ମୁଁ ନିର୍ଭୟା କହୁଛି
ଦୟାକର ଦୟାକର ମୋ ଉପରେ,କହୁଛି ମୁହିଁ ନିର୍ଭୟା,ଶୁଣ ମୋର ଆର୍ତ୍ତ କରୁଣ ଚିତ୍କାର,କରି ମୋ ଉପରେ ଦୟା। ଏତେ ହିନୀମାନ କରି କେତେ କେତେ,ଡାହାଳ କୁକୁର ମାନେ,ଝୁଣି ଖାଇଗଲେ ମୋର ଶରୀରକୁ,ପୁରୁଷତ୍ବ ଅଭିମାନେ। ଶୁଣିଲେନି ଥରେ ମୋ କରୁଣ ଡାକ,ନିର୍ଜନ ସଡକ ମଧ୍ୟେ,ବାସନାର ଅନଳରେ ଜାଳିଦେଲେ,କାମନା ର ବିଷ ଗନ୍ଧେ। ଦେଇଗଲେ ଯେଉଁ ଶରୀରରେ ଦାଗ,ସେହି ରାତି ସାରା ମୋତେ,ସହି ହେଲା ନାହିଁ ବୋଲି ନେଇଗଲି,ବିଦାୟ ଏହି ମରତେ। କିବା ଅପରାଧ କରିଥିଲି କୁହ,ନିଷ୍ଠୁର ପୁରୁଷ ଜାତି,କାହିଁକି …






