ଲେଖନୀ ସ୍ୱର ମାସିକ ସାହିତ୍ୟ ଆସର
Static overlay

ମାସିକ ସାହିତ୍ୟ ଆସର । ଡିସେମ୍ବର ୨୦୨୧
ଲେଖନୀ ସ୍ଵରର ନବଜୀବନ ଆରମ୍ଭ ହୁଏ ପ୍ରଥମ ଆସରରୁ ଅର୍ଥାତ ୨୦୨୧ ମସିହା ଡିସେମ୍ବର ୧୨ ତାରିଖ ଅପରାହ୍ନ ୩ ଘଟିକା ସମୟରେ । ସେଦିନ ଆମ ପରିବାରର ଦୁଇ ଉଦୀୟମାନ ଯୁବ ଲେଖକ ଶିବ ଚରଣ ମହାପାତ୍ର ଏବଂ ବିନେଶ୍ କୁମାର ସାମଲଙ୍କ ଆଲୋଚନାରେ ଝଙ୍କୃତ ହୋଇଥିଲା ଲେଖନୀ ସ୍ଵରର ପ୍ରଥମ ମଞ୍ଚ । ପ୍ରଥମ ଆଲୋଚନାର ବିଷୟବସ୍ତୁ ଥିଲା, ‘ନିତିଦିନିଆ ଜୀବନରେ ସାହିତ୍ୟର ମହକ’ । ସଂଯୋଜନାର ଦାୟିତ୍ଵ ବହନ କରିଥିଲେ ଯୁବ ଲେଖିକା ଏକତା ପଣ୍ଡା । ଦଶଜଣ କବି-କବୟିତ୍ରୀଙ୍କ ଲେଖନୀରୁ ଝରିଥିବା ମନଲୋଭା କୃତି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।
Static overlay

ମାସିକ ସାହିତ୍ୟ ଆସର । ଜାନୁୟାରୀ ୨୦୨୨
ଦ୍ଵିତୀୟ ଆଭାଷୀ ଆସର ଅନୁଷ୍ଠିତ ହୋଇଥିଲା ୨୦୨୨ ମସିହା ଜାନୁଆରି ୯ ତାରିଖ ଅପରାହ୍ନ ୩ ଘଟିକାରେ । ସେଦିନ ଆଲୋଚନାର ବିଷୟବସ୍ତୁ ଥିଲା, ‘ସାହିତ୍ୟ ଓ ସାମାଜିକ ଗଣମାଧ୍ୟମ’ । ଏଥିରେ ସାମିଲ ଥିଲେ ବରିଷ୍ଠ ଲେଖକ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ଆଚାର୍ଯ୍ୟ ମହୋଦୟ ଏବଂ ପରିବାରର ଯୁବକବି ତଥା ବ୍ୟଙ୍ଗକାର ଶ୍ରୀ କାଳୀ କୁମାର । ସେଦିନର ଆଲୋଚନା ମଧ୍ୟ ହୃଦୟରେ ବସା ବାନ୍ଧି ନେଇଥିଲା । କବି ଓ ଗାଳ୍ପିକଙ୍କ ଅନନ୍ୟ କୃତି ମଧ୍ୟ ଆସରକୁ ଉଜ୍ଜଳିତ କରିଥିଲା। ସେଦିନ ସଂଯୋଜନାର ଦାୟିତ୍ଵ ସୂଚାରୁରୂପେ ସମ୍ପାଦନ କରିଥିଲେ ଯୁବ ଗାଳ୍ପିକା ତଥା ଔପନ୍ୟାସିକା ଜ୍ୟୋତ୍ସ୍ନାରାଣୀ ସାହୁ ।
Static overlay

