କବିତା

ପ୍ରେମ କଳଙ୍କ

ଆଜିକାଲି ଦୁନିଆରେ ପ୍ରେମ ସମ୍ପର୍କର ମାନ ଦେହ ଭୋଗ ଅଭିଳାଷ ପ୍ରେମ ନାମେ ଦେହ ନିଲାମ ହୁଅଇ ଭାଗ୍ୟକୁ ଦେଇ ଦୋଷ । ଅଢେଇ ଦିନିଆ ପ୍ରେମ ଆକର୍ଷଣ ଦେଖ କେବଳ କେଇଟା ଦିନ ଦେହ ପାଇଁ ପ୍ରେମ କଳଙ୍କ ସାଜଇ ମିଛେ ରାତି ହୁଏ ବଦନାମ । ଶାଶ୍ଵତ ପ୍ରେମ ନାମେ ଭୋଗ ବିଳାସ ଅଭିଶପ୍ତ ହେଲାଣି ଦେଖ ବିଷାକ୍ତ ହେଲାଣି ମନର ଭାବନା ହିଂସ୍ର ହେଲାଣି ଭୋକ । ପ୍ରେମ ବଜାରରେ କିଣା ବିକା …

ପ୍ରେମ କଳଙ୍କ Read More »

ଅପେକ୍ଷାରେ ତୁମେ

ଅପେକ୍ଷା ମହାନଦୀ ତୀରର ସେଇ ସନ୍ଧ୍ୟାକୁ ଯେଉଁଠି ଥିବ ତୁମେ ଓ ମୁଁ , ଆମ ସହ ଥିବ ଏମିତି ଏକ ବସନ୍ତ ମଳୟ ବହୁଥିବ , ଆକାଶ କୋଳରେ ସଞ୍ଜୁଆ ତାରା ଟି ନାଚୁଥିବ ଆମକୁ ଏକାଠି ଦେଖି ଇର୍ଷାରେ ଜହ୍ନ ବି ଜଳୁଥିବ , ଆଉ ଆମେ ଆଙ୍କୁଥିବା ଭବିଷ୍ୟତର ସୁନେଲି ନକ୍ସାଟିଏ ।

ଅକୁହା କଥା

ମନର କଥାକୁ କହି ସେ ପାରେନା ଛଟପଟ ନିଇତି ହୁଏ, ସମୟେ ସମୟେ ବୁଝାଇ ପାରେନା ଜାଣିପାରେନି ଆପଣା ପର ଯେ  କିଏ ।। କହିବା ଆଗରୁ ନୀରବି ଯାଏ ସେ କାଳେ ଅପଦସ୍ତ ହେବ ନିଜର କିଏ , ଲୁହ ହୃଦେ ଥିଲେ ମଧ୍ଯ ତାକୁ ଯେ ଦେଖଇ ସେ ଯାତନା ଛୁପାଇ ସ୍ମିତ ହାସ୍ୟ ଟିକେ ଦିଏ ।। କାହାକୁ କହିବ ଦୋଷୀ କିଏ ତା’ର ଦୋଷ ତ କରିଛି ସିଏ , ନିଜ …

ଅକୁହା କଥା Read More »

ମୋ ଉତ୍କଳ

ମୋ ଉତ୍କଳ ….ସେ ତ ଏକ ନୂଆ ସକାଳ ମଧୁର ତା ଭାଷା… ସୁସ୍ଵାଦୁ ତା ପଖାଳ, ମୋ ଉତ୍କଳ…ସେ ଜାଗୃତ ଓ ତତ୍ପର ଆସୁ ଯେତେ ବାଧା…ମୋ ମାଟି ମା ଥିଲେ କାହାକୁ ଅବା ଡର , ମୋ ଉତ୍କଳ…ସେ ତ ବର ପୁତ୍ରଙ୍କ ଆସର ସାହସୀ ନାରୀ ଙ୍କ କର୍ମଭୂମି ସେ ତ ଗର୍ବ ଭାରତବର୍ଷର , ମୋ ଉତ୍କଳ….ପୁଣ୍ୟତୋୟା ଜଳ ସମ ପୁଣ୍ୟ ବାଣୀ ତାହାର ଯେତେ ବଖାଣିଲେ ବି ଅସରନ୍ତି ଗୌରବ …

