ନୀରବରେ ଲୁହ ତଥାପି ବୋହିବ
ନୂଆ ବର୍ଷରେ
ତୁମର ନୀରବତା ରେ
ଖାଲି ଉତ୍ତର ଖୋଜିବ ।।
ଏହି ବର୍ଷ
ତୁମକୁ ହରାଇବାର ଯନ୍ତ୍ରଣା
ସବୁଦିନ ପାଇଁ ସାଥିରେ ରହିବ ।।
ତଥାପି ଜୀବିତ ରହିବି ମୁଁ
ଟିମ୍ ଟିମ୍
ତାରା ମାନଙ୍କ ର ଆଲୋକରେ
ତୁମକୁ ଆଲିଙ୍ଗନ କରି
ଏହି ଆକାଶ ହସିବ ।।
ତାରିଖ ପରିବର୍ତ୍ତନ ହେବ
ସମୟର ଗତି ସହିତ
ହୃଦୟର ଯନ୍ତ୍ରଣା
ପରିବର୍ତ୍ତନ ହେବ ନାହିଁ
ସେ କେବଳ ତୁମକୁ ହିଁ ଖୋଜିବ ।।