ପ୍ରେମ – ଏକ ମିଛେଇ ଝିଅର ନାଁ
ପ୍ରେମ’- ଏକ ମିଛେଇ ଝିଅର ନାଁ ଖୋଜୁଛି କାହାକୁ ଜାଣିନି ତା ନାଁ ପାଉନି ତାହାକୁ ଦେଖିନି ତା ଗାଁ ତଥାପି ଏ ମନ ବୁଝେନା … ପ୍ରେମ’- ଏକ ମିଛେଇ ଝିଅର ନାଁ …. ଅକୁହା କଥାର ମରମ ଖୋଲିବ ଅଦେଖା ଚେହେରା ଦିନେ ପ୍ରିୟ ହେବ ଅନାମିକା ଝିଅ ମୋ ନାଁ ଗାଇବ …
ପ୍ରେମ’- ଏକ ମିଛେଇ ଝିଅର ନାଁ ଖୋଜୁଛି କାହାକୁ ଜାଣିନି ତା ନାଁ ପାଉନି ତାହାକୁ ଦେଖିନି ତା ଗାଁ ତଥାପି ଏ ମନ ବୁଝେନା … ପ୍ରେମ’- ଏକ ମିଛେଇ ଝିଅର ନାଁ …. ଅକୁହା କଥାର ମରମ ଖୋଲିବ ଅଦେଖା ଚେହେରା ଦିନେ ପ୍ରିୟ ହେବ ଅନାମିକା ଝିଅ ମୋ ନାଁ ଗାଇବ …
କେଉଁ ରାଇଜକୁ ଚାଲିଗଲ ପ୍ରିୟା ନେଲ ନାହିଁ ମୋତେ ସାଥିରେ କେମିତି କାଟିବି ଦିନ ତୁମ ବିନା ନିଦ ହେଉନାହିଁ ରାତି ରେ…..। ତୁମ ସହ ବିତା ସୁନେଲି ସମୟ କେମିତି କରିଛି ମୋତେ ଅସହାୟ ଆହା ବୋଲି ମୋତେ ପଦେ କହିବାକୁ କେହି ନାହିଁ ଆଜି ପାଖରେ ପ୍ରିୟା ,ନିଦ ହେଉନାହିଁ ରାତିରେ… । ଆଜି ଏ ନିଶବ୍ଦ ବେଳାରେ , ଏକା ଏକା ଲାଗେ ଭାରି ଦୁଃଖ ଯେତେ ସବୁ କବିତାରେ ଲେଖେ ତୁମର …
ଓଃ….! ଏ କେମିତିକା ଅନୁଭବ ? ଏଣେତେଣେ ବିଚ୍ଛୁରିତ ଭାବନାସବୁ ମଧ୍ୟେ, ଅଦେଖା, ଅକୁହା ପ୍ରଳାପର ସୌଧେ, ସତେକି କିଛି ଦୂରେଇଯାଉଛି ! ଖୁବ୍ ଖୁବ୍ ତୀବ୍ରବେଗରେ ଦୂରକୁ, ଆହୁରି ଦୂରକୁ । ନିଶ୍ଚଳ ଥାଇ ବି ଶରୀର, ମନଟା ପ୍ରବାହମାନ, ଏ କୂଳରୁ ସେ କୂଳ ଯେମିତି କେହିଜଣେ ଅତି ନିଜର, ହଜିଯାଉଛି ସେଇ ଅନତିଦୂର ହିମଶଯ୍ୟାରେ ଆଗକୁ, ଆହୁରି ଆଗକୁ । ଶତ ଚେଷ୍ଟାପରେ ବି, ନା ଧିମେଇପାରୁଛି ତା’ ବେଗ, ନା ବଢ଼େଇପାରୁଛି …
