ଉତ୍କଳ ମାତାର ମୁହିଁ ଯେ ସନ୍ତାନ
ଉଚ୍ଚ ରଖି ମଥା କରେ ତା ବନ୍ଦନ,
ତା ମାଟି ଅଗଣା, ପ୍ରତି ଧୂଳିକଣା
ଲଲାଟେ ମୋହର ସୁବାସ ଚନ୍ଦନ।ଘୋ।
ପୁଣ୍ୟ ବେଳାଭୂମି, ନୀଳାଚଳ ଧାମ
ପୁଣ୍ୟ ତା ତଟିନୀ ପ୍ରତି ପଡ଼ା, ଗ୍ରାମ,
ଜନମି ତା କୋଳେ ପାଇଛି ସୁନାମ
ନେବି ତା ଗରଭେ ବାର ବାର ଜନ୍ମ। ୧।
ମୋ ଭାଷା ଓଡ଼ିଆ, ମୋ ଖାଦ୍ୟ ବଢିଆ
ନୃତ୍ୟ, ଗୀତ, ବାଦ୍ୟ ଭାରି ମନଛୁଆଁ,
ସଂସ୍କୃତି, ଭାସ୍କର୍ଯ୍ୟ, କାରିଗରୀ, କଳା
ସର୍ବାଗ୍ରେ ରହିଛି ମୋ ମାଆର ନାଆଁ।୨।
ସଂଗ୍ରାମୀ ସୈନିକ ଏ ମାଟି ସନ୍ତାନ
ଟେକ ରଖିଛନ୍ତି ଦେଇ ବଳିଦାନ,
ଇତିହାସ କରେ ଚରଣ ପୂଜନ
ଅକ୍ଷୁର୍ଣ୍ଣ ରଖିବା ତା ଗୈାରବ ମାନ।୩।