ମାସିକ ସାହିତ୍ୟ ଆସର । ଫେବୃଆରୀ ୨୦୨୨
ତୃତୀୟ ଆସର ଫେବୃଆରୀ ୧୩/୨୦୨୨ ମଧ୍ୟ ନେଇ ଆସିଥିଲା ସଫଳତାର ସ୍ଵତନ୍ତ୍ର ସ୍ଵାଦ । ସେଦିନ ଆଲୋଚନାରେ ଯୋଗ ଦେବା ପାଇଁ ସମ୍ମତି ପ୍ରଦାନ କରିଥିଲେ ଜଗନ୍ନାଥ ସଂସ୍କୃତି ବିଶାରଦ ଶ୍ରୀଯୁକ୍ତ ପ୍ରଭାତ କୁମାର ସାହୁ ମହୋଦୟ ଏବଂ ଯୁବକବି ତଥା ପକ୍ଷୀ ବିଜ୍ଞାନ ଗବେଷକ ଶ୍ରୀ ତୁହିନାଂଶୁ କର । ବିଷୟବସ୍ତୁ ଥିଲା , ‘ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ସାହିତ୍ୟ’ । ଆଲୋଚନା ଶୁଣି ଦ୍ରବିଭୂତ ହେଉଥିଲେ ଶ୍ରୋତା ଓ ଜଗନ୍ନାଥମୟ ହୋଇ ଉଠିଥିଲା ଆସରର ପ୍ରତିଟି ମୂହୁର୍ତ୍ତ । ସଂଯୋଜନାର କାର୍ଯ୍ୟଭାର ବହନ କରିଥିଲେ ଉଭୟ ଜ୍ୟୋତ୍ସ୍ନାରାଣୀ ସାହୁ ଏବଂ ଏକତା ପଣ୍ଡା ।
Static overlay

ମାସିକ ସାହିତ୍ୟ ଆସର । ମାର୍ଚ୍ଚ ୨୦୨୨
ସମୟ ସହିତ ତାଳ ଦେଇ ଆଗେଇ ଯାଉ ଯାଉ ଲେଖନୀ ସ୍ଵରର ଚତୁର୍ଥ ଆସର ମାର୍ଚ୍ଚ ୧୩/୨୦୨୨ ଅପରାହ୍ନ ୩ ଘଟିକାରେ ସୁରୁଖୁରୁରେ ଆରମ୍ଭ ହୋଇଥିଲା । ସମସ୍ତ ଶ୍ରୋତା ବକ୍ତା ଓ ଅତିଥିମାନଙ୍କୁ ନେଇ ସଫଳତାର ସ୍ବାଦ ଚଖାଇ ଯଥାରୀତି ପ୍ରଶଂସା ସାଉଁଟି ଥିଲା । ସେଦିନର ମୁଖ୍ୟ ଅତିଥି ସାହିତ୍ୟ ପ୍ରବୀଣା ଶ୍ରୀମତୀ ରାଜଲକ୍ଷ୍ମୀ ତ୍ରିପାଠୀ ମହୋଦୟା ଏବଂ ସୁସାହିତ୍ୟିକ ଶ୍ରୀଯୁକ୍ତ ସଚ୍ଚିକାନ୍ତ ଖୁଣ୍ଟିଆ ମହୋଦୟ ଉପସ୍ଥିତ ଥିଲେ । ଓଡ଼ିଆ ଲୋକ ସାହିତ୍ୟ ଉପରେ ଚର୍ଚ୍ଚା ଖୁବ୍ ମନୋଜ୍ଞ ଓ ଶିକ୍ଷଣୀୟ ଥିଲା । ଅତିଥି ମାନଙ୍କ ବକ୍ତବ୍ୟ ସହିତ ସଂଯୋଜିକା ଜ୍ୟୋତ୍ସ୍ନାଙ୍କ ବାକ୍ ଚାତୁରୀ ସମୟକୁ ବେଶ୍ ବାନ୍ଧି ରଖିଥିଲା ।
Static overlay

