ମାଆର ପାର୍ବଣ

ଶାରଦୀୟ ପର୍ବ ମମତା ମୟୀର
ଭକ୍ତି ପ୍ରୀତି ନିଦର୍ଶନ ,
ଉତ୍ସବ ମୁଖର ଏ’ ସାରା ଭାରତ
ଭବ୍ୟ ପୂଜା ଆୟୋଜନ |

ଶୁଭ୍ର କାଶ ପୁଷ୍ପ ସ୍ଵାଗତ କରୁଛି
ପାର୍ବଣ ସମ୍ଭାରେ ହସି ,
ଆସ ମାଆ ଭବାନୀ ଶୁଭପ୍ରଦାୟିନୀ
ଭକ୍ତ ଜନ ହେବେ ଖୁସି |

ବର୍ଣ୍ଣାଢ଼୍ୟ ଉତ୍ସବ ପରବ ମାହୋଲ
ସବୁତ ତୁମରି ଦାନ ,
ଭକତି ପ୍ରଣତୀ ମୂଣ୍ମୟ ମୂରତି
କଲ୍ୟାଣ ଆଶିଷ ଧନ |

କେତେ ସାଜସଜା ଆଲୋକର ମାଳା
ଝଲସି ଉଠୁଚି ପୀଠ ,
ତବ ଆବିର୍ଭାବ ଲାଗୁଚି ମାଆ ସତ
ଦିଅ ମାଆ ଆଶୀର୍ବାଦ |

ଘଣ୍ଟ ହୁଳହୁଳି ମୃଦଙ୍ଗ କାହାଳୀ
କମ୍ପୁଚି ପୂଜା ମଣ୍ଡପ ,
ବେଦ ମନ୍ତ୍ର ଧ୍ଵନି ବ୍ରାହ୍ମଣ ଗାଉଚି
ଖଣ୍ଡନ କର ମା’ ପାପ |

ଆଶିଷ କରୁଣା କରନି ମା’ଊଣା
ଏତିକି ବିନତୀ ଅଳି ,
ମାତୃ ଭକ୍ତି ସ୍ତୁତି ହେଉ ମହାସ୍ମୃତି
ଅପସରି ଯାଉ କଳି |

କବିର ଲେଖନୀ ନଯାଉ ଅଟକି
ଦିଅ ମାଆ ଦିବ୍ୟଜ୍ଞାନ ,
ତୁମ ମହିମାରେ କବି କୁଶଳରେ
ଲେଖୁ ଥାଉ ସବୁଦିନ |

Leave a Comment

Your email address will not be published. Required fields are marked *