“” ମୁଁ ଅଭିଶପ୍ତ ପ୍ରେମିକା ଟିଏ “”

ହାତରେ କଲମ , ପାଖରେ ଖାତା କୁ
ମନେ ଅସୁମାରୀ କଥା ,
ଆଖିରେ ଆଖିଏ ଅସୁମାରୀ ଆଶା
ହୃଦେ ଅକଥାର ବ୍ୟଥା ।

ବିଜନ ବେଳରେ ଗୋଧୂଳି ସମୟେ
ବସିକି ଭାବୁଛି ମୁହଁ ,
ଅନ୍ତରର ସେଇ ସୂକ୍ଷ୍ମ ଭୟକୁ
କା ଆଗେ ପାରୁନି କହି ।

ତୁମେ କହିଥିଲ ସପନ ସେପାରେ
କରିଛ ଯେ ତୁମେ ଘର ,
ସେଇ ଠିକଣାରେ ବାହାରି ମୁଁ ଗଲି
ଛାତିରୁ କାଢ଼ିକି ଡର ।

ମୀରା କି ରୁକ୍ମିଣୀ ହେଇପାରିଲିନି
ସାଜିପାରିଲିନି ରାଧା ,
କାହାର ନଜର ପଡ଼ିଲା କେଜାଣି
କାହାଣୀ ରହିଲା ଅଧା ……….
ମୋ କାହାଣୀ ରହିଲା ଅଧା …!

1 thought on ““” ମୁଁ ଅଭିଶପ୍ତ ପ୍ରେମିକା ଟିଏ “””

Leave a Comment

Your email address will not be published. Required fields are marked *