ରହସ୍ୟମୟ ବନ: ମାରାଙ୍ଗଗୁରୁ

ସାନିକା କହନ୍ତି “ମୁ ଯେତେବେଳେ ଗୋଟିଏ ନବଯୁବକ ଥିଲି,” ସେ କହନ୍ତି, “ମୁଁ ଏହି ଜଙ୍ଗଲ ମଧ୍ୟରେ ଆସିଥିଲି ଏକ ଶିକାର ପାଇଁ। ମୋ ସାଙ୍ଗମାନେ ମୋତେ ଛାଡି ଦେଲେ, ଏବଂ ମୁଁ ଏକ ଅଜଣା ପଥରେ ବଣା ହୋଇ ଘଞ୍ଚଵଣ ମଧ୍ୟରେ ପଶିଗଲି । ସେଠାରେ ମୁଁ ଦେଖିଲି ଏକ ବୃକ୍ଷ – ମଧ୍ୟରେ ଗୁହା ଥିଲା।”

ଗୁହା ଭିତରେ ସେ ଦେଖିଥିଲେ ଏକ ପ୍ରାଚୀନ ମୂର୍ତ୍ତି – ନ ମାନବ, ନ ପଶୁ – ଏକ ମିଶ୍ର ଆକୃତି, ଯାହାର ଆଖି ହଠାତ୍ ଜଳି ଉଠିଲା।

“ମୁଁ ଭୟଭୀତ ହେଲି, କିନ୍ତୁ ସେ ମୂର୍ତ୍ତି ମୋତେ କହିଲା – ‘ତୁମେ ମୋତେ ଜାଗ୍ରତ କରିଛ, ଏବେ ତୁମେ ରକ୍ଷକ’। ସେ ମୋତେ ଏକ ଗୁପ୍ତ ମନ୍ତ୍ର ଶିଖାଇଲା, ଯାହା ଦ୍ୱାରା ମୁଁ ପ୍ରାକୃତିକ ଶକ୍ତି ସହ ଯୋଗାଯୋଗ କରିପାରିଥିଲି।”

ଗୁରୁ କହନ୍ତି – ଏହି ଶକ୍ତି କେବଳ ଏହି ଜଙ୍ଗଲକୁ ରକ୍ଷା କରିବା ପାଇଁ, ଅନ୍ୟଥା ତାହା ଦୁର୍ବ୍ୟବହାର କଲେ ବିନାଶ ନିଶ୍ଚିତ।

“ଏହି ବନ ଜୀବନ୍ତ, ଏହା ଶୁଣୁଛି, ଦେଖୁଛି, ଏବଂ ଯଦି ତୁମେ ଏହା ପ୍ରତି ଭକ୍ତି ରଖ, ଏହି ମୂର୍ତ୍ତି ତୁମକୁ ସୁରକ୍ଷା ଦେବ। କିନ୍ତୁ ଯଦି ଉଲ୍ଲଂଘନ କରିବ, ତେବେ ତୁମେ ଜଙ୍ଗଲ ମଧ୍ୟରେ ହେବ ଗୁମ…”

ଗାଁର ଲୋକେ ଏପରି କାହାଣୀ ବିଶ୍ୱାସ କରନ୍ତି, ଏବଂ ଆଜି ପର୍ଯ୍ୟନ୍ତ କେହି ସେ ମୂର୍ତ୍ତି ଥିବା ସେ ଗୁହାକୁ ଖୋଜି ପାଇ ପାରିନାହାନ୍ତି। କିନ୍ତୁ ପ୍ରତି ଆମବାସ୍ୟା ରାତିରେ କେହି ନା କେହି ଜଙ୍ଗଲ ଭିତରେ ଅଜଣା ସ୍ଥାନକୁ ଆଲୋକିତ ହେବା ଦେଖିଥାଏ…

ଏହା ବହୁ ପୂର୍ବର କଥା। ଓଡ଼ିଶାର ଦୁରସ୍ଥ ଅଞ୍ଚଳରେ ଥିବା ଏକ ଆଦିବାସୀ ଗାଁ – ବୁରୁଘାଟି, ଯେଉଁଠି ଲୋକମାନେ ପ୍ରାକୃତିକ ଶକ୍ତିକୁ ଦେବତା ଭାବରେ ପୂଜନ୍ତି। ଗାଁରେ ଥିଲେ ଏକ ନବ ଯୁବକ – ସାନିକା, ଯିଏ ସାଧାରଣ ଶିକାରୀ ଥିଲେ। ସେ ଏକ ଦିନ ଜଙ୍ଗଲକୁ ଶିକାର ପାଇଁ ପ୍ରବେଶ କଲେ, ଏବଂ ଘୋର ବର୍ଷା ଆସି ବିପଦ ଘଟିଗଲା – ସାଙ୍ଗମାନେ ବିଛିନ୍ନ ହୋଇଗଲେ।

