*ଆଉଥରେ ଆସ ମା*
ବ୍ରହ୍ମଚାରିଣୀ ଅସୁର ହାରିଣୀ
ଜୟ ମା ଦଶ ଭୂଜା,
ସିଂହ ବାହିନୀ ତ୍ରିଶୁଳ ଧାରିଣୀ
ଅଵତରି ଆସ ମା ଖୋଲିଦେଇ ପୁଣ୍ୟର ଦରଜା।।
ମହାମୟୀ ମା ଦୁର୍ଗତୀ ନାସିନୀ
କରିଥିଲ ଦୁଷ୍ଟ ମାନଙ୍କର ନିପାତ,
ପଡିଥିଲା ଯେବେ ସଙ୍କଟ ସଂସାରେ
ତୁମ କରୁଣାରୁ ମୁକ୍ତ ହୋଇଥିଲା ଜଗତ।।
ଆଗମନେ ତୁମ ପୃଥିବୀ ହସୁଛି
କାଶତଣ୍ଡି ଗାଉଛି ଗୀତ,
ଆଶ୍ଵିନ ମାସରେ ବର୍ଷା ଋତୁ ସମୟେ
ପୂଜା କରୁଛି ମଣ୍ଡପେ ସାରା ଜଗତ।।
ଶକ୍ତି ସ୍ୱରୂପିଣୀ ସୁଖ ପ୍ରଦାୟିନୀ
ମା ଅଲୌକିକ ଶକ୍ତି ଧାରିଣୀ,
ଆବାହନ କରେ ଭକତ ତୁମକୁ
କହି ‘ଆଉଥରେ ଉଭା ହୁଅ ନାରାୟଣୀ’।।
ଆଗମନେ ତୁମ ନାଚି ଉଠେ ଧରା
ମଗ୍ନହୋଇ ଝୁମି ଯାଏ ଜୀବ ମନ,ପ୍ରାଣ,
ଆସ ଆସ ମା ଅଵତରି ଆସ
ନର ରୂପୀ ରାକ୍ଷସ ମାନଙ୍କୁ କରି ନିଅ ହରଣ।।
ଖୁବ୍ ସୁନ୍ଦର😊😊
ଅନେକ ଅନେକ ଆନ୍ତରିକତା ଭଉଣୀ….🙏❤️