କବିତା

ଦେବୀ 

ଓଦା ଓଦା ହଳେ ଆଖି ଚାହିଁରହିଥିଲା ତୋର ଫେରିବା ବାଟକୁ ତୁ କାଳେ ଦେବୀ ପାଲଟୁ ଥିଲୁ ସଜେଇହେଇଥିବା ପେଣ୍ଢାଲରେ ।। କାଶତଣ୍ଡୀର ଶ୍ବେତ ଅନୁରାଗ ଟାଣି ଧରୁଥିଲା ପ୍ରତି ଯାତ୍ରୀକୁ ଚିତ୍ରା ନଦୀ କୂଳେ ରାଜମାର୍ଗରେ ଚକ ଗଡେଇଲା ବେଳେ ପଠାରୁ କହୁଥିଲା ” ଉଠା ଫଟୋ ଦେବୀ ଭଙ୍ଗୀରେ, ତୋ ଭିତରର ଟାଣପଣକୁ କ୍ୟାମେରା କାଚରେ ଧର କେତେ ସୁରକ୍ଷିତ ସୁନ୍ଦର ଦିଗ ତୋର ହେଜେ ଥରେ ।। ଦେବୀଙ୍କୁ ଦେଖିବାକୁ ଯିବୁ ପରେ …

ଦେବୀ  Read More »

ଶରତ ଅନୁରାଗ

ଶରତର ଆଗମନେ   ଫୁଟି କାଶତଣ୍ଡି, ଧବଳ ରଙ୍ଗେ ଶୋହୁଛି     ଧରଣୀର ପିଣ୍ଡି..l ଭୋଦୁଅ ଆକାଶେ ଜହ୍ନ     ଭାରି ନିରିମଳ, ଦେଖି ଜହ୍ନ କୁମୁଦିନୀ     ଜଳେ ଟଳମଳ..l ପୁଷ୍କରିଣୀ ତଟେ ଦେଖି     ଶଶୀ ପ୍ରତିଛବି, ଶରତର ଦୃଶ୍ୟ ଆଙ୍କେ     ଭାଷାରେ ତ କବି..l ବିଘ୍ନ ବିନାଶକ ପ୍ରଭୁ     ବାପ୍ପା ଗଜାନନ, ଅବତରି ଶରତରେ     ଦିଅନ୍ତି ଦର୍ଶନ..l ଷୋଳକଳା …

ଶରତ ଅନୁରାଗ Read More »

 ମାଟିଲଗ୍ନା

ମାଟିରେ ଗଢା ଦେହ ଦେହକୁ ନେଇ ଜୀବନ  ଏତେ ବ୍ୟାପକ ଏ ମାଟିର ବାସ୍ନା  ଖେଳାଇପାରେ ଚଞ୍ଚଳତା  ମର୍ତ୍ତ୍ୟ, ନର୍କ, ବୈକୁଣ୍ଠେ,  ଓଟାରିପାରେ କୁରୁସଭାରୁ କୁରୁକ୍ଷେତ୍ର  ଆଙ୍କିପାରେ ସୃଷ୍ଟି ଓ ବିଲୟର ଚିତ୍ର  ତା’ ସ୍ଥିତିରେ ଦେଖାଇପାରେ  କେତେ ଯେ ପ୍ରତିରୂପ  ! ସୃଷ୍ଟିର ଆଦ୍ୟ ଝଙ୍କାର ଅବା  ଯବନିକାର ଚାଖଣ୍ଡେ ଭୂଇଁ  ଆଦିରୁ ଅନ୍ତ ମୁଠାଏ ମାଟି ପାଇଁ  କେତେ ଯେ ହାହାକାର।  ବିଦ୍ରୋହ କି ଦ୍ରୋହ ପାଇଁ  ଶବ୍ଦସବୁର ଲଢେଇ  ନିଗିଡିଯାଏ ବେଦନାର ଅଶ୍ରୁ  …

 ମାଟିଲଗ୍ନା Read More »

” ଏବେବି ଓଦା ଓଦା କେଇହଳ ଆଖି “

ମୁଁ ସେଠୁ ଫେରିବାର ଯୁଗଟେ ହେଲାଣି ସେ ମୋତେ ଭୁଲିବାର ପର୍ବ ଟେ ଗଲାଣି କହିତ ପାରିଲିନି କଥା ଥିଲା ବାକି ଏବେବି ଓଦା ଓଦା କେଇ ହଳ ଆଖି…..||0|| ଆମ ପ୍ରେମ ପଣୟର ଗୋଟେ ବୋଲି ସାକ୍ଷୀ ତା ଆଗେ ସବୁ ସତ ମିଛ ଗୋଟେ ବାକି ବିରହୀ ପ୍ରେମିକା ଟା ହୁଏ ଯାହା ବୋକୀ ଏବେବି ଓଦା ଓଦା କେଇ ହଳ ଆଖି…..||୧|| ତୁମେ ଯେବେ ଯାଇଥିଲ ଜହ୍ନ ତ ନଥିଲା ତୁମ ମୁହଁ …