ମାସିକ ସାହିତ୍ୟ ଆସର । ଅପ୍ରେଲ ୨୦୨୨
ଲେଖନୀ ସ୍ଵର ଏପ୍ରିଲ ମାସ ସାହିତ୍ୟ ଆସର ୧୦/୦୪/୨୦୨୨ରେ ଅନୁଷ୍ଠିତ ହୋଇଯାଇଛି । ଏଥର ଆଲୋଚନାର ବିଷୟ ଥିଲା " ଓଡ଼ିଆ ସଂସ୍କୃତିରେ ନବ ବର୍ଷ"। ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟଙ୍କ ସୁନ୍ଦର ସଂଯୋଜନା ଉପସ୍ଥିତ ସମସ୍ତ ସ୍ରୋତା ଙ୍କୁ ଖୁବ୍ ସୁନ୍ଦର ଭାବେ ବାନ୍ଧି ରଖିଥିଲା ।ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସୁସାହିତ୍ୟିକ ଶ୍ରୀଯୁକ୍ତ ରାଜେନ୍ଦ୍ର ସାମଲ ଓ ସଂସ୍କୃତି ଗବେଷକ ତଥା ସୁସାହିତ୍ୟିକ ଡଃ ଚିନ୍ତାମଣି ଜେନା ଉପସ୍ଥିତ ରହି ଓଡ଼ିଆ ନବ ବର୍ଷ ଉପରେ ସୁନ୍ଦର ଆଲୋଚନା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ କବିତା ଓ ଗଳ୍ପ ପାଠ କରାଯାଇଥିଲା ।
Static overlay

ମାସିକ ସାହିତ୍ୟ ଆସର । ମଇ, ୨୦୨୨
ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଆମ ଲେଖନୀ ସ୍ୱରର ମାସିକ ଆସର ସଭିଙ୍କ ସହଯୋଗରେ ସଫଳ ହେଇଛି।ଗତ ୮/୫/୨୦୨୨ ରେ ପୁଣିଥରେ ସମସ୍ତେ ନିଜକୁ ହଜେଇ ଥିଲେ ସାହିତ୍ୟର ମଞ୍ଚରେ,ସାହିତ୍ୟକୁ ଆହୁରି ଭଲରେ ଆବିଷ୍କାର କରିବା ପାଇଁ।ଆମ ଗହଣରେ ଉପସ୍ଥିତ ଦୁଇଜଣ ସୁନାମଧନ୍ୟ ସୁସାହିତ୍ୟିକ ସତ୍ୟନାରାୟଣ ସାମନ୍ତରାୟ ଏବଂ ଡ଼.ସୋମନାଥ ବିଶୋୟୀ ଆଧୁନିକ ଓଡ଼ିଆ କବିତାର ସ୍ଥିତି ଓ ସମୀକ୍ଷାକୁ ନେଇ ଅତି ଶିକ୍ଷଣୀୟ ଆଲୋଚନା କରିଥିଲେ।ଏହା ସହିତ ବିଶ୍ଵ ମାତୃ ଦିବସର ଶୁଭ ଅବସରରେ ସମସ୍ତ ଲେଖକ ଲେଖିକା ମାଆ ଙ୍କ ପାଇଁ ନିଜର ସୁନ୍ଦର ଲେଖା ରୂପକ ଭଲପାଇବାକୁ ସମର୍ପଣ କରିଥିଲେ।ଯୁବ ଲେଖିକା ତଥା ସଂଯୋଜିକା ଏକତା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।ଯୁବ ଲେଖିକା ଜ୍ୟୋତ୍ସ୍ନା ରାଣୀ ସାହୁ ଅତିଥି ପରିଚୟ ଦେଇଥିଲେ ଏବଂ ଯୁବ ଲେଖିକା ଲିପ୍ସା ଆଚାର୍ଯ୍ୟ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମ ସମାପନ କରେଇଥିଲେ ।
Static overlay

