ଚାରୋଟି ସ୍କେଚ୍
(୧) ଧନ୍ୟବାଦ
ହାତ ବଢେଇ ଉଠେଇ ଦେଲା ସେ ତଳେ ପଡି ଯାଇଥିବା ଶିଳ୍ପୀଙ୍କୁ । ଶିଳ୍ପୀ ଜଣକ ଉଠିପଡ଼ି ତା’ ଆଗରେ ହାତଯୋଡି ଧନ୍ୟବାଦ ଦେଉଥିଲେ ଯେ ପାର୍ବଣ ରାତିରେ ଦୁର୍ଦ୍ଦାନ୍ତ ଚୋର ପାଖରୁ ତାଙ୍କ ଜୀବନ ବଞ୍ଚେଇଥିବାରୁ । ଝିଅଟି ନିଜ ପର୍ସରୁ ପିପର ସ୍ପ୍ରେ କାଢି ଚୋର ଆଖିରେ ମାରିଥିଲା, ନହେଲେ ଛୁରୀଟି ଆଜି ଭୁଶି ଦେଇଥାନ୍ତା ଶିଳ୍ପୀଙ୍କ ଦେହରେ ! ଶିଳ୍ପୀ ଜଣକ କହିଲେ, “ଯୁଗ ଯାହା ହେଲାଣି ଲୋକଙ୍କ ଅସଲ ମୁଖା ଚିହ୍ନିବା ଭାରି ମୁସ୍କିଲ୍ !”
ନିଜ ମୁହଁରୁ ବୁର୍ଖା ଟାକୁ ଉଠେଇ ଝିଅ କହିଲା, “ମୁଁ ତ ଆପଣଙ୍କୁ ତଳୁ ଉଠେଇ ବଞ୍ଚେଇ ଦେଲି । ଧନ୍ୟବାଦ ଦେବା ପରିବର୍ତ୍ତେ ଆପଣ ପୁଣିଥରେ ଆରବର୍ଷକୁ ଆମ ଅଗଣାରେ ମାଟି ନେବାକୁ ଆସିଲେ ଭଦ୍ର ମୁଖା ପିନ୍ଧି କୈାଣସି ଦେବୀର ଅପମାନ କରିବେ ନାହିଁ ।”
(୨) ମୁକ୍ତି
ଷ୍ଟ୍ରେଚର୍ ଉପରେ ଥିଲା ଅର୍ଧେକ ରୁ ଉର୍ଦ୍ଧ୍ବ ଦଗ୍ଧ ଶରୀରଟିଏ । ସମ୍ପୂର୍ଣ୍ଣ ଶରୀର ଉପରେ ଧଳା ଚାଦର ଢଙ୍କା ହେଇଛି । ତଥାପି ଷ୍ଟ୍ରେଚର୍ ରୁ ଝୁଲିପଡିଥିବା ପୋଡ଼ା ହାତ କହି ଦେଉଥିଲା ଆଉ ଏକ ଦେବୀ ବିସର୍ଜନ କଥା । ଅଧା ଜଳା ଅଳତା ବୋଳା ତଳିପାଦ କହୁଥିଲା ଆଜି ଦୁର୍ଗା ଅଷ୍ଟମୀରେ ଝିଅଟି କେତେ ସରାଗରେ ଅଳତା ନାଇଁ ଥିବ ! ଝିଅଟି ବର୍ତ୍ତମାନ ଅସାଢ ନିର୍ଜୀବ । ସମ୍ମୁଖରେ ଯମଦୂତ ଉପସ୍ଥିତ ସ୍ଵର୍ଗାରୋହଣ କରେଇବାକୁ । ସ୍ବର୍ଗ ପ୍ରସ୍ଥାନ ପୂର୍ବରୁ ଦୂତ ପଚାରିଲେ, ଦେବୀ ପରଜନ୍ମରେ କେଉଁ କେଉଁ ସମ୍ପର୍କୀୟଙ୍କ ସହ ଜଡ଼ିତ ରହିବାକୁ ଚାହୁଁଛନ୍ତି । ଆପଣଙ୍କ ନିଷ୍ପତ୍ତିରେ ପୁନଃ ଆପଣ ଜନ୍ମର ସମୟ ନିର୍ଦ୍ଧାରଣ କରାଯିବ ।
ଝିଅଟି କହିଲା, “ଏଇ ସବୁ ମୁଖାଧାରୀଙ୍କ ପାଖରୁ ମୋତେ ମୁକ୍ତି ଦରକାର ।”
(୩) ଅଣ୍ଟି ଛୁରୀ ତଣ୍ଟି କାଟେ
ପଶୁକୁ ଡରୁଥିଲା, ସାପକୁ ବି ଡରୁଥିଲା, ଭୂତ ଭୟରେ ଅନ୍ଧାରକୁ ବି ଡରୁଥିଲା ସେ । କିନ୍ତୁ ସେଦିନ ସବୁ ଭୟ ପାଣି ଫୋଟକା ପରି ମିଳେଇଗଲା ସ୍ନେହା ର ଯେଉଁଦିନ ଆଦିତ୍ୟ ମୁଖାର ଅନାବୃତ ହେଲା ।
