ଆତ୍ମୀୟତା

ସେଦିନ ଥିଲା ଶ୍ରାବଣର ଅମାବାସ୍ୟା ରାତ୍ରି । ଅନ୍ଧକାରରେ ପରିପୂର୍ଣ୍ଣ ଥିଲା ଚତୁଃପାର୍ଶ୍ଵ ।ମୁହଁକୁ ମୁଁହ ଦେଖାଯିବା ମଧ୍ଯ ଥିଲା କଷ୍ଟସାଧ୍ୟ। ଟୁକୁନା ଅନେକ ଦିନ ପରେ ନିଜ କର୍ମମୟ ଜୀବନରୁ ବିରତି ନେଇ ଫେରୁଥାଏ ବ୍ରହ୍ମପୁର ସହରରୁ ନିଜ ଜନ୍ମଭୂମି ମାଧପୁର ଗ୍ରାମକୁ । ସେ ଚନ୍ଦନପୁର ଛକରୁ ବସ୍ ରୁ ଓହ୍ଲାଇ ଚାଲିଚାଲି ଯାଉଥାଏ ନିଜ ଗ୍ରାମକୁ ।ଚନ୍ଦନପୁର ଛକରୁ ମାଧପୁରକୁ ପ୍ରାୟ ଅଧକିଲୋମିଟରର ରାସ୍ତା । ଗାଁର ଶେଷ ମୁଣ୍ଡ ଘରଟି ହେଉଛି ସନ୍ତୋଷ ଅଜାଙ୍କର । ସେ ଟୁକୁନାକୁ ଭାରି ଭଲ ପାଆନ୍ତି ସାନଟି ବେଳରୁ । ଟୁକୁନା ମଧ୍ଯ ନିଜ ପ୍ରଥମ ଦରମାରେ ନୁଆ ପିନ୍ଧାଇଛି ଅଜାଙ୍କୁ ।ସମୟ ପାଖାପାଖି ଭୋର ଚାରିଟା । ଟୁକୁନା ସନ୍ତୋଷ ଅଜାଙ୍କର ଘର ନିକଟରେ ପହଁଞ୍ଚି ସବୁଥର ଭଳି ଏଥର ମଧ୍ଯ ଦେଖିଲା ଅଜା ପିଣ୍ଡା ଉପରେ ବସି ଦୁଇ ଚାରିଟା ଦାନ୍ତକୁ ଦାନ୍ତ କାଠିରେ ଘଷୁଥିବାର ଓ ଅଜା କେମିତି ଅଛ ବୋଲି ପ୍ରଶ୍ନ କରିଥିଲା କିନ୍ତୁ ସେ ନିରୁତ୍ତର ରହିବାରୁ ଅଜା ତାକୁ ହୁଏତ ଅନ୍ଧାରରେ ଜାଣିପାରୁ ନାହାନ୍ତି ବୋଲି ଭାବି ସକାଳୁ ଅଜାଙ୍କୁ ଦେଖାକରିବାକୁ ଆସିବ ଭାବି ଘରକୁ ଗଲା । ସକାଳୁ ସର୍ବପ୍ରଥମେ ଅଜାଙ୍କୁ ଦେଖାକରିବାକୁ ବାହାରିବା ସମୟରେ ସନ୍ତୋଷ ଅଜା ଆଉ ନାହାନ୍ତି ଏବଂ ସେଦିନ ତାଙ୍କର ଏଗାରଦିନ ଥିଲା ବୋଲି ଜାଣିବାକୁ ପାଇ କିଂ କର୍ତ୍ତବ୍ଯ ବିମୁଢ ହୋଇ ଯାଇଥିଲା।ତା ମନରେ ଦୁଃଖ, ଅଜାଙ୍କୁ ଶେଷ ସମୟରେ ଦେଖି ନ ପାରିବାର ଅସନ୍ତୋଷ ଓ ଏକପ୍ରକାର ଅଜଣା ଭୟ ଖେଳି ଯାଇଥିଲା ।

Leave a Comment

Your email address will not be published. Required fields are marked *