ଏହିଠି ଠିକ ସେତେ ବେଳେ ଘଟିଲା ଅଦ୍ଭୁତ ଘଟଣା।

ପଥ ଭୁଲି ଥିବା ସାନିକା ଜଙ୍ଗଲ ମଧ୍ୟରେ ଏକ ବୃକ୍ଷ ତଳେ ଏମିତି ଗୁହା ଦେଖିଲେ, ଯେଉଁଥିରେ ପାଦ ଦେଲେ, ଜମି ଉପରେ କମ୍ପନ ହେଲା। ଗୁହା ଭିତରୁ ଜଣେ ସ୍ତ୍ରୀ-ପୁରୁଷ ମିଶ୍ର ଆକୃତିର ପ୍ରାଚୀନ ମୂର୍ତ୍ତି ଦେଖିଲେ – ମୁଣ୍ଡ ମାନବର, ଶରୀର ବାଘର ଭଳି, ଆଖିରେ ମାଣିକ ପ୍ରଭା।

ମୂର୍ତ୍ତି କହିଲା:

“ତୁମେ ମୋତେ ଜାଗ୍ରତ କରିଛ, ମୁଁ ହେଉଛି ଏହି ବନର ଅତୀତ ଆତ୍ମା। ଏବେ ମୁଁ ତୁମକୁ ବାଛିଛି – ତୁମେ ହେବ ଏହି ଜଙ୍ଗଲର ଅଗ୍ରରକ୍ଷକ।”

ଏହି କହି ସେ ସାନିକାଙ୍କ ହାତରେ ଦେଲେ ଏକ ପ୍ରାଚୀନ ଗହଣା – “ବନ-ତାଳି”, ଯାହା ପିନ୍ଧିଲେ ବନ ଶକ୍ତି ଅନ୍ତର୍ଦୃଷ୍ଟି ଦିଏ ତଥା ତାଙ୍କୁ ଶିଖାଇଲେ ଏକ ଗୁପ୍ତ ମନ୍ତ୍ର – ଯାହା କେବଳ ଅନ୍ତର ଶୁଦ୍ଧ ଲୋକ ବ୍ୟବହାର କରିପାରେ ।

ଗାଁକୁ ଫେରି ସାନିକା ସ୍ଥିର କଲେ – ଜୀବନ ପାଇଁ ନୁହେଁ, ବନ ପାଇଁ ବଞ୍ଚିବେ। କିନ୍ତୁ ସେଠାରେ ଥିଲେ ଅନ୍ୟ ଜଣେ ଶିକାରୀ – ଟେକ୍ ଚାନ୍ଦ – ଯିଏ ଜଙ୍ଗଲର ଗୁପ୍ତ ଧନ ନିମନ୍ତେ ଖୋଜୁଥିଲେ। ସେ ଗୁହା ବିଷୟରେ ଶୁଣିଥିଲେ ଏବଂ ମୂର୍ତ୍ତିକୁ ଚୋରି କରି ବିକ୍ରୀ କରି ଦେବାକୁ ଚାହୁଁଥିଲେ।

ସାନିକା ସତର୍କ କଲେ:

“ଏହି ଶକ୍ତି ଧନ ପାଇଁ ନୁହେଁ, ଏହା ସେଇମାନଙ୍କ ପାଇଁ ଯିଏ ଏହାକୁ ରକ୍ଷା କରିବେ।”

ଟେକ୍ ଚାନ୍ଦ ଶୁଣିଲେ ନାହିଁ। ଯେତେବେଳେ ସେ ଗୁହା ଭିତରୁ ମୂର୍ତ୍ତି ଉଠାଇଲେ, ଜମି କମ୍ପିଗଲା, ତଳେ ଏକ ଅନ୍ଧକାର ଗହ୍ୱର ଖୋଲିଗଲା, ଯାହା ନିମିଷକେ ତାଙ୍କୁ ଟାଣିନେଲା— ଟେକ୍ ଚାନ୍ଦ ଆଉ କେବେ ଫେରିଲେ ନାହି ।

