କବିତା

ନିରୁପାୟ ଈଶ୍ୱର

ମେ କିଛି ଖାଅନାହିଁ ବୋଲି ତ ତୁମର ଏତେ ଆଦର ତୁମେ କିଛି ଚାହଁନାହିଁ ବୋଲି ତ ତୁମେ ଏତେ ନିଜର, ତୁମେ କିଛି କୁହନାହିଁ ବୋଲି ତୁମ ପାଖେ ଏତେ ଅଭିଯୋଗ ତୁମେ କିଛି ଦେଖନାହିଁ ବୋଲି ତ ଏଠି ଏତେ ସ୍ବେଚ୍ଛାଚାର। ହେ ଈଶ୍ୱର, ତୁମ ପରିଚୟ ଆଜି ବେନାମୀ ସାଜିଛି ତୁମେ ପାଖରେ ଥାଇ ବି ବହୁଦୂର, ଚିହ୍ନା ହୋଇ ବି ସାତପର। ସକାଳ ସଞ୍ଜରେ ଚାଖଣ୍ଡେ ଥାଳିରେ ପେଟ ତୁମ ଯାଏ …

ନିରୁପାୟ ଈଶ୍ୱର Read More »

ସଞ୍ଜ ଅଭିସାର

ତୁମ ଗୋଲାପୀ ଚିବୁକରେ ଫୁଟି ଉଠିଥିଲା ଆନନ୍ଦର ସହସ୍ର କୁସୁମ ତୁମ କମ୍ପିତ ଅଧରରୁ ଝରି ପଡୁଥିଲା ସମ୍ମତିର ମଧୁ ଅଭିସାର ଅଗଣିତ ସପନର ବିମୁଗ୍ଧ ତାରକା ଚିକମିକ କରୁଥିଲେ ଢଳ ଢଳ ସଜ୍ଜଳ ଆଖିରେ। ଦୁଇକେରା କେଶ ଆସି ନାସାଗ୍ରକୁ ଛୁଇଁ କାନରେ ତୁମର କିଛି ଦେଉଥିଲେ ଗୁପ୍ତ ମନ୍ତ୍ରଣା, ଅଚାନକ ବାସି ଉଠିଥିଲା କବରୀ ତୁମର ବାକରୁଦ୍ଧ ଅଧରରୁ ଝରୁଥିଲା ପ୍ରିତୀର ଝରଣା। ଉଇଁ ଆସୁଥିଲା ଝାପ୍ସା ତୋଫା ଜହ୍ନ ସାକ୍ଷୀ ଥିଲା ତୁମ …

ସଞ୍ଜ ଅଭିସାର Read More »

ଦୋଳ ଗୋବିନ୍ଦ

ଚୂତ ଡାଳେ ଆସିଲାଣି ବସନ୍ତ କୋକିଳ କଣ୍ଠରେ ମଧୁ ସଙ୍ଗୀତ ରଙ୍ଗ ପ୍ରସୂନରେ ଶୋଭେ ଜଗତ ଧରଣୀ ରାଣୀ ହୃଦ ରୋମାଞ୍ଚିତ ଚଉଦିଗେ ଖେଳେ ମହା ଆନନ୍ଦ ଦୋଳେ ବିଜେ ଆଜି ଦୋଳ ଗୋବିନ୍ଦ। ଦୂର ଦିଗନ୍ତେ ହସେ କିଶଳୟ ତନୁ ଛୁଇଁଯାଏ ମୃଦୁ ମଳୟ ଧ୍ୱନିତ ଶ୍ରୀରାଧା କୃଷ୍ଣଙ୍କ ଜୟ ଆହା ଏ ମୁହୁର୍ତ୍ତ ଅମୃତମୟ ନାଚିଉଠେ ଆଜି ପୂର୍ଣମୀ ଚାନ୍ଦ ଦୋଳେ ବିଜେ ଆଜି ଦୋଳ ଗୋବିନ୍ଦ। ରାଧାରାଣୀ ବେଣୁପାଣି ସଙ୍ଗତେ ଦୋଳି ଖେଳୁଛନ୍ତି …

ଦୋଳ ଗୋବିନ୍ଦ Read More »

