ଜୟ ଜଗଦମ୍ବା ଭବାନୀ ଶିବାନୀ
ସ୍କନ୍ଦମାତା ମା ବିରଜା
ଅବତର ମାଆ ଜଗତ ଜନନୀ
ଉଡୁ ବାନା ସିଂହ ଧ୍ୱଜା ।
ମଣ୍ଡନ କରନ୍ତି କୋଳରେ କୁମାର
ପୁତ୍ର ସ୍କନ୍ଦ କାର୍ତ୍ତିକେୟ
ମାଗୁଛୁ ଶରଣ ସନ୍ତାନ ସନ୍ତତି
ଦିଅ ଅଭୟ ଆଶ୍ରୟ ।
ବିରାଜିତ ହୁଅ ମା ସିଂହ ବାହିନୀ
ଚତୁର୍ଭୁଜା ମହାଶକ୍ତି
ନାଶ କର ବାରେ ଅଜ୍ଞାନ ତିମିର
ଦିଅ ଭକ୍ତି ଗତି ମୁକ୍ତି ।
ହେଉ ସ°ସ୍ଥାପନ ସତ୍ୟ ଶାନ୍ତି ନ୍ୟାୟ
ପରାକାଷ୍ଠା ସୁସମୃଦ୍ଧି
ଜାଗୁ ଜିଗିବୀଷା ଧର୍ମ ସୁପ୍ରତିଷ୍ଠା
ସ°ହତି ନୀତି ପ୍ରବିଧି ।
ଘେନ ନିବେଦନ ଭକ୍ତି ନଇବେଦ୍ୟ
ଦିଅ ମାତା ଶୁଭାଶିଷ
ହେଉ ମଧୁମୟ ପ୍ରତିଟି ହୃଦୟ
ଉତ୍କର୍ଷୁ ଭାରତ ବର୍ଷ ।
ସ୍କନ୍ଦମାତା