      ସେବେଠାରୁ ସାନିକା ତାଙ୍କ ଜୀବନ ସମର୍ପିତ କଲେ ଜଙ୍ଗଲ ପାଇଁ। ସେ ଜଣେ ଶିକାରୀରୁ ଗୁରୁ ହେଲେ, ଶିଖାଇଲେ ନୂଆ ପିଢ଼ିକୁ – କିପରି ଜୀବନ ସହିତ ଏକତାରେ ରହିବା, ପ୍ରାକୃତିକ ଶକ୍ତି ପାଇଁ ସମ୍ମାନ ଦେବା।

  ଏବେ ଯେତେବେଳେ ଗାଁରେ ଅନ୍ଧାର ହୁଏ, ଲୋକେ ଜଙ୍ଗଲ ପାଖକୁ ଚାଲି ଯାନ୍ତି – ଗୁରୁ ସାନିକାଙ୍କ ମୁଖରୁ ଏହି କାହାଣୀ ଶୁଣିବାକୁ। ସେ କହନ୍ତି:

_”ଜଙ୍ଗଲ ଏକ ଗୁପ୍ତ ଚେତନା – ଯଦି ତୁମେ ଏହାକୁ ବିଶ୍ୱାସ କର,

       ଗୁରୁ ସାଳିକାଙ୍କ ସମୟ ବଢ଼ି ବୟସ୍କ ହେଉଛନ୍ତି, ଯଦିଓ ତାଙ୍କ ଆଖି ଏଯାଏ ଜ୍ଞାନର ଅନ୍ତଃଦୃଷ୍ଟି ଦେଖାଏ, କିନ୍ତୁ ଶରୀର ଶକ୍ତି ଦୁର୍ବଳ ହୋଇଛି। ସେ ଜାଣିଛନ୍ତି ଏବେ ସମୟ ଆସିଛି ତାଙ୍କ ପରେ ଏହି ଗୁରୁଦାୟିତ୍ଵ ନେବାକୁ ଜଣେ ନୂଆ "ବନରକ୍ଷକ" ଆବଶ୍ୟକ।

ତାଙ୍କ ନଜର ପଡ଼ିଲା ଏକ ଯୁବତୀ ଉପରେ – ପୂର୍ବୀ, ଗାଁର ଦୟାଳୁ ଓ ସହଯୋଗୀ ଝିଅ। ସେ ଛୋଟ ଥିଲା ବେଳେ ଜଙ୍ଗଲ ସହ କଥା ହୁଏ ବୋଲି କହୁଥିଲା, ଲୋକେ ଠିଠି କରୁଥିଲେ, କିନ୍ତୁ ସାନିକା ଠିକ୍ ବୁଝିପାରିଥିଲେ – ସେ ଅସାଧାରଣ।

ଗୁରୁ କହିଲେ:

“ପୂର୍ବୀ, ଏହି ବନ ତୁମକୁ ଚିହ୍ନିଛି। ମୁଁ ଏବେ ତୁମକୁ ଶିଖେଇବି – କିପରି ଏହି ଶକ୍ତିକୁ ସମ୍ଭାଳିବା, କିପରି ଶାପ ଭାଙ୍ଗିବା।”

    ଗୁରୁ ସାନିକା ଖୋଲିଲେ ଏକ ପୁରୁଣା ଗୁପ୍ତ ରହସ୍ୟ – ଏହି ଜଙ୍ଗଲ ମଧ୍ୟରେ ଥିଲା ଏକ ବୈଦିକ ଋଷି ନିର୍ମିତ ଅଶ୍ରମ, ଯେଉଁଠି ଚେତନାଶୀଳ ଶକ୍ତି ବନ୍ଦ ହୋଇ ଥିଲା – ଅନ୍ୟମାନେ ତାହାକୁ ଦୁର୍ବ୍ୟବହାର କରି ଅମରତ୍ୱ ପାଇଁ ଚେଷ୍ଟା କରିଥିଲେ। ଏହି ଦୁର୍ବ୍ୟବହାର ଦ୍ୱାରା ଜଙ୍ଗଲ ଉପରେ ଏକ "ଚିର ଅସନ୍ତୋଷ ଶାପ" ପଡ଼ିଥିଲା – ଯାହା ଦ୍ୱାରା ପ୍ରତି ଜନ୍ମରେ ଗୋଟିଏ ରକ୍ଷକ ଦାୟିତ୍ୱ ନେଇ ଆସିଥିଲେ।

