ଦୀନବନ୍ଧୁ ଭାସିଲା ଜୀବନ ଭେଳା
ପ୍ରଭୁ ହେ ଅନ୍ତରେ ଭରି ଏ ଜ୍ବାଳା
ଭଜିଲିନି ଦିନେ ହରି ନାମ ରାମ
ଜପିଲିନି ତୁଣ୍ଡେ ଦିବ୍ୟ ନାମ ତୁମ
ଶେଷ ଜୀବନର ଖେଳା
ପ୍ରଭୁ ହେ ଭାଙ୍ଗିଲା ଜୀବନ ମେଳା
ଦୀନବନ୍ଧୁ——–୧
ଗାଇବାକୁ ତୁମେ କଣ୍ଠ ଦେଇଥିଲ
ରଟିଲି ମାୟା ସଂସାର !
ମିଛ ମାୟା ଘର ଆବରି ଜଞ୍ଜାଳ
କୁହୁଳି ମଲି କୁଣ୍ଡର !!
ଆଖି ନ ଖୋଲିଲା ଲୋତକ ବୋହିଲା-୨
ଲିପ୍ତ ରହି ପାପ ଆଶେ
ପ୍ରଭୁ ହେ ନେଇଯିବ ଯମ ପାଶେ
ପ୍ରଭୁ ହେ ଜୀବନ ନଉକା ଭାସେ
ଦୀନବନ୍ଧୁ——–୨
ଜପିଲିନି ଦିନେ ତୋ ରୂପ ମହିମା
ଚିତ୍ତ ହଜିଲା ସଂସାରେ
ମାୟା କବଳିତ ହେଲି ମୁଁ ପତିତ
ଭାସିଲି ନୟନ ନୀରେ
ମସ୍ତକେ କଳଙ୍କ ହରାଇ ଆଲୋକ-୨
ପଥ ଭୁଲିଲି ଅନ୍ଧାରେ
ପ୍ରଭୁ ହେ ରକ୍ଷା କର ତୁମେ ବାରେ
ପ୍ରଭୁ ହେ ପୁଜୁଅଛି ତୋ ପୟରେ
ଦୀନବନ୍ଧୁ———୩
ଶୂନ୍ୟ ପଞ୍ଜୁରୀ ଡାକେ ହାତ ଠାରି
ଜୀବନ ଶେଷ ତୋ ହେଲା
ଶୂନ୍ୟ ଆକାଶେ ତୋ ନାମ ଚମକେ
ମନରୁ ପାଶୋରି ଗଲା
ଆଉ କି ମିଳିବ ତୋ କରୁଣା ଦାନ-୨
ମର୍ତ୍ତ ଭୂମେ ଦେହ ଧରି
ପ୍ରଭୁ ହେ ତୁଣ୍ଡ ଜପେ ରାମ ହରି
ପ୍ରଭୁ ହେ କୃପା କର ହେ ମୁରାରୀ
ଦୀନବନ୍ଧୁ———— ୪