October 2025

ମଧୁବୋଧ

କାଳିଆ କଳାରେ କଳା ଭରିଦେଇ କାଳ କରି କାବୁ କାଳିଆ କହଇ.. କଳାମୟ ହରି କଳେବର ହରି.. କଳାରେ କଳାରେ ଦୁଃଖ ହରିଥାଇ..l ଖରେ ଖରା ଯହିଁ..ଖବର ବି ନାହିଁ… ତଥାପି କ୍ଷଣେ ସେ ଥୟ ନ ଧରଇ.. କ୍ଷୀଣ ଆଶା କ୍ଷୀପ୍ରେ…ଖିଆଲ ଆଣଇ.. କ୍ଷୀଣ ତନୁ କ୍ଷଣେ କ୍ଷମା ମାଗିଥାଇ..l ଗଲାଣି ତ ଗଲା କଥାରେ .. ଗଲା ନାହିଁ କିନ୍ତୁ ବ୍ୟଥାରେ.. ଗଲା ପରେ ଯାହା ଗଲାନାହିଁ ତାହା.. ଗଲା କୁହ କେଉଁ ରାସ୍ତାରେ..!!?? …

ମଧୁବୋଧ Read More »

ମହିଷାର ରୂପ

ଭାରତୀୟ ସଂସ୍କୃତିରେ ପଶୁଜାତିକୁ କେବଳ ଜୀବବୃନ୍ଦର ଅଙ୍ଗ ଭାବେ ନୁହେଁ, ବରଂ ସାଙ୍କେତିକ ଓ ଦାର୍ଶନିକ ଚିହ୍ନ ରୂପେ ବିବେଚନା କରାଯାଇଛି। ସେପରିକି, ମହିଷ—ଏକ ସାଧାରଣ ପଶୁ ହୋଇଥିଲେ ମଧ୍ୟ, ପୌରାଣିକ କଥା, ଲୋକସାହିତ୍ୟ, ଧାର୍ମିକ ଆଚାର, କୃଷିକର୍ମ ଓ ଆର୍ଥିକ ପରିପ୍ରେକ୍ଷୀରେ ତାହାର ସ୍ଥାନ ଅପୂର୍ବ। ପ୍ରାଚୀନ କାଳରୁ ଆଧୁନିକ କାଳ ପର୍ଯ୍ୟନ୍ତ ମହିଷାର ରୂପ ବିଭିନ୍ନ ରୂପରେ ପ୍ରକାଶିତ ହୋଇଛି, ଯାହାକୁ ଉଚ୍ଚକୋଟୀୟ ସାହିତ୍ୟିକ ଦୃଷ୍ଟିରେ ବିଶ୍ଲେଷଣ କରିବା ପ୍ରୟୋଜନ।ପୌରାଣିକ ମାନଚିତ୍ରରେ ମହିଷାଭାରତୀୟ ପୁରାଣଗୁଡ଼ିକରେ …

ମହିଷାର ରୂପ Read More »

ମହିଷା’ର ରୂପ 

ଚେହରାରେ ଏତେ ଦିବ୍ୟତାଯେ ଦୃଷ୍ଟି ପଡିବା ମାତ୍ରେ ମନପବିତ୍ର ହେଇଯାଉଛି l ଯେତେସବୁ କଳୁଷିତ ଭାବନା ଆପେ ଆପେ ଦୂରେଇ ଯାଉଛି l କଣ ରହସ୍ୟ ଏ ମୂର୍ତ୍ତିର? କଣ ଅର୍ଥ ରହିଥାଇପାରେ ଏ ଚମକପ୍ରଦ ଚକ୍ଷୁର l ଠିକ୍ ମାନବୀପରି ଶରୀରରେ ଏଦଶଟି ହାତର ବିଶେଷତ୍ୱ କିଛି ଅଛି କି ନାହିଁ?           ଅନ୍ନପୂର୍ଣ୍ଣା ଦିଦିଙ୍କ ପ୍ରଶ୍ନର ଉତ୍ତର ମୋତେ ଜଣାନଥିଲା l କେବଳ କିଛି ପୌରାଣିକ ମତକୁ ତାଙ୍କ ପାଖରେ …

ମହିଷା’ର ରୂପ  Read More »