ମାସିକ ସାହିତ୍ୟ ଆସର । ଜୁନ, ୨୦୨୨
ବିଗତ ଛଅ ମାସର କ୍ରମିକ ସଫଳତା ପରେ ଜୁନ ମାସ ୧୨ ତାରିଖରେ ଠିକ୍ ସେମିତି ଏକ ରବିବାରକୁ ସ୍ମୃତି ପଟରେ ସାଇତି ରଖିବାକୁ ଲେଖନୀ ସ୍ଵରର ମାସିକ ଆସର ଆରମ୍ଭ ହୋଇଥିଲା । ସମୟ ଥିଲା ଅପରାହ୍ନ ୩ ଘଟିକା । ଲେଖନୀ ସ୍ଵର ସହ ସେଦିନ ହାତ ମିଶାଇ ସାହିତ୍ୟକୁ କିଛି ବାଟ ଆଗେଇ ନେଇଥିଲେ ବିଶିଷ୍ଟ କବି କବୟିତ୍ରୀ ତଥା ସାହିତ୍ୟ ଅନୁରାଗୀ ବନ୍ଧୁଗଣ । ଆମ ଗହଣରେ ଉପସ୍ଥିତ ଥିଲେ ବିଶିଷ୍ଟ ବକ୍ତା ତଥା ଅଧ୍ୟାପକ ଡ଼ଃ ପ୍ରଭାତ କୁମାର ସାହୁ ମହୋଦୟ ଏବଂ ସେଦିନ ଆଲୋଚନାର ବିଷୟ ଥିଲା 'ଓଡ଼ିଆ କବିତା : ପ୍ରାଚୀନରୁ ଆଧୁନିକ ' । ଡଃ ସାହୁଙ୍କ ଆଲୋଚନା ବେଶ୍ ଶିକ୍ଷଣୀୟ ଏବଂ ମନଛୁଆଁ ହୋଇପାରିଥିଲା । ସେଦିନ ଆସରକୁ ଖୁବ୍ ମନଯୋଗ ସହ ଉପସ୍ଥାପନା କରିଥିଲେ ସୁଶ୍ରୀ ଜ୍ୟୋସ୍ନାରାଣୀ ସାହୁ, ସଭାପତି ବକ୍ତବ୍ୟ ରଖିଥିଲେ ସୁନୀତା ସାହୁ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶିବ ଚରଣ ମହାପାତ୍ର ।
Static overlay

ମାସିକ ସାହିତ୍ୟ ଆସର । ଜୁଲାଇ, ୨୦୨୨
ଜୁଲାଇ ମାସ ତୃତୀୟ ରବିବାର ୧୭.୭.୨୦୨୨ ରେ ଲେଖନୀ ସ୍ଵରର ଅଷ୍ଟମ ଆସର ଖୁବ୍ ସଫଳତାର ସହ ନିଜର ଅସ୍ତିତ୍ଵ ଜାହିର କରିଥିଲା । ସେଦିନ ମଞ୍ଚର ପ୍ରତି କୋଣେ ଅନୁକୋଣେ ଜଗନ୍ନାଥଙ୍କ ଆଶିଷ ଯେମିତି ଝରି ପଡୁଥିଲା । ପ୍ରତିଥର ପରି ଆଲୋଚନା ସହ କବିତା ଓ ଗଳ୍ପ ପଠନରେ ଏହି ମଞ୍ଚ ଜାଜଲ୍ୟମୟ ହୋଇ ଉଠିଥିଲା । ଆଲୋଚନାର ପ୍ରସଙ୍ଗ ଥିଲା ' ଶ୍ରୀଜଗନ୍ନାଥ ସଂସ୍କୃତି ଓ ଗୀତି କବିତା '। ଆଲୋଚନା କରିବା ପାଇଁ ଆମ ଗହଣରେ ଉପସ୍ଥିତ ଥିଲେ ବିଶିଷ୍ଟ ପକ୍ଷୀ ବିଶେଷଜ୍ଞ ତଥା ସୁବକ୍ତା ଓ ସୁଲେଖକ ଶ୍ରୀଯୁକ୍ତ ତୁହିନାଂଶୁ କର ମହୋଦୟ । ଆସରକୁ ସୂଚାରୁରୂପେ ପରିଚାଳନା କରିଥିଲେ ସୁଶ୍ରୀ ଜ୍ୟୋସ୍ନାରାଣୀ ସାହୁ, ଅତିଥି ପରିଚୟ ଦେଇଥିଲେ ଶ୍ରୀମତୀ ସୁନୀତା ସାହୁ ଏବଂ କାର୍ଯକ୍ରମର ଅନ୍ତରେ ଧନ୍ୟବାଦ ଅର୍ପଣ କରିଥିଲେ ଲେଖନୀ ସ୍ଵରର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ତପସ୍ୱିନୀ ଦାଶ ଷଡ଼ଙ୍ଗୀ । ସେଦିନ ଶ୍ରୀଯୁକ୍ତ ତୁହିନାଂଶୁ କରଙ୍କ ଆଲୋଚନା ଏତେ ସୁଦୃଢ ଏବଂ ସାବଲୀଳ ଥିଲା ଯେ ଶ୍ରୋତା ମନ୍ତ୍ରମୁଗ୍ଧ ହୋଇ ଉଠିଥିଲେ । ସମ୍ପୂର୍ଣ ପରିବେଶ ଜଗନ୍ନାଥମୟ ହୋଇ ସମସ୍ତଙ୍କୁ ଭାବବିହ୍ଵଳ କରି ପାରିଥିଲା । ସମସ୍ତଙ୍କ ସହଯୋଗରେ ଆସର ତା' ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା ।
Static overlay

