ମାଆ ଦୁର୍ଗା

ମାଆ ମାଆ ବୋଲି ଚାରି ଆଡେ ଖାଲି
ଜପୁଛନ୍ତି ତୁମ ନାମ,
ଲିଚୁ ବଲ ସଙ୍ଗେ ତୁମ ମୂର୍ତ୍ତି ଗଢି
କରୁଛନ୍ତି ନାନା କାମ।।
ଆବଶ୍ୟକ ଅଛି ତୁମରି କୁରୁପା
ଦୟନୀୟ ଏ ସୃଷ୍ଟିରେ,
ସନ୍ତାନଙ୍କ ଆଡେ ଚାଲିଆସ ମାତା
ବିଜେ କର ଏ ପୃଥ୍ବୀରେ। ।
ଗର୍ଜନ କରିକି ଓଲ୍ହାଇ ଆସ ମା
ସିଂହର ପିଠିରେ ବସି,
ପୂଣ୍ଯରେ ଭସାଅ ଦେଇ ଦିବ୍ଯଗ୍ଯାନ
ପାପକୁ ଏଠାରେ ନାଶି ।।
ବିପଦକାଳରେ ସାହା ହୁଅ ମାଆ
ଶୁଭଆଶୀର୍ବାଦ ଢାଳେ,
ପାପକୁ ନାଶଇ ଧର୍ମ ଦିଅ ଥୋଇ
ତୁମରି ଆଶିଷ ବଳେ ।।
ଶାରଦୀୟ ମାତା ଖଣ୍ଡାଧାରୀ ତୁମେ
ଅଳତା ସିନ୍ଦୁରେ ପୂର୍ଣ୍ଣ,
ତୁମରି କୁରୁପା ପଡିଲେ ସଂସାରେ
ମୁକ କହେ ଯେ ବଚନ।।
ଦୁର୍ଗମାତା ତୁମ ଅନନ୍ତ ଅପାର
ମହିମା ଅଟେ ଜଗତେ,
କେ କହି ପାରିବ ଶକ୍ତିକୁ ତୁମର
ଶବ୍ଦ ନାହିଁ କାହା ମୁଖେ।।
ତୁମରି ଦୟାରେ ଅନ୍ଧ ଦେଖିପାରେ
ସୁବିଶାଳ ଏ ଜଗତ,
ତୁମକୁ ସ୍ମରିଲେ ଦରିଦ୍ରକୁ ପୁଣି
ମିଳିବ ଟିକିଏ ଖାଦ୍ୟ।।
ତ୍ରେତୟାଯୁଗରେ ଶ୍ରୀରାମଚନ୍ଦ୍ରଙ୍କୁ
ମିଳିଥିଲା ତୁମ ସ୍ନେହ,
ତୁମରି ଆଶିଷେ ବିଜୟ ଲଭଇ
ହସି ଉଠିଲା ତ୍ରିପୁର।।
ଦ୍ବାପର ଯୁଗରେ କଂସବଧ ବାର୍ତ୍ତା
ନେଇ ତୁମେ ଆସିଥିଲ,
ପାପପୁଣ୍ୟ କଥା କଂସର ସମୀପେ
ପ୍ରକଟିତ କରିଦେଲ ।
ସାହା ହୁଅ ମାତା ଏ କଳିଯୁଗରେ
ରୋଗୀଣା ଅଛି ସଂସାର,
ତୁମରି ଆଶିଷ ପଡିଲେ ଜଗତେ
ଖାର ହେବ ସବୁ ରୋଗ।।
ପାପ ସଂହାରିଣୀ ଦୁଷ୍ଟର ନାଶିନୀ
ସ୍ନେହମୟୀ ମାତା ତୁମେ,
ଧର୍ମରକ୍ଷା ପାଇଁ ଜଗତଜନନୀ
ପାଦ ରଖ ମର୍ତ୍ତ୍ୟଧାମେ।।

Leave a Comment

Your email address will not be published. Required fields are marked *