କବିତା

ସମୟ ଅବା କେତେ ମୁଠା

ଭିଡ଼ ଭିତରେ ହଜିଗଲା ଚିହ୍ନା ସମ୍ପର୍କଟିଏ, ଗ୍ଳାନିର ଦେହରେ ଲୁଚିଗଲା ହସ ଚିହ୍ନ ଟିଏ। ସଜାଡିବାକୁ ସମୟ ବା କେତେ ମୁଠା, ଭାଙ୍ଗିଗଲେ ଶୀଳ ବା କେତେ ବଟା। କେବଳ ସଂସାର ନଈ ରେ ଆହୁଲା ହିଁ ଗୋଟିଏ ରାସ୍ତା, ଭାଙ୍ଗିଦେଲେ ଜୀବନ ବି ଶେଷରେ ଗୋଟିଏ ପୃଷ୍ଠା। ତାରକାର ମେଳେ ଜହ୍ନ ଆଜି ଅଲୋଡ଼ା ନାଁ ଟିଏ, ବାଟିକା ଦେହରେ ମାଳି ଏକ ଅଜଣା ଚିହ୍ନ ଟିଏ। ଛିଣ୍ଡିଗଲେ ସୂତା ବା କେତେ କଣ୍ଟା, ଲିଭିଗଲେ …

ସମୟ ଅବା କେତେ ମୁଠା Read More »

ଅବର୍ଣ୍ଣନୀୟ ମୋ ଭାରତ

ସାଗର ଧୌତ ପଦ ପଙ୍କଜ ଯାର ବକ୍ଷରେ ଗିରି ପ୍ରାଚୀର ମୁନୀ ବେଦ ସ୍ୱନ ସଦା ଗୁଞ୍ଜରଣ କଳୁଷ ହୁଏ ତାରଣ କି ଅବା ବର୍ଣ୍ଣିବି ମୁଁ ସେହି ଭୂମିକୁ ହିରଣ୍ମୟୀ ସିଏ, ବିଶ୍ଵଗୁରୁ  ସିଏ ଭାରତ ମାଟି ଯେ ମୋହର ପ୍ରାତ ସ୍ମରଣୀୟ ଆମର | ଯାର ପବିତ୍ରତା ବିଶ୍ୱରେ  ବିଦିତ ସଂସ୍କୃତି ଲୋକ କଥିତ ରତନ ଗରଭା ମାଟି ଯେ ଆମର ଐଶୋର୍ଯ୍ୟର ଗନ୍ତାଘର କି ଅବା ବର୍ଣ୍ଣିବି ମୁଁ ସେହି ଭୂମିକୁ ହାସ୍ୟମୟୀ …

ଅବର୍ଣ୍ଣନୀୟ ମୋ ଭାରତ Read More »

ଆଜି ମୁଁ ଏକା

ଶାଣିତ ସ୍ପଷ୍ଟ ଶବ୍ଦରେ, ଗ୍ରୀଷ୍ମର ଉତ୍ତପ୍ତ ରାସ୍ତାରେ ଚୈତ୍ର ର ଡହ ଡହ ତାତିରେ,ନିରୋଳା ଶୂନଶାନ୍ ପଥରେ।। ଶୁଣିଥିଲି ଆପଣା କାନ୍ଧରେ ନିଜ ଶବ ବୋହି ହୁଏନାହିଁ କିନ୍ତୁ ଏଠି ଏକାପନ ସମ ନିଜ ଶବ କୁ ନିଜେ ବୋହି ଚାଲିଛି।। ଜୀବନ ର ନିଷ୍ଠୁର ବାସ୍ତବତା ମଧ୍ୟରେ ସ୍ଵପ୍ନ,କଳ୍ପନା,ସ୍ମୃତି,ଭବିଷ୍ୟ ସବୁ ଆଜି ମୋତେ କଣ୍ଟକିତ ପଥରେ ଏକାକାର କରି ଯାଇଛନ୍ତି।। ଜୀବନ ର ଏହି ଅଙ୍କାବଙ୍କା କଣ୍ଟକିତଭରା ଗୁଳ୍ମ ଆରଣ୍ୟ ପଥରେ ମୃତ୍ୟୁର ନିକଟତର ହୋଇ …

ଆଜି ମୁଁ ଏକା Read More »

