ପ୍ରତି ଋତୁ ପ୍ରତି ମାସ ପ୍ରତିଟି ମୁହୂର୍ତ୍ତ
ଝରିଯାଏ କବିତାର ଧାରା ଅବିରତ ।
ଆଖି ବୁଜି ଦେଲେ ଦିଶେ ରୂପା ଜହ୍ନରାତି
ଭାବିଦେଲେ ବହିଯାଏ ସୋହାଗ ଚଇତି ।
ପ୍ରିୟ ସହରରେ ଥାଅ ଅବା ପଲ୍ଲୀପୁରେ
ବହୁତଳ ଛାତ ତଳେ ଅବା କୁଡ଼ିଆରେ ।
ଯହିଁ ଥାଅ ଯାହା ଖାଅ କିଛି ବି ଫରକ ନାହିଁ
ବେଳେ ବେଳେ ବେଗ ନିଏ କବିତାର ନଈ ।
ପ୍ରେମିକା ହସରେ ଝରେ ଜୋଛନାର ଧାରା
ତୁଚ୍ଛ ଲାଗେ ଜହ୍ନରାତି ନଈ କଇଁ ତାରା ।
ବେଳ ଦେଖି ନିଃଶବ୍ଦରେ ଶବ୍ଦ ଖସି ଆସେ
କିଛି ଆଉ ଦିଶେ ନାହିଁ ମହମହ ବାସେ ||