ନବଦିଶା

ସକାଳୁ ଉଠିଲେ ମନେ ପଡ଼େନି। ଢେରେ ସମୟ ଚା’କୁ ଅପେକ୍ଷା କରି ରୁହନ୍ତି ସୁରଜ ବାବୁ। ଅଧ ଘଣ୍ଟାଏ ପରେ ସୀମା ସୀମା ବୋଲି ଡାକ ପକାନ୍ତି। ଉତ୍ତର ନ ମିଳିବାରୁ ବିରକ୍ତ ହୁଅନ୍ତି। ଭାବନ୍ତି ସୀମା ବୁଢ଼ୀ ହେବା ସହ ଅଳସୁଆ ବି ହୋଇଗଲାଣି ଦିନକୁ ଦିନ। ସେ ବାଧ୍ୟ ହୋଇ ହଲକୁ ଯାଆନ୍ତି ସୀମା ସୀମା ଡାକ ପକାଇ। ହଲର ଦକ୍ଷିଣ କାନ୍ଥରେ ଲାଗିଥିବା ଫଟୋଟି ହଠାତ୍ ପଡ଼େ ତାଙ୍କ ଆଖିରେ। ଆଖି କୋଣରେ …

ନବଦିଶା Read More »

 ଅସରା କାହାଣୀ

ମଥା ଉପରେ ଜମାଟ ବାନ୍ଧିଛି ମୁଁହ ଲଦିଥିବା ମେଘ ଆଖି ଖୋଲୁନି ଖରା ଓ ଭାରି ଗୁମ୍ ସୁମ୍ ଲାଗେ ପାଗ କେଜାଣି କାହିଁକି ଆଖିକୁ ସବୁକିଛି ଜଳକା ଦିଶୁଛି ଆଲୋକର ପୋଷାକ ପିନ୍ଧି ଅନ୍ଧାର ଭୁଆଁ ବୁଲାଉଛି।  ଠିକଣା ପଚାରିଲେ ଆଜିକାଲି ମୁହଁ ବୁଲାଏ ରାସ୍ତା।  ଭାବ ଏବେ ମହଙ୍ଗା ହେଲାଣି କିନ୍ତୁ ଅଭାବ ସବୁ ଶସ୍ତା।  କେହି ଜଣେ କହେ ମୁଁ ଏଠି ନିଇତି ମରି ମରି ବଞ୍ଚିଛି ଆଉ ଏହାରି ଭିତରେ ସେ …

 ଅସରା କାହାଣୀ Read More »

ସାବିତ୍ରୀ

ସାବିତ୍ରୀ ଓଷା ଦିନ  ମନ୍ଦିର ଗଲାବେଳେ ମୁଁ ଆମ ଗାଁ କଥା  ଗପୁଥିଲି । ମୋ ସ୍ବାମୀ  ଶୁଣି ନଶୁଣିଲା ପରି ହଁ ଭରୁଥିଲେ। ମନେପଡୁଥିଲା କେତେ କଥା। ଆମ ଗାଁର  ବୁଢା  ବରଗଛ ଚାରିପାଖେ  ସୂତା ଗୁଡାହୋଇ ପୂଜା ହୁଏ ।ସବୁ ସ୍ତ୍ରୀଲୋକଙ୍କ ଲମ୍ବା ହୁଳହୁଳିରେ ଗାଁ କମ୍ପୁଥାଏ । କଲେଜ୍ ବେଳେ  ସାବିତ୍ରୀ ଓଷାରେ ଇଏ ଫୋନ୍ କରି କୁହନ୍ତି ,”କ’ଣ କରୁଛ , ଏଇ କପୁଲ୍ ମାନଙ୍କୁ ଦେଖି ଭାରି ଜେଲସ୍ ଫିଲ୍ …

ସାବିତ୍ରୀ Read More »

ବଣମଲ୍ଲୀ

ସେଦିନ ସୃଷ୍ଟି ନିଜ ଝିଅ ପିହୁ ଓ ସ୍ୱାମୀ ପ୍ରଣବ ଙ୍କ ସହିତ ମେଳା ବୁଲିବାକୁ ଯାଇଥାଏ l ପହଂଚିବା ପରେ ପ୍ରଣବ ଗାଡ଼ିକୁ ପାର୍କିଂରେ ରଖିବାକୁ ଗଲେ l ଖୁବ୍ ଅଧିକ ଭିଡ଼ ଯୋଗୁଁ ତାଙ୍କୁ ଧାଡ଼ିରେ ରହିବାକୁ ହେଲା l ସୃଷ୍ଟି ଓ ପିହୁ ଅପେକ୍ଷା କରିଥିଲେ ପ୍ରଣବଙ୍କ ଫେରିବାକୁ l ସାମ୍ନାରେ କିଛି ଲୋକଙ୍କ ଭିଡ଼ ଥିଲା ଆଉ ଭିଡ଼ ଭିତରୁ ସୁନ୍ଦର ଗୀତ ଶୁଭୁଥିଲା l ପିହୁ ସୃଷ୍ଟିଙ୍କ ହାତକୁ ଧରି …