ଏହି ଶାପକୁ ଭାଙ୍ଗିବା ପାଇଁ ଏକ ଅନ୍ତିମ ପରୀକ୍ଷା ଆବଶ୍ୟକ – ବନ ଦେବୀଙ୍କର ଶ୍ରାପିତ ଅଞ୍ଚଳକୁ ପ୍ରବେଶ କରି ଅନ୍ତର ଶୁଦ୍ଧିର ପ୍ରମାଣ କରିବା।

     ପୂର୍ବୀ ଏବଂ ଗୁରୁ ସାନିକା ଏକାଠି ଯାତ୍ରା କରିଲେ ଶ୍ରାପିତ ଅଞ୍ଚଳ – ଯେଉଁଠି ଗଛ ଚିତ୍କାର କରେ, ପାଣି ଅନ୍ଧାର, ଶବ୍ଦ ଭୟଙ୍କର।

ସେଠାରେ ସେମାନେ ଦେଖିଲେ ଏକ ବୃକ୍ଷ – ବନ ଦେବୀର ଅଂଶ ଥିବା ପତିତ ବୃକ୍ଷ, ଯାହାର ନିମ୍ନରେ ଅପାର ଶକ୍ତି ଥିବା ଏକ ଶିଳା ରହିଛି। ଏହିଠି ପୂଜା କରି ମନ୍ତ୍ର ଉଚ୍ଚାରଣ କଲେ – ତେବେ ଶାପ ଭାଙ୍ଗିପାରିବ।

କିନ୍ତୁ ତାଙ୍କୁ ବାଧା ଦେଲେ ଏକ ଅନ୍ଧ ଆତ୍ମା – ଟେକ୍ ଚାନ୍ଦଙ୍କ ଆତ୍ମା, ଯିଏ ଏବେ ଶାପଗ୍ରସ୍ତ ହୋଇ ଜଙ୍ଗଲର ଅନ୍ତରେ ଘୂରୁଛି। ଗୁରୁ ସାନିକା ତାଙ୍କ ନିଜ ଶକ୍ତି ଦେଇ ସେମାନେ ତାଙ୍କୁ ଶାନ୍ତ କଲେ, ଅନ୍ତେ ସେ ମୁକ୍ତି ଗ୍ରହଣ କରିଲେ।

     ପୂର୍ବୀ ଶିଳା ଉପରେ ପାଣି ଦେଲେ, ସାନିକା ଗୁରୁଙ୍କ ଠାରୁ ଶିଖିଥିବା ମନ୍ତ୍ର ଉଚ୍ଚାରଣ କଲେ– 

“ ହେ ବୁରୁର୍ ଆତ୍ମା ବିରିପ୍ ମେ

ନୁବାଆ ସେନ ଚା

ସତର୍ ବଡ଼ି ବେଶେକା

ହାନ୍‌କା ଶାକ୍ତି ଖାରାପ ଉବାୟା

ସଭେନ୍ ବେଶ୍ ତାଇନ୍ ଚାକୋ ।”

– ଆଖିରୁ ଲୋହିତ ପ୍ରଭା ଉପରକୁ ଗଲା ଏବଂ ଉପରେ ଚନ୍ଦ୍ରର ବ୍ରହ୍ମାଣ୍ଡୀ ଆଲୋକ ପଡ଼ି ଶାପ ଭାଙ୍ଗିଗଲା। ବନ ଜୀବନ୍ତ ହେଲା। ପାକ୍ଷିକ ଅଳି ତାଳ ଧ୍ବନି ହେଲା। ଗଛର ପତ୍ର ଆଲୋକ ଛାଡ଼ିଲେ, ପ୍ରାଣୀମାନେ ନାଚିଲେ। ଜଙ୍ଗଲ ବର୍ଷା ପରେ ପ୍ରଥମେ ଏତେ ଶାନ୍ତ ଓ ଶୁଦ୍ଧ ଲାଗିଲା।

ସାନିକା ହସି କହିଲେ:
“ମୋ କାମ ଶେଷ – ଏବେ ତୁ ଆଗକୁ ବଢ଼। ଏହି ଜଙ୍ଗଲ କେବଳ ଅତୀତର ଶାପ ନୁହେଁ, ଏହା ତୋ ନୂଆ ଆରମ୍ଭ।”