ମୋ ଉତ୍କଳ Read More »

“” ମୁଁ ଅଭିଶପ୍ତ ପ୍ରେମିକା ଟିଏ “”

ହାତରେ କଲମ , ପାଖରେ ଖାତା କୁ ମନେ ଅସୁମାରୀ କଥା , ଆଖିରେ ଆଖିଏ ଅସୁମାରୀ ଆଶା ହୃଦେ ଅକଥାର ବ୍ୟଥା । ବିଜନ ବେଳରେ ଗୋଧୂଳି ସମୟେ ବସିକି ଭାବୁଛି ମୁହଁ , ଅନ୍ତରର ସେଇ ସୂକ୍ଷ୍ମ ଭୟକୁ କା ଆଗେ ପାରୁନି କହି । ତୁମେ କହିଥିଲ ସପନ ସେପାରେ କରିଛ ଯେ ତୁମେ ଘର , ସେଇ ଠିକଣାରେ ବାହାରି ମୁଁ ଗଲି ଛାତିରୁ କାଢ଼ିକି ଡର । ମୀରା କି …

“” ମୁଁ ଅଭିଶପ୍ତ ପ୍ରେମିକା ଟିଏ “” Read More »

ବିଶ୍ୱ ନାଟ୍ୟ ଦିବସ

ଏଇତ ଅଟେ ଆମ ଜୀବନ ନାଟକ କ୍ଷଣ କ୍ଷଣକେ ଆନ କିଏ ସେ ନାୟକ କିଏ ସେ ନାୟିକା କ୍ଷଣସ୍ଥାୟୀ ଜୀବନ ।। କିଏ ସେ ଦର୍ଶକ ସାଜେ ଦେଖଇ ବସି ମଞ୍ଚ ଭିତରେ ଅଭିନୟ ଯେ କିଏ ସାଜେ କରଇ କେଉଁ ରଙ୍ଗମଞ୍ଚରେ ।। ମଞ୍ଚ ସଞ୍ଚାଳକ କିଏ ସେ ସାଜଇ ସେହି ମହାନାୟକ ଅଭିନୀତ ହୁଏ ଏ ମଞ୍ଚ ସଂସାରେ କହ କେଉଁ ନାଟକ ।। ଅଭିନବ ଏ ଧରା ରଙ୍ଗମଞ୍ଚ ଅଭିନଵ ଅଟେ …

ବିଶ୍ୱ ନାଟ୍ୟ ଦିବସ Read More »

ଗାଁ ସେ ମୋର ଗାଁ

ଗାଁ ସେ ମୋର ଗାଁ, ଗାଁ ସେ ମୋର ଗାଁ, ସୁନ୍ଦର ତା’ ବେଶଭୂଷା ମଧୁର ତା’ ନାଁ। ଗାଁ ସେ ମୋର ଗାଁ । (୦) ପବିତ୍ର ଯାର ଗୋଡ଼ି ମାଟି, ଶୀତଳ ଯାର ବାଆ ସବୁଜ କ୍ଷେତ, ବଣ ଜଙ୍ଗଲ, ତୋଟା ମୁଣ୍ଡିଆ ସକାଳର ସୁରୁଜ ବି ଦିଏ ମିଠା ଛୁଆଁ, ଗାଁ, ସେ ମୋର ଗାଁ, ଗାଁ ସେ ମୋର ଗାଁ। (୧) ରାତି ଅନ୍ଧାରୁ ଚଷା ପୁଅ ବିଲ ମୁଣ୍ଡରେ ଠିଆ …