ସ୍ବପ୍ନରେ ସୁଦ୍ଧା ଭାବି ନଥିଲା ସ୍ନେହା ବିଶ୍ବାସ ବଦଳେ ଅବିଶ୍ବାସ ମିଳିବ । ସମୟ ସୁଅରେ ଜୀବନ ଯୁଦ୍ଧରେ ଶିକ୍ଷା ପାଇଲା ଯେ ଅଣ୍ଟି ଛୁରୀ ତଣ୍ଟି କାଟେ । ନିଜ ପ୍ରମୋସନ୍ ପାଇଁ ଆଦିତ୍ୟ ନିଜ ସିନିୟର୍ ସହ ମିଶି ଓ୍ବାଇଫ୍ ସ୍ବାପିଙ୍ଗ୍ କଲା ।
(୪) ନାଗୁଣୀ
ଏଇ ଥରକୁ ମିଶେଇ ଚାରିଥର ହେଇଗଲା । ଆଦ୍ୟାର ଏଥର ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା । ସବୁଥର ଦେହ ଖରାପ ରେ ପଡ଼ିବେ । ସବୁଥର ବଡ଼ପୁଅ ବୋହୂଙ୍କୁ କର୍ତ୍ତବ୍ୟର ଦ୍ୱାହି ଦେଇ ଡକରା ହେବ । ଆଉ ଯେମିତି ଚେଙ୍ଗା ହେଇ ବେଡ଼ ରୁ ଉଠି ବସିବେ ସେମିତି ପୁଅ ସାମ୍ନାରେ କୁମ୍ଭୀର କାନ୍ଦଣା ଆରମ୍ଭ କରିଦେବେ ଆଉ ନାଗୁଣୀ ଫଣା ର ଫଁ ଫଁ ଫୁତ୍କାର ଶୁଣେଇବା ଆରମ୍ଭ କରିଦିଅନ୍ତି । ସବୁଥର ଆଦ୍ୟା ଶିବଙ୍କ ପରି ବିଷ ପିଇ ଯାଉଥଲା । ଏଥର କିନ୍ତୁ ଆଦ୍ୟା ଉପରେ ସିଂହବାହିନୀ ସବାର ହେଇଛନ୍ତି । କ୍ରୋଧର ଅଗ୍ନିରେ ନାଗୁଣୀର ଅସଲ ମୁଖା ସ୍ବାମୀ ସମ୍ମୁଖରେ ଆଜି ଖୋଲି ରଖିଦେଲା ଆଦ୍ୟା ।
ବଢ଼ିଆ ହେଇଛି ଚାରୋଟି ଯାକ ସ୍କେଚ । ଦୂତୀୟ ଟି ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ଚତୁର୍ଥ ଟି … (ବୁଝିବା ଲୋକ ପାଇଁ ଯଥେଷ୍ଟ ☺️)
ଶୁଭେଚ୍ଛା !
ଅଶେଷ ଧନ୍ୟବାଦ ପର୍ବାଣୀ … ସ୍କେଚ୍ ଚାରୋଟି ପଢି ମତାମତ ରଖିଥିବାରୁ
ଅତ୍ୟନ୍ତ ଶିକ୍ଷଣୀୟ ଏବଂ ହୃଦୟସ୍ପର୍ଶୀ ✍️👍👍
ଅତ୍ୟନ୍ତ ହୃଦୟସ୍ପର୍ଶୀ ✍️👍👍
ସବୁ ଲେଖାରେ ଦମ୍ ଅଛି, ଚମତ୍କାର
ଚତୁର୍ଥ ସ୍କେଚଟି ବୁଝି ପାରିଲି ନାହିଁ।
ବାକି ତିନୋଟି ବୁଝିଲି। ବଢ଼ିଆ ହୋଇଛି।
ଅତି ବାସ୍ତବଧର୍ମୀ ରଚନା
ସବୁ ଗୁଡିକ ସ୍କେଚ୍ ଖୁବ ଛୁଇଁଲା ମନକୁ ❤️
ହୃଦୟସ୍ପର୍ଶୀ କାହାଣୀ, ଖୁବ୍ ମନକୁ ଛୁଇଁଲା।
ଅପା, ଏଇ ମାତ୍ର ଚାରୋଟି ସ୍କେଚ୍ ସତ; କିନ୍ତୁ ଜୀବନ ଜିଇଁବା ଭିତରେ କେତେଜଣଙ୍କ ଜୀବନର ନିଚ୍ଛକ ଚିତ୍ର ଆଙ୍କି ଦେଇଛନ୍ତି।👏🏻👏🏻
କିନ୍ତୁ ସବୁ ମୁଖା ଖୋଲି ନଯାଉ। କିଛି ଲୋକ ମୁଖା ପିନ୍ଧିକି ଥାଆନ୍ତୁ ନହେଲେ ସତ ମୁହଁ ସବୁ ଦେଖିଲା ପରେ ଆଉ ବିଶ୍ଵାସ ଉପରେ ବିଶ୍ଵାସ ରହିବନି।😊🙏
ଚମତ୍କାର ଲେଖା ଅପା। ମୁଁ ବି ଲେଖି ଶିଖିଲି ଏଇଠୁ।😊😊♥️
ସମସ୍ତ ସ୍କେଚ୍ ସୁନ୍ଦର ହେଇଛି ଦିଦି 🙏