ଘରେ ଘରେ ତ୍ରିରଙ୍ଗା

ଆସ ଆଜି ଅହଙ୍କାରୀ ହେବା ତ୍ରିରଙ୍ଗାକୁ ଛାତିରେ ଲଗାଇ ଭାରତୀୟ ବୋଲି ଗୌରବେ ଘରେ ଘରେ ତ୍ରିରଙ୍ଗା ଉଡ଼ାଇ। ଆଜାଦୀର ଅମୃତ ବେଳାରେ ଏକ ହୁଅ ଅମୃତ ସନ୍ତାନ, ଦେଶଭକ୍ତି ଜାଗରିତ ହେଉ ଫୁଟିଉଠୁ ଖାଣ୍ଟି ଅଭିମାନ। ଜାତି ଧର୍ମ ବର୍ଣ୍ଣର ଉର୍ଦ୍ଧ୍ବରେ ସର୍ବେ ଏକତାର ମନ୍ତ୍ର ଗାଇ, ଭାରତୀୟ ବୋଲି ଗୌରବେ ଘରେ ଘରେ ତ୍ରିରଙ୍ଗା ଉଡ଼ାଇ।। ଜ୍ଞାନ ବଳିଦାନ ଓ ବୀରତ୍ଵ ଚମକୁ ତା ନାରଙ୍ଗୀ ରଙ୍ଗରେ, ଅଭିବୃଦ୍ଧି ଓ ନବ ସମ୍ଭାବନା ଝଲସୁ …

ଘରେ ଘରେ ତ୍ରିରଙ୍ଗା Read More »

ମୁଁ କର୍ମଠ କାଉଡ଼ି ବାଲା

ହ୍ରୁଦୟ ଘାଟରୁ ଭକ୍ତିପୂତ ଜଳ ଭରି କଳସୀରେ ମୋର ସଂସାର ବାହୁଙ୍ଗୀ କାନ୍ଧରେ କାନ୍ଧେଇ ଚାଲିଛି ହୋଇ ତତ୍ପର। ମୁଁ କର୍ମଠ କାଉଡ଼ି ବାଲା କର୍ମକୁ ମୋ କରି ଜୀବନର ମନ୍ତ୍ର ଚାଲେ ଧରି ଜଳଭାରା।। ସଞ୍ଚି ମୁଁ ଭକତି ସମ୍ପିଛି ଶକତି ତୁମ ପାଇଁ ମହେଶ୍ୱର ବିଶ୍ଵାସର ପୁଷ୍ପ ମାଲ୍ୟ ଦେଇ ଗଳେ ଅର୍ପିବି ମୋ ଭକ୍ତିଜଳ। ମୁଁ କର୍ମଠ କାଉଡ଼ି ବାଲା ଏକ ଲକ୍ଷ ଧରି ଚାଲିଛି ନିଷ୍ଠାରେ ସହି ଖରା ମେଘ ଜ୍ଵାଳା।। …

ମୁଁ କର୍ମଠ କାଉଡ଼ି ବାଲା Read More »

ବର୍ଷା

ଆହା ସେ ବିଟପୀ ପ୍ରିୟ ସମୀରଣ ଏଡ଼େ ନିଦାରୁଣ କଥା ଛଳେ ଛନ୍ଦି ଦେଲା ପ୍ରୀତି ଇନ୍ଦ୍ରଜାଲ କେ’ ଜାଣିଛି ଚତୁରତା କାହା ଲାଗି ତା’ର ଏ ଭିଆଣ ପ୍ରେମ ସ୍ପର୍ଶ ପାଇବାକୁ ଖେଳ କରେ, କହିବା ବାହୁଲ୍ୟ..! ଆକାଶ ରେ ବୁଲିବାକୁ ଡ଼ାକି ନେଇ ଛାଡ଼ିଲା କି ହାତ ବାଟବଣା ଜଳକଣା କାନ୍ଦେ ଦେଖ ଗୁମୁରି ଗୁମୁରି ଆପଣାର କୋଳ ବୋଲି ଡ଼ାକେ ସିନା ମାଟିର ପଣତ ତୈୟାର ବସିଛି ସଦା ଲୁହ ଲହୁ ନେବାକୁ …

ବର୍ଷା Read More »

ସ୍ଵପ୍ନ ସହର

ଗୋଧୁଳୀ ଶେଷେ ଏଠି ସଞ୍ଜ ହୁଏ ରକ୍ତ ତେଜ,ଶୀତଳ ଧମନୀରୁ ଅଭିସାରେ ସ୍ୱପ୍ନ ଜାବୁଡ଼ି ନୂପୁର ବାଜେ ଅନ୍ଧାର  ମହଲ ଜଳି ଉଠେ କାମନାର ଝୁମର ଜଳାଇ ଫିଙ୍ଗା ହୁଏ ପାପର କାଞ୍ଚନ ବିଡ଼ା ନଡ଼ା ଛପର କଳେବର ପାଇଁ ! ଲୋଡ଼ା ନାହିଁ ବତୀ ଖୁଣ୍ଟ ସେ ମଝି ସହର ଛାତିରୁ ଆମ୍ପୁଡ଼ିବାକୁ କ୍ଷୀଣ ଲଣ୍ଠନର ବତୀ ହିଁ ତ ଯଥେଷ୍ଟ ଚରିତାର୍ଥ କରିବାକୁ ଦେହର ଭୋକ ! ଏଇ ତ ଛିଣ୍ଡା କନ୍ଥା ତଳେ …

