କବିତା

ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ 

ଶରତ ଶୋଭିତା ଆକାଶର  ମନଖୋଲା ହସ, ତା ଛାତିରେ ଶୁଭ୍ର ବସ୍ତ୍ରାନ୍ବିତା ଧଳାଧଳା ମେଘର  ଅପୂର୍ବ ମାଦକତା | ଚହଲା ପାଣିରେ ଏଇ ମାତ୍ର, ଝଲସି ଉଠୁଛି, ପ୍ରତୀକ୍ଷାର ପୂର୍ଣ୍ଣ ଚନ୍ଦ୍ର | ପ୍ରସ୍ଫୁଟିତ ଜିଜ୍ଞାସାର ପଦୁଅଁର  ମହମହ ଗନ୍ଧରେ, ମାଟି ତୋଳୁଛି ନୂଆନୂଆ ପ୍ରତିଜ୍ଞା | କିଛି ପ୍ରତିଶୃତି ତୋଳିଛି ଭୋର୍ ବେଳାରେ, ବୃନ୍ତଚ୍ୟୁତ ଝରା ଶେଫାଳି, ଏଇନା ଏଇନା ବାଢ଼ିଛି ଶେଷ ସମାପିକା | ବିଭୋର କାଶତଣ୍ଡୀରେ ଗୋଟେ ଋତୁ ର ଶାଶ୍ୱତ ଆଗମନ …

ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ  Read More »

ଛାତିଏ ପ୍ରେମ ଓ ରାତିଏ ସ୍ୱପ୍ନର ଅଭୁଲା କଥା

ମନେଅଛି! ବର୍ଷା ବତୁରା ସେଇ ଅଳସି ଅପରାହ୍ନ କଥା; ଯେଉଁଠି ତୁମେ ଥିଲ, ମୁଁ ଥିଲି; ଆଉ ତୁମ ପ୍ରକୋଷ୍ଠ ର ନେପଥ୍ୟରେ ବୋଧହୁଏ ଥିଲା ନିମିଷକ ନୀରବତା; ଶୂନ୍ୟ ରେ ଚିତ୍କାର କରି ତୁମ ପ୍ରେମକୁ ବ୍ୟକ୍ତ କରିବାକୁ ଚାହୁଁଥିଲା, ଚେତେଇ ଦେବାକୁ ଚାହୁଁ ଥିଲା ମୋତେ, କେତେ ଯେ ଶକ୍ତି ଏଇ ଦୁଇଟି ଶବ୍ଦ ରେ! ତୁମର ସେ ଫାଜିଲ କାନ୍ଥ ଘଣ୍ଟାର ଟିକ୍ ଟିକ୍ ଶବ୍ଦସବୁ, ସତେକି ମୋ ହୃଦ ସ୍ପନ୍ଦନ ରେ …

ଛାତିଏ ପ୍ରେମ ଓ ରାତିଏ ସ୍ୱପ୍ନର ଅଭୁଲା କଥା Read More »

ଛାତିଏ ପ୍ରେମ ଓ ରାତିଏ ସ୍ୱପ୍ନର ଅଭୁଲା କଥା

ରୁଦ୍ଧ ଚେତନାର ଦିଗନ୍ତକୁ ଚିରି ମୋର ରିକ୍ତ ହୃଦାକାଶ ପୁର୍ଣ କରି, ତୁମେ ଲାସ୍ୟମୟୀ ଆସ ଅବତରି ଆପଣା ପଣରେ ନିଅ ମୋତେ ବରି।  ଅନ୍ଧାରୀ ଜୀବନେ ତୁମ ଜ୍ୟୋତି ଭରି ବଞ୍ଚିବାର ନବ ଆଶା ଦିଅ ଭରି, ଆନନ୍ଦ ବିଧୁର ଚିତ୍ତ ତଟିନୀରେ ସାଜ ମୋ ସ୍ୱପ୍ନର ରାଜକୁମାରୀ।  ନିଦ୍ରିତ ନୟନ ଗୋପନ ଅଞ୍ଚଳେ ତୁମ ଆକାଂକ୍ଷିତ ସ୍ମୃତି ଧୀରେ ଦୋଳେ, ମୁଦିତ ଚକ୍ଷୁର କଳ୍ପନା ଦୃଷ୍ଟିରେ ତୁମେ ଉଇଁ ଆସ ସମ୍ଭାବନା ପୂର୍ବାଚଳେ। ଛାତିରେ …

ଛାତିଏ ପ୍ରେମ ଓ ରାତିଏ ସ୍ୱପ୍ନର ଅଭୁଲା କଥା Read More »