” ଏବେବି ଓଦା ଓଦା କେଇହଳ ଆଖି “ Read More »

ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ 

ଶରତ ଶୋଭିତା ଆକାଶର  ମନଖୋଲା ହସ, ତା ଛାତିରେ ଶୁଭ୍ର ବସ୍ତ୍ରାନ୍ବିତା ଧଳାଧଳା ମେଘର  ଅପୂର୍ବ ମାଦକତା | ଚହଲା ପାଣିରେ ଏଇ ମାତ୍ର, ଝଲସି ଉଠୁଛି, ପ୍ରତୀକ୍ଷାର ପୂର୍ଣ୍ଣ ଚନ୍ଦ୍ର | ପ୍ରସ୍ଫୁଟିତ ଜିଜ୍ଞାସାର ପଦୁଅଁର  ମହମହ ଗନ୍ଧରେ, ମାଟି ତୋଳୁଛି ନୂଆନୂଆ ପ୍ରତିଜ୍ଞା | କିଛି ପ୍ରତିଶୃତି ତୋଳିଛି ଭୋର୍ ବେଳାରେ, ବୃନ୍ତଚ୍ୟୁତ ଝରା ଶେଫାଳି, ଏଇନା ଏଇନା ବାଢ଼ିଛି ଶେଷ ସମାପିକା | ବିଭୋର କାଶତଣ୍ଡୀରେ ଗୋଟେ ଋତୁ ର ଶାଶ୍ୱତ ଆଗମନ …

ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ  Read More »

ଛାତିଏ ପ୍ରେମ ଓ ରାତିଏ ସ୍ୱପ୍ନର ଅଭୁଲା କଥା

ମନେଅଛି! ବର୍ଷା ବତୁରା ସେଇ ଅଳସି ଅପରାହ୍ନ କଥା; ଯେଉଁଠି ତୁମେ ଥିଲ, ମୁଁ ଥିଲି; ଆଉ ତୁମ ପ୍ରକୋଷ୍ଠ ର ନେପଥ୍ୟରେ ବୋଧହୁଏ ଥିଲା ନିମିଷକ ନୀରବତା; ଶୂନ୍ୟ ରେ ଚିତ୍କାର କରି ତୁମ ପ୍ରେମକୁ ବ୍ୟକ୍ତ କରିବାକୁ ଚାହୁଁଥିଲା, ଚେତେଇ ଦେବାକୁ ଚାହୁଁ ଥିଲା ମୋତେ, କେତେ ଯେ ଶକ୍ତି ଏଇ ଦୁଇଟି ଶବ୍ଦ ରେ! ତୁମର ସେ ଫାଜିଲ କାନ୍ଥ ଘଣ୍ଟାର ଟିକ୍ ଟିକ୍ ଶବ୍ଦସବୁ, ସତେକି ମୋ ହୃଦ ସ୍ପନ୍ଦନ ରେ …

ଛାତିଏ ପ୍ରେମ ଓ ରାତିଏ ସ୍ୱପ୍ନର ଅଭୁଲା କଥା Read More »

ଛାତିଏ ପ୍ରେମ ଓ ରାତିଏ ସ୍ୱପ୍ନର ଅଭୁଲା କଥା

ରୁଦ୍ଧ ଚେତନାର ଦିଗନ୍ତକୁ ଚିରି ମୋର ରିକ୍ତ ହୃଦାକାଶ ପୁର୍ଣ କରି, ତୁମେ ଲାସ୍ୟମୟୀ ଆସ ଅବତରି ଆପଣା ପଣରେ ନିଅ ମୋତେ ବରି।  ଅନ୍ଧାରୀ ଜୀବନେ ତୁମ ଜ୍ୟୋତି ଭରି ବଞ୍ଚିବାର ନବ ଆଶା ଦିଅ ଭରି, ଆନନ୍ଦ ବିଧୁର ଚିତ୍ତ ତଟିନୀରେ ସାଜ ମୋ ସ୍ୱପ୍ନର ରାଜକୁମାରୀ।  ନିଦ୍ରିତ ନୟନ ଗୋପନ ଅଞ୍ଚଳେ ତୁମ ଆକାଂକ୍ଷିତ ସ୍ମୃତି ଧୀରେ ଦୋଳେ, ମୁଦିତ ଚକ୍ଷୁର କଳ୍ପନା ଦୃଷ୍ଟିରେ ତୁମେ ଉଇଁ ଆସ ସମ୍ଭାବନା ପୂର୍ବାଚଳେ। ଛାତିରେ …