କେବେ ଦିନେ ସରିଯିବ ଏ ପୃଥିବୀର ଆୟୁଷ ଜହ୍ନ ଯେବେ ଛିଣ୍ଡିଯିବ ଆକାଶରୁ ତାରା ସବୁ ଗୋଟା ଗୋଟା ଲୁଚିଯିବେ ଶୁଖିଲା ଜଙ୍ଗଲର ଝଡ଼ା ପତ୍ର ସନ୍ଧିରେ ସମୁଦ୍ର ଦିଶିବ ଯେବେ ମରୁଭୂମି ଭଳି ପରସ୍ପର ପ୍ରତି ଥିବା ଯେତେ ପ୍ରତିଶୃତିରେ ପାଣି ଢାଳେ ମିଶିଗଲାପରେ , ଯଦି ମୋର ତୁମ ସହ ଦେଖାହୁଏ ପ୍ରଥମ ଓ ଶେଷଥର ପାଇଁ । ମୋ ତମାମ ଭାଗ୍ୟଫଳ କୁ ମିଛ ପ୍ରମାଣିତ କରି ତୁମେ ଯଦି ମୋ ସାମ୍ନାରେ …
ମୁକୁଳା କେଶକୁ ମଲ୍ଲୀମାଳତୀରେ ଫୁଟିଉଠେ ତୁମ ବାସ, ଛାତିଏ ପ୍ରେମକୁ ରାତିଏ ସ୍ମୃତିରେ ଉଙ୍କିମାରେ ତୁମ ହସ l ନୟନ ତୁମର ମୟୁର ପୁଛିକା କଳାମେଘେ ନାଚି ଉଠେ l କଜଳରେ ତୁମ କୋକିଳର ଦେହ, ଚାହାଁଣୀର ପ୍ରୀତି ମାଠେ l ଭାଙ୍ଗିକି ପଡିଲେ ଝରଣାର ଢେଉ ଧିରେ ଧିରେ ବହି ଆସେ, ଉତ୍ସାହି ଉଠିଲେ ଦି’ନୟନ ଚନ୍ଦ୍ରିକା ମିଞ୍ଜି ମିଞ୍ଜି କରି ହସେ l ହଜିବାକୁ ଚାହେଁ ସେ ଦୁଇ ନେତ୍ରରେ ହୋଇ ତୁମ ସ୍ବପ୍ନ …
ଅସଜଡା ସବୁକୁ ସଜାଡିବାକୁ ଆଜି ନାହିଁ ନଥିବା ସ୍ୱପ୍ନ…! ଖୁବ୍ ମିଠା ବାସୁଥିଲା ଆଜି ଏ ସହରର ପବନ ତୁମ ଅପେକ୍ଷାରେ ଦିନ ସବୁ ସରିଗଲା ପରେ ଦେଖୁଥିଲି ଆଖି ହଳେ ତୁମକୁ ଚୋରି କରିଥିବା କେଉଁ ଏକ ଆଇନାର ପ୍ରତିବିମ୍ବରେ..! ତୁମ ଆଖିରେ ଏବେ ବହି ଯାଉଥିବା ନଈ ଢଳ ଢଳ ପାଣିରେ ସ୍ୱପ୍ନ ସବୁ ତରଙ୍ଗର ଢେଉ ଯେଉଁଠି ଅନେକ ରଙ୍ଗର ପସରା, ବାଆର ଆଶାରେ ନାଆ ଧରି କେହି ଜଣେ ଅଜଣା ନାବିକ …
ଜୀବନର ଚଲାପଥେ ଏକାଏକା ଚାଲୁଥିବା ବେଳେ କିଏ ପୁଣି ଅଧାବାଟେ ହାତଧରି ଡାକିନିଏ ଚାରି ଆଖି ମିଶିଯାଇ ଦୁଇପଦ କଥା ହେଲେ ସତରେ କଣ କେବେ ପ୍ରେମ ହୋଇଯାଏ…! ମୁଣ୍ଡ ଉପରୁ ଉଠିଯାଏ ଆକାଶର ଛାତ ପାଦତଳୁ ଖସିଯାଏ ମାଟି ମାୟା ହରିଣୀର ପଛେ ଗୋଡ଼ାଇ ଗୋଡ଼ାଇ ସେ ପାଦ ଥାପେ ଆଉ ଏକ ଅଜଣା ଇଲାକାରେ….. ପ୍ରେମକୁ ପାଇବାକୁ ଭୁଲିଯାଏ ନିଜର ଅସ୍ତିତ୍ବ ପଛରେ ଛାଡ଼ିଦିଏ ସ୍ଵାଭିମାନ ,ଆଭିଜାତ୍ୟ ,ବଂଶପରମ୍ପରା ପ୍ରେମ ଏକ ମିଛେ଼ଇ ଝିଅଟେ …