ପ୍ରେମ ଏକ ମିଛେଇ ଝିଅର ନାଁ

ସବୁଜ ଦିନର ଅଭୁଲା ସ୍ମୃତି ସେ ସବୁଜ ବୟସ କଥା,ବିସ୍ମୃତ ରହିଛି ତୁମର ଆମର ପ୍ରେମପୂର୍ଣ୍ଣ କଥାବାର୍ତ୍ତା  ।ପ୍ରେମ ପ୍ରତିମା ମୋ ପ୍ରଣୟୀ ନାୟିକା କଥା ଦେଇଥିଲ ତୁମେ,ହାତେ ହାତ ଆମ ସମ୍ପର୍କର ଡୋରି ରହିବ ଏ ମର୍ତ୍ତ୍ୟଧାମେ ।ସବୁ ମିଥ୍ଯା କଥା ମିଥ୍ଯା ପ୍ରଣ ଦେଇ କରିଲ ମୋ ବ୍ୟବହାର,ସ୍ୱାର୍ଥ ସିଦ୍ଧି ପରେ ଅର୍ଥ ପ୍ରାପ୍ତି ହେଲା ଛାଡି ଚାଲିଗଲ ଦୂର  ।ଅର୍ଥ ପ୍ରାପ୍ତି ପରେ ସମ୍ପର୍କ ଭାଙ୍ଗିଲ କଥା ପାଇଁ କଲ ଲାଜ,କି ଦୋଷ …

ପ୍ରେମ ଏକ ମିଛେଇ ଝିଅର ନାଁ Read More »

ପ୍ରେମ ଏକ ଅସମ୍ପୂର୍ଣ୍ଣ ଉପନ୍ୟାସ

ସେ କାଲି ଆସିଥିଲା ସ୍ୱପ୍ନରେ  ମୁଁ ଦେଖିଥିବା ସ୍ବପ୍ନର ମହଲକୁ ନେଇ, ଆସ୍ତେ କରି ଆସି ମୋ ପାଖେ ବସି  ମୋ ହାତରେ ଧରେଇଦେଇ ଘରଟିକୁ କହିଲା ,” ଦେଖ୍ ତୋ ହିସାବରେ ଦେଇଛି ମୁଁ ଗଢେଇ।”  ଥରେ ବୁଲେଇ ଆଣିଲି ହାତ ସେ ଛୋଟିଆ ମହଲରେ  ଅବିକଳ ସେମିତି ଯେମିତି ମୁଁ ଦେଖିଥିଲି ସେଇ ବୃନ୍ଦାବତୀ, ବୃନ୍ଦାବତୀ ଆଗରେ ହାତେ  ଓଢ଼ଣା ଟାଣି ପାଣି ଦେଉଥିବା ମୁଁ ସେଇ ବଗିଚା ଯୋଉଠି ଆମେ  ବଢାଉଛୁ କେତେ …

ପ୍ରେମ ଏକ ଅସମ୍ପୂର୍ଣ୍ଣ ଉପନ୍ୟାସ Read More »

ପ୍ରେମ – ପ୍ରାପ୍ତି ନୁହେଁ ନୀରବ ସାଧନା

ପ୍ରେମ ଏକ ପ୍ରାପ୍ତି ନୁହେଁ ନୀରବ ସାଧନା ଆକାଶ ର ଝର ଝର ବର୍ଷା ବାରି ପୁର୍ଣ୍ଣ ମାଟିମଗ୍ନା ଚଷାଭାଈ ସୁର ତୋଳେ ଆନନ୍ଦ ଖୁସୀରେ ବରଷା ପ୍ରେମରେ।। ନିଶ୍ଵାସ ବିଶ୍ଵାସ ସବୁ ସାଥେ ନେଇ ଚାଲି ଆସେ ଇପ୍ସିତ ଇଛାରେ  ଦେଖେନାହିଁ ରୂପ ଭେକ ଧନ ସନମାନ  ଦେଖେ ଖାଲି ମନ ଆକାଶ ରେ ହସୁଥାଏ ଜହ୍ନ ନୀଳ କଇଁ  ଥାଏ ଚାହିଁ   ପୋଖରୀରେ, ଯୋଜନ ଦୁରରେ।। ପୂର୍ଣ୍ଣ ଗର୍ଭା ନଦୀ ଜଳ ଫୁଲୁଥାଏ  କ୍ଷଣ …

ପ୍ରେମ – ପ୍ରାପ୍ତି ନୁହେଁ ନୀରବ ସାଧନା Read More »

ପ୍ରେମ – ଏକ ମିଛେଇ ଝିଅର ନାଁ 

ପ୍ରେମ’- ଏକ ମିଛେଇ ଝିଅର ନାଁ  ଖୋଜୁଛି କାହାକୁ ଜାଣିନି ତା ନାଁ        ପାଉନି ତାହାକୁ ଦେଖିନି ତା ଗାଁ   ତଥାପି ଏ ମନ ବୁଝେନା …           ପ୍ରେମ’- ଏକ ମିଛେଇ ଝିଅର ନାଁ …. ଅକୁହା କଥାର ମରମ ଖୋଲିବ           ଅଦେଖା ଚେହେରା ଦିନେ ପ୍ରିୟ ହେବ ଅନାମିକା ଝିଅ ମୋ ନାଁ ଗାଇବ     …

