September 2025

କୁହୁକ ପେଡ଼ି

ଆଜି ହେଉଛି ଏକ ବଡ ସ୍ମରଣୀୟ ଦିବସ, ଜୁଲାଇ ଦଶ ତାରିଖ ଗୁରୁବାର ,ପବିତ୍ର ଗୁରୁ ପୂର୍ଣ୍ଣିମାର ତିଥି । ଠିକ ସନ୍ଧ୍ୟା ଛଅଟା ବାଜିବା ପୂର୍ବରୁ ଝିପିଝିପି ଅସରାଏ ବର୍ଷା ହୋଇ ଛାଡିଯିବା ପରେ ମୁଁ ଅଠରମହଲାରୁ ଲିଫ୍ଟ ଦେଇ ଆପାର୍ଟମେଣ୍ଟର ପାଦଚଲା ରାସ୍ତାରେ କିଛିବାଟ ଚାଲି ଚାଲି ଯିବାବେଳେ ପୂର୍ବ ପାର୍ଶ୍ଵ ମୁଖ୍ଯ ଫାଟକ ଆଡକୁ ଆଖି ପକାଇ ନେବାରୁ ହଠାତ ଆକାଶରେ ଦୃଶ୍ୟମାନ ହେଲା ଏକ ସୁନ୍ଦର ଏବଂ ବିଶାଳ ଇନ୍ଦ୍ରଧନୁ । …

କୁହୁକ ପେଡ଼ି Read More »

ଉଦ୍ଧବ ଗୋପୀ ସମ୍ବାଦ

ହରି ନାମ ହରି ପ୍ରେମ ସଂସାର ରେ ସାର  ପ୍ରେମ ଡୋରେ ବନ୍ଧା ସେଇ ଜଗତ ଠାକୁର । ଶବରୀ ଅଇଁଠାଖିଆ ଭକତ ର ଦାସ  ଦାସିଆ ବାଉରି ପ୍ରେମେ ନଡ଼ିଆ ରେ ବଶ ।। ପ୍ରେମ କୁ ସୁଲଭ ହରି ତର୍କେ ବହୁ ଦୂର  ନ ସହନ୍ତି ଅହଙ୍କାର ଆପଣା ଭକ୍ତର । ଯେପରି ଉଦ୍ଧବ ମନେ ଜ୍ଞାନ ର ଗରବ  ଗୋପୀଙ୍କ ହସ୍ତେ ତାରିବେ ଚିନ୍ତିଲେ ମାଧବ ।। କୃଷ୍ଣ ଆଜ୍ଞାରେ ଉଦ୍ଧବ ମିଳି …

ଉଦ୍ଧବ ଗୋପୀ ସମ୍ବାଦ Read More »

କହିଥିଲ ଆସିବାକୁ

କହିଥିଲ ଆସିବାକୁ, ଆସିବ ନିଶାର ଅନ୍ଧାର ଚିରି, ପାଖେ ବସିବ ଆଉ କହିବ ଅନ୍ତରର କଥା ଏତେ ଦିନୁ ମନରେ ସାଉଁଟା ଦୁଃଖକୁ ଭାବିଥିଲି ସେ ହସରେ ଫେଣ୍ଟି ଦେବି ବୋଲି । ତୁମେ କହିଥିଲ ଆସିବାକୁ, ବସନ୍ତର ପରେ ଝଡ଼ ଶାନ୍ତ ହେବା ପରେ, ମୁଁ ଲୁଚିଯିବି ନିଜ ଛାତି ତଳେ – ଯେଉଁଠି ଅନୁପସ୍ଥିତ ଶବ୍ଦର ଝଙ୍କାର,  କିନ୍ତୁ ନୀରବତା ନିତି ଆଳିଙ୍ଗନ କରେ । ମୁଁ ଏଠି ଅପେକ୍ଷା କରୁଥିଲି, ମୋ ଘରର …

କହିଥିଲ ଆସିବାକୁ Read More »

ଈପ୍ସିତ ଭାଗଶେଷ

ଡିସେମ୍ବର ଏକତିରିଶ ତାରିଖ.। ଅନେକଙ୍କ ସ୍ବପ୍ନର ରାତି। ମତୁଆଲା ହେବାର ରାତି। ଗୋଟିଏ ବର୍ଷର ଅନ୍ତିମ ଦିନରେ ସତେ ଯେମିତି ବର୍ଷଟା ଯାକର ଦୁଃଖକୁ ଧୋଇଦେଇ ଖୁସିକୁ ଉପଭୋଗ କରିନେବେ ସମସ୍ତେ। ୟଙ୍ଗ ଷ୍ଟାର୍ କ୍ଲବ ପାଇଁ ଏ ରାତି ହୋଇଉଠେ ସ୍ବତନ୍ତ୍ର। ସେମାନେ ତାଙ୍କ କ୍ଲବର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ସଭାର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଏ ରାତିଟିକୁ ଉପଯୁକ୍ତ ମନେକରନ୍ତି।ଅରୁଣିମା ଫୋନ ପାଇ ଏଠାକୁ ଆସିବାକୁ ଏକ ପ୍ରକାର ବାଧ୍ୟ ହୋଇଥିଲେ। …

ଈପ୍ସିତ ଭାଗଶେଷ Read More »

ପ୍ରତିହିଂସାର ନୂଆ ଫର୍ଦ୍ଦ 

କେହି କ’ଣ କେବେ ଭାବିଥିଲା  ଏମିତି ଘଟିଯିବ ଅକସ୍ମାତ୍ ମୃତ୍ୟୁ ଆସି ଦିନେ ଡାକି ନେଇଯିବ  ବିଧାତାର ଉଲ୍ଲିଖିତ ଶେଷ ଠିକଣାରେ, ସ୍ଵପ୍ନର ଘର ସବୁ କରି ଧୂଳିସାତ୍  ମଧୁ ଚନ୍ଦ୍ରିକାକୁ‌ ରଖି ଅଧାରେ  ମନର ମଣିଷ ହାତ ଛାଡ଼ି ଦେବ ସ୍ଵର୍ଗର ଭୂମିରେ ଭୋଗିବାକୁ ନର୍କର ଯନ୍ତ୍ରଣା । ଚାହୁଁ ଚାହୁଁ ଆଖି ସାମ୍ନାରେ  କାଶ୍ମୀର ଧଳା ବରଫରେ ଲାଗେ ରକ୍ତର ଛିଟା ରକ୍ତ ସବୁ ଜମାଟ ବାନ୍ଧି ବରଫ ହୋଇଯାଏ ସାତ ଜନ୍ମର ସାଥିଟା …

ପ୍ରତିହିଂସାର ନୂଆ ଫର୍ଦ୍ଦ  Read More »