ମାସିକ ସାହିତ୍ୟ ଆସର । ଅଗଷ୍ଟ, ୨୦୨୨
୧୪/୮/୨୨ ରେ "ଲେଖନୀ ସ୍ଵର " ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା। ଏଇଥର ଆସର ଆଲୋଚନା ବିଷୟ ରହିଥିଲା, " ଆଧୁନିକ ଓଡ଼ିଆ କବିତାରେ ଜାତୀୟତାବାଦ"। ଏହି ବିଷୟକୁ ଆଲୋଚନା କରିଥିଲେ ଓଡ଼ିଶା ଲୋକପ୍ରିୟ ଓଡ଼ିଆ ଅଧ୍ୟାପକ ଡକ୍ଟର ଦିଲ୍ଲୀପ କୁମାର ସ୍ବାଇଁ । ଆଧୁନିକ ଓଡ଼ିଆ କବିତାରେ କିଭଳି ଭାବରେ ଜାତୀୟତାବାଦ ପ୍ରତିଫଳିତ ହୋଇ ; ସେହି ସମୟ ରେ ସ୍ଵାଧୀନତା ଆନ୍ଦୋଳନକୁ ଆଗକୁ ନେବାରେ ସାହାଯ୍ୟ କରିଥିଲା ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଯୁବକବି ରଜଂନ କୁମାର ମହାନ୍ତି । କାର୍ଯ୍ୟକ୍ରମ ଆରମ୍ଭରେ ଆମ ପରିବାର ସମ୍ମାନିତ ସଦସ୍ୟ ଶିବ ଚରଣ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଷୟ ବସ୍ତୁ ଆଲୋଚନା ପରେ ବିଭିନ୍ନ କବି କବିୟତ୍ରୀ ମାନଙ୍କ ଦ୍ଵାରା ଜାତୀୟବାଦ ବିଷୟକୁ ନେଇ କବିତା ଆବୃତ୍ତି କରାଯାଇଥିଲା । ପରିବେଶର ବାତାବରଣ ପୁରା ପୁରି ଦେଶ ପ୍ରେମରେ ପ୍ଲାବିତ ହୋଇଥିଲା । ଶେଷରେ ଲିପ୍ସା ଆଚାର୍ଯ୍ୟଙ୍କ ଦ୍ଵାରା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମ ଶେଷ କରା ଯାଇଥିଲା ।
Static overlay

ମାସିକ ସାହିତ୍ୟ ଆସର । ସେପ୍ଟେମ୍ବର, ୨୦୨୨
୧୧/୯/୨୨ ରେ ଲେଖନୀ ସ୍ଵର ସାହିତ୍ୟ ପରିବାର ତରଫରୁ ସେପ୍ଟେମ୍ବର ମାସର ସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା । ଏଇ ଆସର ସମସ୍ତଙ୍କୁ ଗୋଟିଏ ମୁକ୍ତ ମଞ୍ଚ ପ୍ରଦାନ କରିଥିଲା ; ଆଗାମୀ କାଲିର ଲେଖକ ମଣ୍ଡଳୀଙ୍କ ନିକଟରେ । ଏଇ କାର୍ଯ୍ୟକ୍ରମରେ ପଚାଶରୁ ଊର୍ଦ୍ଧ୍ଵ ସୃଜନକାରୀ ଯୋଗ ଦେଇ ନିଜର କବିତା ଆବୃତ୍ତି କରିଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ "ଲେଖନୀ ସ୍ଵର "ପରିବାର କନିଷ୍ଠା ସଦସ୍ୟ ଏକତା ପଣ୍ଡା ।