ଗାଁ ସେ ମୋର ଗାଁ Read More »

ମିଛ କବିତା

ଗୋଟା ପଣେ ଆଜି ନିଜକୁ ଉତ୍ତାରି ମୁଁ କବିତା ଲେଖିବି ଭାବୁଛି, ସବୁଥର ପରି କଲମ ମୁନଟା ମୋ ଅଧାରୁ ଅଟକି ଯାଉଛି। ସତେ କେଡ଼େ ସଂକଟରେ ପଡିଛି ! ନିଜକୁ ନିଜଠୁ ଲୁଚେଇ ମୁଁ ଆଜି ମିଛ କବିତାଟେ ଲେଖୁଛି।। କଳ୍ପନାର ଶତ ନବ ଦୁର୍ବାଦଳ ହୃଦ ଅଗଣାରେ ଉଙ୍କି ମାରୁଛି, ବାସ୍ତବ ଚିତ୍ରଟେ ଉତ୍ତାରିବି ଭାବି ମୁଁ ନକଲି ନକ୍ସାଟେ ଆଙ୍କୁଛି ଆଜି ସତେକି ନିଜକୁ ଠକୁଛି। କଳଙ୍କକୁ କଳା ଟୀକା ବୋଲି କହି …

ମିଛ କବିତା Read More »

ମୁଁ ଏକ ପ୍ରଶ୍ନବାଚୀ

ମୁଁ ଶଦ୍ଦ ଟିଏ ହେଲେ ନିଜକୁ ସଜେଇ ପାରେନା ମୁଁ ଶାମୁକା ଟିଏ ହେଲେ ମୋତି କୁ ସାଇତି ପାରେନା ।। ମୁଁ ମଣିଷ ଟିଏ ହେଲେ ନିଜକୁ ବଖାଣି ପାରେନା ମୁଁ କଢ ଟିଏ ହେଲେ ଫୁଲ ହୋଇ ଫୁଟି ପାରେନା ।। ମୁଁ ପକ୍ଷୀ ଟିଏ ହେଲେ ମୁକ୍ତ ହୋଇ ଉଡ଼ି ପାରେନା ମୁଁ ମାଠିଆ ଟିଏ ହେଲେ ପାଣି ଭରି ହୋଇ ରହି ପାରେନା ।। ମୁଁ ଜଳ କଣିକା ଟିଏ ହେଲେ …

ମୁଁ ଏକ ପ୍ରଶ୍ନବାଚୀ Read More »

ବନ୍ଦେ ଉତ୍କଳ ଜନନୀ

ପୂରବ ପଶ୍ଚିମ ଉତ୍ତର ଦକ୍ଷିଣ ବୁଲିଆସ ତୁମେ ଯାଇ, ମୋ ରାଜ୍ୟ ପରିକା ରାଜ୍ୟଟିଏ କାହିଁ ପାଇବନି ତୁମେ ଭାଇ।୦। ମୋ ଭାଷା ଅଟଇ ଶାସ୍ତ୍ରୀୟ ଭାଷା ଶାସ୍ତ୍ରୀୟ ମୋହର ନୃତ୍ୟ, ମୋର ବେଶଭୂଷା ଖାଦ୍ୟପେୟ ଆଉ ନିଆରା ଏହାର ବାଦ୍ୟ।୧। ମୋ ପୂଜ୍ୟ ଠାକୁର ଜଗତର ନାଥ ଧାମ ତାଙ୍କ ଶିରି କ୍ଷେତ୍ର, ପୁଣ୍ୟ ବେଳାଭୂମି ଅଟଇ ପବିତ୍ର ପାଇବନି ତ ଅନ୍ୟତ୍ର।୨। ମୋ ରାଜ୍ୟର ନଦୀ, ବନ, ଗିରି, ହ୍ରଦ ଅନନ୍ୟ, ପୂତ, ପୂଜିତ, …

ବନ୍ଦେ ଉତ୍କଳ ଜନନୀ Read More »