[ଠାକୁର ଘର]
ପହଡ଼ ଭଙ୍ଗା ଅଭ୍ୟାସ ଆମର କାଇଁ ସାଆନ୍ତେ
ମା’ ଅଛି ବୋଲି ସିନା
ରାତି ଅଧରେ ମହକୁଛି ଦାଣ୍ଡ ଦୁଆର ତୁଳସୀ ଚଉରା
ଚୁଆ ଚନ୍ଦନ ଝୁଣା କର୍ପୁର..!
କିନ୍ତୁ ମୋ ବ୍ୟତିରେକ ଜାଣନ୍ତିନି କେହି
ମୋ ପରି ଆପଣ ,ଚେଇଁ ଶୋଇବାରେ ଧୁରନ୍ଧର
ମୁଁ ଶୁଏ ଅନ୍ଧାର ମୋର ଭାରି ପ୍ରିୟ,ଆଉ ଆପଣଙ୍କର..!?
ଯଦି ମା’ ଅବା ଆର୍ତ୍ତ ଡାକନ୍ତେନି କେହି
ନାଁ ଧରି ଆମର
ସତେ କି ଆମେ ଛାଡନ୍ତେ ଅନ୍ଧାରି ଗମ୍ଭୀରା
ଲୋଡ଼ିବାକୁ ଦୁଃଖ ଯନ୍ତ୍ରଣା ଆଲୋକିତ ସହକାର..!?
ଜାଣିଛ,ମା’ କହେ
ତୋ ଶୋଇବାରେ କି ଅଛିରେ ଧନ
ଯା’ ପାଇଁ ଚଳଚଞ୍ଚଳ ଦାଣ୍ଡ ଦୁଆର ସାରା ସଂସାର
ଶୋଇ ନଯାଉ ସେ ମନମୋହନ ବୋଲି ସଜବାଜ ମୋର ଏଇ ଠାକୁର ଘର
ନହେଲେ
ଆଖି ପିଛୁଳାକେ ଫାଙ୍କି ଦେଇଯିବେନି
ନାନାରଙ୍ଗୀ ପାଟ ପିନ୍ଧା ଇନ୍ଦ୍ରଧନୁ ଅଲାଜୁକି ଜହ୍ନ ପର ଆକାଶର..!
ଆହାଃ ମୋର ମା’
ତାକୁ ବୁଝେଇବ କିଏ
ଆମ ଦୈନନ୍ଦିନ ପହଡ଼ ଭଙ୍ଗା ଅବା ଚିରନିଦ୍ରା
ସବୁ ଯେ ନିର୍ଦ୍ଦେଶ ତୁମର
ଆମ ଉପସ୍ଥିତି ଜାହିର୍ ତ ଚହଲା ପାଣି
ତୁମେ ଚାହିଁଲେ ଅମୃତ ନହେଲେ ଜହର..!!
ବାଃ ଭାଇ 👌👌
ଅଜସ୍ର ସାଧୁବାଦ ଝିଅ ❣️
Nice..
ଖୁଵ ସୁନ୍ଦର କବିତା ❣️❣️❣️❣️