ବଣମଲ୍ଲୀ Read More »

ଭଉଁରୀ

ଫାଳିକିଆ ଖରା ଅଧା ଗିଳି ସାରିଲାଣି ବାଲକୋନି କୁ | ସେଠି ପଡିରହିଛି ତାଙ୍କ ଅମଳରେ ଯୌତୁକରେ ଆସିଥିବା ବାଉଁଶ ଚେୟାର ଗୋଟିକ | ମଧ୍ୟ ଦିବସ ର ସମାପ୍ତି ଘୋଷଣା ପରେ ଉପରଓଳି ଖରାଟା  ଛିଗୁଲେଇ ହେଇ ଦେଖି ଚାଲିଛି ଘରର ମୁହଁ ଗୋଟାକ | ଘରଟା ଲାଜ ଲାଜ ହେଇ ଝାଉଁଳିପଡ଼ିଲାଣି ପ୍ରାୟ | ବାଲକୋନୀ  ସେପଟ ପାଖ ସବୁଜ ପ୍ରାନ୍ତର ତାକୁ ଦେଖି ହସିଉଠନ୍ତି କି ତାତ୍ସଲ୍ୟ କରି କ’ଣ ସବୁ କହିଚାଲନ୍ତି …

ଭଉଁରୀ Read More »

ପ୍ରହସନ

ତିନି ତିନିଟା ଝିଅ ଆଉ ଗେଲବସରିଆ ପୁଅକୁ ଦୁନିଆ ଆଗରେ ଭଲ ମଣିଷଟେ କରି ଗଢି ତୋଳିବାପରେ ବିଦ୍ୟାଧର ବାବୁ ଏବେ ଶଯ୍ୟାଶାୟୀ | ପୁଅର “ବାଙ୍ଗାଲୋର ଚାଲିଆସ” ନାମୀ ଲକ୍ଷେ ଅନୁରୋଧ ଉପରେ ବାରଣର ମୋହର ମାରି ନିଜର ଭିଟାମାଟିକୁ ଜାବୁଡି ଧରି ଗାଁ ଘରେ ପଡିରହିଛନ୍ତି | ସାଙ୍ଗରେ ଅଛନ୍ତି ବୟସର ବୋଝରେ ଅଣ୍ଟାନଇଁ ଆସିଥିବା, ଚମ ଧୁଡୁ ଧୁଡୁ ହୋଇଯାଇଥିବା ପତ୍ନୀ ଜେମାମଣି | “ଆଉ କେଇଟା ଦିନରେ ପୁଅର ଚାକିରି ସରିଯିବ, …

ପ୍ରହସନ Read More »

ନୂଆବୋଉଙ୍କ ନଣନ୍ଦ

 ହେଲୋ…ବାଗ୍ମୀ ମ୍ୟାଡାମ କହୁଥିଲେ କି ? ପ୍ରିୟଦର୍ଶୀ ସାରଙ୍କ ଭଉଣୀ ?” ପ୍ରଶ୍ନଟା ଶୁଣିବା ପରେ ପଚିଶ ବର୍ଷ ତଳର ପୁରୁଣା ଘା’ ଉପରେ କିଏ ଜଣେ ଏସିଡ୍ ଛିଞ୍ଚାଡ଼ି ଦେଲା ଭଳିଆ ଲାଗୁଥିଲା ବାଗ୍ମୀଙ୍କୁ। ଉତ୍ତରରେ ହଁ କହିବେ କି ନାହିଁ କହିବେ ବୋଲି ଭାବିଲା ବେଳକୁ l ସେପଟୁ ପୁଣି ସେଇ ବ୍ୟକ୍ତିଙ୍କ ପ୍ରଶ୍ନ – ” ଆଜ୍ଞା ! କଣ କିଛି କହୁ ନାହାନ୍ତି ? ଠିକ୍ ଜାଗାରେ ଲାଗିଛି ତ ଫୋନଟା …

ନୂଆବୋଉଙ୍କ ନଣନ୍ଦ Read More »