ପୂର୍ବୀ ଶିଳା ଠାରୁ ହସି ଦେଖିଲା। ସେ ଅନୁଭବ କଲା, ତାଙ୍କ ହୃଦୟ ଅନ୍ତର ଏବେ ନିର୍ମଳ, ଭୟ ଓ ସନ୍ଦେହ ଶୂନ୍ୟ। ଶାପ ଭାଙ୍ଗିଗଲା କିନ୍ତୁ ଏହି ଯାତ୍ରା ତାଙ୍କ ଅନ୍ତର ଯାତ୍ରା ବି ଥିଲା। ଗଛ, ପ୍ରାଣୀ, ଏବଂ ଜଳର ସଙ୍ଗେ ସେ ଏକ ନୂଆ ସମ୍ପର୍କ ବାନ୍ଧିଲେ।

ଏତିକି ବେଳେ ଅଚାନକ ଅକାଶ ରୁ ଏକ ଧ୍ୱନି ହେଲା – ବନ ଦେବୀଙ୍କର କଣ୍ଠ:

“ପୂର୍ବୀ, ତୁମେ ପରୀକ୍ଷାରେ ଉତୀର୍ଣ୍ଣ ହେଲ – ତୁମର ଶୁଦ୍ଧ ମନ ଏବଂ ଦୟା ଏହି ଜଙ୍ଗଲକୁ ପୁଣି ଜୀବନ ଦେଲା। ଏବେ ତୁମେ ମୋର ଅଂଶ – ବନର ରକ୍ଷକୀ।”

ଏହି ଶବ୍ଦ ସହିତ, ପୂର୍ବୀ ଗଭୀର ଧ୍ୟାନମଗ୍ନ ହେଲେ । ତାଙ୍କ ହାତ ଉପରେ ଗଛର ଆକୃତିର ଏକ ଅଳ୍ପ କାନ୍ଥ ଚିହ୍ନ ଦେଖାଦେଲା – ଏହା ଥିଲା ନୂଆ ଶକ୍ତିର ପ୍ରତୀକ।

ସାନିକା ନଜର ଫେରାଇ ଦେଖିବାକୁ ଲାଗିଲେ ଜଙ୍ଗଲର ପ୍ରକୃତି ଦିଗରେ: “ପ୍ରତି ଶାପ ଏକ ଶିକ୍ଷା ଦେଉଥାଏ – ଏବଂ ଯିଏ ଶିଖେ, ସେ ଦିଗ ନେଇ ଆଲୋକ ଆଣିପାରେ।”

ପୂର୍ବୀ ପଛକୁ ଦେଖି କହିଲେ:

“ଧନ୍ୟବାଦ ଗୁରୁ, ଯଦି ତୁମେ ନ ଥାଆନ୍ତ ତେବେ ମୁଁ ଏଠି ପହଁଚି ପାରି ନ ଥାଳ୍ତି । ଏବେ ମୁଁ ଏହି ଜଙ୍ଗଲର ଗାଥାକୁ ଦୁନିଆକୁ କହିବି – ଯେଉଁଠି ଏକ ଶିଳା ରହିଥାଏ ଶାପ ଭଙ୍ଗର ଗାଥା ନେଇ, ଏବଂ ଯେଉଁଠି ଆଲୋକ ଅନ୍ଧକାରକୁ ଅପସାରଣ କରିଥାଏ।”

ପୂର୍ବୀ ଜଙ୍ଗଲ ମଧ୍ୟରୁ ବାହାରିଯିବା ସମୟରେ, ତାଙ୍କ ପଛରେ ଗଛମାନେ ଧୀରେ ଧୀରେ ଅଳି ଧ୍ୱନିରେ ଅନୁଗୁଞ୍ଜିତ ହେଉଛନ୍ତି। ରାତି ହେଉଛି, କିନ୍ତୁ ଚନ୍ଦ୍ରର ଆଲୋକ ପୂର୍ଣ୍ଣ। ଜଙ୍ଗଲ ଏଯାଁ ଆଲୋକରେ ତିରୋଭୂତ ନୁହେଁ, ବରଂ ଉଜ୍ଜ୍ୱଳ ଯେଉଁଠି ଚନ୍ଦ୍ର ଆଲୋକରେ ଶିଳା ଯାଏଁ ସୃଷ୍ଟିର ଏକ ନୂଆ ଅଧ୍ୟାୟ ଆରମ୍ଭ କରେ।

ପୂର୍ବୀ ଅନ୍ତରରେ ଗୁଞ୍ଜରିତ ହେଲା ଶେଷ ଶବ୍ଦ:

“ଯେଉଁଠି ମନ ଶୁଦ୍ଧ, ସେଠି ଶାପ ମଧ୍ୟ ପ୍ରଶାନ୍ତ ହୁଏ।”

ସମ୍ବଲପୁର