ପ୍ରେମ – ଏକ ମିଛେଇ ଝିଅର ନାଁ  Read More »

ଛାତିଏ ପ୍ରେମ ଓ ରାତିଏ ସ୍ୱପ୍ନର ଅଭୁଲା କଥା

କେଉଁ ରାଇଜକୁ ଚାଲିଗଲ ପ୍ରିୟା ନେଲ ନାହିଁ ମୋତେ ସାଥିରେ କେମିତି କାଟିବି ଦିନ ତୁମ ବିନା ନିଦ ହେଉନାହିଁ ରାତି ରେ…..। ତୁମ ସହ ବିତା ସୁନେଲି ସମୟ କେମିତି କରିଛି ମୋତେ ଅସହାୟ ଆହା ବୋଲି ମୋତେ ପଦେ କହିବାକୁ କେହି ନାହିଁ ଆଜି ପାଖରେ ପ୍ରିୟା ,ନିଦ ହେଉନାହିଁ ରାତିରେ… । ଆଜି ଏ ନିଶବ୍ଦ ବେଳାରେ , ଏକା ଏକା ଲାଗେ ଭାରି ଦୁଃଖ ଯେତେ ସବୁ କବିତାରେ ଲେଖେ ତୁମର …

ଛାତିଏ ପ୍ରେମ ଓ ରାତିଏ ସ୍ୱପ୍ନର ଅଭୁଲା କଥା Read More »

ପ୍ରେମ – ଏକ ଅସମ୍ପୂର୍ଣ୍ଣ ଉପନ୍ୟାସ

ଓଃ….! ଏ କେମିତିକା ଅନୁଭବ ? ଏଣେତେଣେ ବିଚ୍ଛୁରିତ ଭାବନାସବୁ ମଧ୍ୟେ, ଅଦେଖା, ଅକୁହା ପ୍ରଳାପର ସୌଧେ, ସତେକି କିଛି ଦୂରେଇଯାଉଛି ! ଖୁବ୍ ଖୁବ୍ ତୀବ୍ରବେଗରେ ଦୂରକୁ, ଆହୁରି ଦୂରକୁ । ନିଶ୍ଚଳ ଥାଇ ବି ଶରୀର, ମନଟା ପ୍ରବାହମାନ, ଏ କୂଳରୁ ସେ କୂଳ ଯେମିତି କେହିଜଣେ ଅତି ନିଜର, ହଜିଯାଉଛି ସେଇ ଅନତିଦୂର ହିମଶଯ୍ୟାରେ ଆଗକୁ, ଆହୁରି ଆଗକୁ । ଶତ ଚେଷ୍ଟାପରେ ବି, ନା ଧିମେଇପାରୁଛି ତା’ ବେଗ, ନା ବଢ଼େଇପାରୁଛି …

ପ୍ରେମ – ଏକ ଅସମ୍ପୂର୍ଣ୍ଣ ଉପନ୍ୟାସ Read More »

ପ୍ରେମ ପ୍ରାପ୍ତି ନୁହେଁ ଏକ ନୀରବ ସାଧନା

କେବେ ଦିନେ ସରିଯିବ ଏ ପୃଥିବୀର ଆୟୁଷ ଜହ୍ନ ଯେବେ ଛିଣ୍ଡିଯିବ ଆକାଶରୁ ତାରା ସବୁ ଗୋଟା ଗୋଟା ଲୁଚିଯିବେ ଶୁଖିଲା ଜଙ୍ଗଲର ଝଡ଼ା ପତ୍ର ସନ୍ଧିରେ ସମୁଦ୍ର ଦିଶିବ ଯେବେ ମରୁଭୂମି ଭଳି ପରସ୍ପର ପ୍ରତି ଥିବା ଯେତେ ପ୍ରତିଶୃତିରେ ପାଣି ଢାଳେ ମିଶିଗଲାପରେ , ଯଦି ମୋର ତୁମ ସହ ଦେଖାହୁଏ ପ୍ରଥମ ଓ ଶେଷଥର ପାଇଁ । ମୋ ତମାମ ଭାଗ୍ୟଫଳ କୁ ମିଛ ପ୍ରମାଣିତ କରି ତୁମେ ଯଦି ମୋ ସାମ୍ନାରେ …

ପ୍ରେମ ପ୍ରାପ୍ତି ନୁହେଁ ଏକ ନୀରବ ସାଧନା Read More »