ବାରମାସେ ତେର ପରବ ପର୍ବାଣୀ ହିନ୍ଦୁ ଘରେ ଘରେ ହୁଏ, ବଡ଼ ପରବଟି ରଜ ଭାବେ ଖ୍ୟାତ ଆନନ୍ଦ ଉଲ୍ଲାସେ ହୁଏ ଉତ୍କଳୀୟଙ୍କ ଗୌରବ ପ୍ରେମ ଭକ୍ତି ପ୍ରୀତି ଜ୍ଞାନ ସଂସ୍କାରର ନିର୍ଯ୍ୟାସ ଏହି ପରବ। ପ୍ରଥମ ଦିନଟି ପହିଲି ରଜ ଯେ ଦ୍ବିତୀୟେ ରଜ ସଂକ୍ରାନ୍ତି, ଆଜି ତ ଅଟଇ ଭୂମି ଦହନ ଯେ ବସୁମତୀ ସ୍ନାନ କାଲି ନ ଭୁଲିକି ପରମ୍ପରା ଆସ ଆମେ ରଜ ପରବ ପାଳିବା ଆମପାଇଁ ଅପାଶୋରା। ମାଆ ବସୁମତୀ …
ଜଣେ ଜାଳିବାରେ ବ୍ୟସ୍ତ ନୀଳ ତାର ତପ୍ତ ଅହଙ୍କାରେ ଜଣେ ଜଳିବାରେ ଲିପ୍ତ ଧୂସର ତା ଅଭିମାନୀ ସ୍ୱରେ, ଏମିତି ହିଁ ବଢିଚାଲେ ନିଦାଘର ନିର୍ମମ ଆକ୍ରୋଶ ବାଟବଣା ରଜ ଆଜି ପ୍ରକୃତିର କ୍ରୁର ଆକୃତିରେ। କାଳବୈଶାଖୀର କୋପେ ବିବ୍ରତ ଏ ବିବର୍ଣ୍ଣ ଆଷାଢ଼ ଆଗ ଭଳି ରଜ ପାଗ କରେନାହିଁ ରଜକୁ ବର୍ଣ୍ଣାଢ଼୍ୟ, ଅପପୃଷ୍ଟି ଦେହେ ଆଜି ବସୁମାତା ହୁଏ ରଜସ୍ୱଳା ବାଟବଣା ରଜ ଦେଖ ବିଛେଦରେ ମାଟି ଆକାଶର। ପ୍ରଗତିର ଧାଁ ଦଉଡେ ସଂସ୍କୃତି …
ଓଡ଼ିଆ ସଂସ୍କୃତି ବଜାଇ ରଖିଣ ଜ୍ୟେଷ୍ଠ ମାସେ ରଜ ଆସେ, ଘରେ ଘରେ ପୋଡ଼ପିଠା ଓ ଆରିସା ବଣ୍ଟା ଆନନ୍ଦ ଉଲ୍ଲlସେ l କୃଷକର ଖୁସି କହିଲେ ନ ସରେ କ୍ଷେତେ କାମ ତା’ ନଥାଏ, ତାସ ଖେଳରେ ମେଳ ଜମିଥାଏ ରଜ ମଉଜ ମନାଏ l ଓଡ଼ିଶା ରାଜ୍ୟର ଗଣପର୍ବ ରଜ ପାରମ୍ପlରିକ ଅଟଇ, ତିନି ଦିନ ଧରି ପାଳନ ହୁଅଇ ରଜ ମଉଜ ମନେଇ l ମିଥୁନ ମାସର ଆରମ୍ଭ ହୁଅଇ ରଜ ଦ୍ଵିତୀୟ …