ଛାତିଏ ପ୍ରେମ ଓ ରାତିଏ ସ୍ୱପ୍ନର ଅଭୁଲା କଥା Read More »

ପ୍ରେମ ଏକ ମିଛେଇ ଝିଅର ନାଁ

ସବୁଜ ଦିନର ଅଭୁଲା ସ୍ମୃତି ସେ ସବୁଜ ବୟସ କଥା,ବିସ୍ମୃତ ରହିଛି ତୁମର ଆମର ପ୍ରେମପୂର୍ଣ୍ଣ କଥାବାର୍ତ୍ତା  ।ପ୍ରେମ ପ୍ରତିମା ମୋ ପ୍ରଣୟୀ ନାୟିକା କଥା ଦେଇଥିଲ ତୁମେ,ହାତେ ହାତ ଆମ ସମ୍ପର୍କର ଡୋରି ରହିବ ଏ ମର୍ତ୍ତ୍ୟଧାମେ ।ସବୁ ମିଥ୍ଯା କଥା ମିଥ୍ଯା ପ୍ରଣ ଦେଇ କରିଲ ମୋ ବ୍ୟବହାର,ସ୍ୱାର୍ଥ ସିଦ୍ଧି ପରେ ଅର୍ଥ ପ୍ରାପ୍ତି ହେଲା ଛାଡି ଚାଲିଗଲ ଦୂର  ।ଅର୍ଥ ପ୍ରାପ୍ତି ପରେ ସମ୍ପର୍କ ଭାଙ୍ଗିଲ କଥା ପାଇଁ କଲ ଲାଜ,କି ଦୋଷ …

ପ୍ରେମ ଏକ ମିଛେଇ ଝିଅର ନାଁ Read More »

ପ୍ରେମ ଏକ ଅସମ୍ପୂର୍ଣ୍ଣ ଉପନ୍ୟାସ

ସେ କାଲି ଆସିଥିଲା ସ୍ୱପ୍ନରେ  ମୁଁ ଦେଖିଥିବା ସ୍ବପ୍ନର ମହଲକୁ ନେଇ, ଆସ୍ତେ କରି ଆସି ମୋ ପାଖେ ବସି  ମୋ ହାତରେ ଧରେଇଦେଇ ଘରଟିକୁ କହିଲା ,” ଦେଖ୍ ତୋ ହିସାବରେ ଦେଇଛି ମୁଁ ଗଢେଇ।”  ଥରେ ବୁଲେଇ ଆଣିଲି ହାତ ସେ ଛୋଟିଆ ମହଲରେ  ଅବିକଳ ସେମିତି ଯେମିତି ମୁଁ ଦେଖିଥିଲି ସେଇ ବୃନ୍ଦାବତୀ, ବୃନ୍ଦାବତୀ ଆଗରେ ହାତେ  ଓଢ଼ଣା ଟାଣି ପାଣି ଦେଉଥିବା ମୁଁ ସେଇ ବଗିଚା ଯୋଉଠି ଆମେ  ବଢାଉଛୁ କେତେ …

ପ୍ରେମ ଏକ ଅସମ୍ପୂର୍ଣ୍ଣ ଉପନ୍ୟାସ Read More »

ପ୍ରେମ – ପ୍ରାପ୍ତି ନୁହେଁ ନୀରବ ସାଧନା

ପ୍ରେମ ଏକ ପ୍ରାପ୍ତି ନୁହେଁ ନୀରବ ସାଧନା ଆକାଶ ର ଝର ଝର ବର୍ଷା ବାରି ପୁର୍ଣ୍ଣ ମାଟିମଗ୍ନା ଚଷାଭାଈ ସୁର ତୋଳେ ଆନନ୍ଦ ଖୁସୀରେ ବରଷା ପ୍ରେମରେ।। ନିଶ୍ଵାସ ବିଶ୍ଵାସ ସବୁ ସାଥେ ନେଇ ଚାଲି ଆସେ ଇପ୍ସିତ ଇଛାରେ  ଦେଖେନାହିଁ ରୂପ ଭେକ ଧନ ସନମାନ  ଦେଖେ ଖାଲି ମନ ଆକାଶ ରେ ହସୁଥାଏ ଜହ୍ନ ନୀଳ କଇଁ  ଥାଏ ଚାହିଁ   ପୋଖରୀରେ, ଯୋଜନ ଦୁରରେ।। ପୂର୍ଣ୍ଣ ଗର୍ଭା ନଦୀ ଜଳ ଫୁଲୁଥାଏ  କ୍ଷଣ …

ପ୍ରେମ – ପ୍ରାପ୍ତି ନୁହେଁ ନୀରବ ସାଧନା Read More »