିକା | ବିଭୋର କାଶତଣ୍ଡୀରେ ଗୋଟେ ଋତୁ ର ଶାଶ୍ୱତ ଆଗମନ …

ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ  Read More »

ଶିଥିଳାଗମନ

ଚାରିଆଡ଼େ କାଶତଣ୍ଡି ହସୁଛି। ଏକ ଅପୂର୍ବ ଶିହରଣ ମନକୁ ଆନ୍ଦୋଳିତ କରୁଛି।ମା’ ଦୁର୍ଗାଙ୍କର ଧରାବତରଣ ହେଉଛି…ହେଲେ…               ଶରତ ମନରେ ବହୁତ ଦୁଃଖ । ତା’ର ଭୁଲ୍ ବା କଣ? ସେ ତ ଚିରାଚରିତ ରୀତିରେ ଠିକ୍ ସମୟରେ ଆସି ପହଞ୍ଚି ଯାଇଛି। ଯେମିତି ସବୁବେଳେ ଆସେ…ପ୍ରତ୍ୟେକଥର ପରି ଏଥର ମଧ୍ୟ ହୃଦୟ ଭରି ପୁଷ୍ପସମ୍ଭାର ନେଇ ସେ ଆସିଛି.. ସବୁଥର ପରି ଛାତି ଦଲକାଇ ଦେଲା ପରି ନିଜ ସ୍ପନ୍ଦନର ଆବେଗ ମଧ୍ୟ ପାଖରେ ରଖିଛି..ହେଲେ ଏଥର …

ଶିଥିଳାଗମନ Read More »