ସ୍ଵପ୍ନ ସହର Read More »

ରାତିର ଆକାଶ

ବିସ୍ତୀର୍ଣ୍ଣ ଦିଗବଳୟେ ପଶ୍ଚିମା ଆସନେ ସୂର୍ଯ୍ୟ ଶୋଇ ଯାଏ ଲମ୍ବା ମସିଣା ଟେ ପାରି; ଛମ୍ ଛମ୍ ପାଉଁଜି ର ସୁରେ ଘୋଟିଆସେ, ଏଇ ରାତିର ଆକାଶ! ଛାୟାପଥ ରେ ତନୁକୁ ବିସ୍ତାରି।। ଚା’ ଦୋକାନ ରେ ପଡ଼ିଥିବା ସେ ଦଦରା ସିଂହାସନ, ବସିଥାନ୍ତି ତହିଁରେ କେତେ ମାନ୍ୟ ଗଣ୍ୟ ବ୍ୟକ୍ତି; ରାଜା ଆସନ୍ତି, ମନ୍ତ୍ରୀ ବି ଆସନ୍ତି! ସିଗାରେଟ ଆଉ କୋଇଲା ଚୂଲା ର ଧୂଆଁ ରେ ଜମାଣିଆ ଦରବାର।। ଆନତ ଇନ୍ଦ୍ରଧନୁ ରେ ଅନାଗତ …

ରାତିର ଆକାଶ Read More »

ଜହ୍ନରେ ତୋଳିବା ଘର

ଜହ୍ନ ପରି ମନ ମୋର ସରାଗରେ ଜଡସଡ ଦେଖେ କେତେ ନିତି ନୂଆ ସପନ, ରୂପେଲି ତା କିରଣରେ ଛନ୍ନ ଛନ୍ନ ହୁଏ ମନ ଲାଗେ ମୁଁ ସ୍ୱଚ୍ଛନ୍ଦ ପୁଣି ଅଟେ ପକ୍ଷବାନ । ଉଡିବୁଲେ ଆକାଶରେ ଜହ୍ନ ତୋଫା ଆଲୁଅରେ ମୁହଁ ସବୁ ଜହ୍ନ ପରି ଦିଶଇ ଉଜ୍ଜ୍ୱଳ ନିକୁଞ୍ଜ କୁଞ୍ଜ କାନନେ ନନ୍ଦନ ଚନ୍ଦନବନେ ପ୍ରସ୍ଫୁଟିତ ତାରା ପରି ରଙ୍ଗରଙ୍ଗ ଫୁଲ । ଚହଟି ଉଠଇ ବାସ ଋତୁ ଲାଗେ ମଧୁମାସ ଦେହମନେ ଖେଳିଯାଏ …

ଜହ୍ନରେ ତୋଳିବା ଘର Read More »

କିଏ କଲା ଦୋଷ କିଏ ପାଏ ଶାସ୍ତି

ବେଙ୍ଗ କହେ ବେଙ୍ଗୁଲି ଲୋ ପୃଥିବୀ କ୍ଷଣକେ ଆନ ଧରିତ୍ରୀ ମଧ୍ୟେ ପ୍ରାଣ ସଞ୍ଚରି ପ୍ରକୃତି ଯୁଗେ ଯୁଗେ ମହାନ ଦୁଧ,ଦଧି,ମଧୁ, ଶର୍କରା ରେ ହୁଏ ପଞ୍ଚାମୃତ କ୍ଷିତି, ଅପ୍,ତେଜ,ମରୁତ, ବ୍ୟୋମେ ଗଢା ପ୍ରାଣୀ ଜଗତ।। ଆମ ଚତୁଃପାର୍ଶ୍ଵେ ରହିଛି ଏକ ବିସ୍ତୀର୍ଣ୍ଣ ଆସ୍ତରଣ ସୈାରମଣ୍ଡଳେ ଏହି ଧରିତ୍ରୀ ଏକ ପ୍ରାଣ ଆବରଣ ପ୍ରଗତି ପଥରେ ମନୁଷ୍ୟ ଆଜି ହୋଇଛି ବ୍ରତୀ ବସିଥିବା ଗଛ ଡାଳକୁ ନିଜେ ସେ ହାଣୁଛି।। ଦୃଢ଼ ବୁକୁରେ ଧରଣୀ କୁ ରଖିଅଛି …

କିଏ କଲା ଦୋଷ କିଏ ପାଏ ଶାସ୍ତି Read More »