ଫଗୁଣେ ଅବିର

ବସନ୍ତ ଆସିଛି ଖୁସିର ପସରା ଧରାରେ ମେଲାଇ ଦେଇଛି, ଫଗୁଣର ବାସ୍ନା ଅବିର ଭିତରେ ଚଉଦିଗ ଖେଳି ଯାଉଛି, କୁଞ୍ଜରେ ରାହାସ ହେଉଛି ଦୋଳ ବିମାନରେ ଶ୍ରୀରାଧା ଶ୍ରୀକୃଷ୍ଣ ଅବିରରେ ରଙ୍ଗ ଲାଗିଛି ।। ଆସିଛନ୍ତି ବୁଲି ଶ୍ରୀଦୋଳଗୋବିନ୍ଦେ ଭକ୍ତ ସାଥେ ହୋଲି ଖେଳିବେ, ସର୍ବେ ହୋଇ ମେଳ ଖେଳିବାରେ ଖେଳ ଶ୍ରୀପୟରେ ଫୁଗୁ ବୋଳିବେ, ସେ ଫଗୁ ଦେହରେ ବାଜିଲେ କୋଟି ଜନମର ପାପକ୍ଷୟ ହେବ ସେ ଦୃଶ୍ୟରେ ଚିତ୍ତ ହରିବେ । ଭକ୍ତ ସାଥେ …

ଫଗୁଣେ ଅବିର Read More »

ପ୍ରିୟତମା

କାନ ଝୁମକାକୁ, ନାକରେ ନୋଥ। ତିରଛି ଆଖି ଚାହାଣୀ, ହଜେଇ ଦିଏ ମୋ ନିଦ। ନାଲି ଓଠକୁ, ହାତେ ଗୋଲାପୀ ଚୁଡି। ମଥା ବିନ୍ଦିକୁ, କଳାଜାଇର ସେ ଯୋଡ଼ି। ଏ ପ୍ରେମ ଇନ୍ଦ୍ରିୟ ତୁମଠାରେ କରି ବାସ ଦିନରାତି ମୋହିନୀ ସାଜି ମତେ କରେ ତୁମ ଦାସ। ଆଗୋ ଅଳସୀ ଅରଣ୍ୟା, ତୁମେ ତ ଜୁଆରୀ ବନ୍ୟା। ଅନଳ ନୟନେ, ତୁମେ ଶିଥିଳ କନ୍ୟା। ମୋ ତୃଷାର ତୃଷ୍ଣା ତୁମେ, କେବେ ବରଷା ଝର। ବୈଶାଖର କେବେ …

ପ୍ରିୟତମା Read More »

ଭିନ୍ନ ଏକ ପ୍ରେମ ଉପାଖ୍ୟାନ

ଦିବସ ଯାକ ପ୍ରଣୟର ନିବେଦନ ପରେ ଅବସାନ ଘଟେ ସୁଦୀର୍ଘ ପ୍ରତୀକ୍ଷାର। ଦିଗନ୍ତ ହଂସପୁରେ ଶାୟିତ ସବୁଜ ସୁନ୍ଦରୀର ଉଛ୍ୱସିତ ପ୍ରେମ ନିବେଦନେ ସମ୍ମୋହିତ ହୋଇ ବିଶାଳ ଆକାଶ ତାର ବିସ୍ଫାରିତ ବକ୍ଷ ମେଲି ଦିଗବଳୟେ କରଇ ଆହ୍ୱାନ। ପ୍ରେମନଦୀ ସାଗରରେ ମିଶେ ଦୀର୍ଘପଥ ଦିଗନ୍ତରେ ହଜେ। ଆନନ୍ଦେ ଅଧିରା ହୋଇ ବନାନୀ ସୁନ୍ଦରୀ ଆକାଶର ବହୁଛାୟା ତଳେ ମଜ୍ଜିଯାଏ ଭଙ୍ଗିଳ ନୃତ୍ୟରେ, ପ୍ରିୟତମ ନାଇଦିଏ ନାଲିଆ ଟୋପାଟେ ଅସ୍ତଗାମୀ ସୂର୍ଯ୍ୟକୁ ଲଗାଇ ଟିପରେ ଶାୟିତା ସେ …

ଭିନ୍ନ ଏକ ପ୍ରେମ ଉପାଖ୍ୟାନ Read More »

ଫଗୁଣର ପହିଲି କିରଣ

ଚାଲ କିଛି ଉଷ୍ମତାର କଅଁଳ ଆଞ୍ଚରେ ସେକିଦେବା ଅତୀତର ଅବସାଦ ଯେତେ, ସାଉଁଟିବା ପଡିଥିବା ଭଙ୍ଗା ସ୍ୱପ୍ନସବୁ ନୂଆ କିଛି ରଙ୍ଗ ବୋଳି ଜୀବନର ହାତେ। ଚାଲ ବସି ସଜାଡ଼ିବା ଦରଭଙ୍ଗା ମନ ପ୍ରେମ କଳା ଚାତୁରୀରେ ପ୍ରାଣବନ୍ତ କରି, ପୁଷ୍ପିତ କରିବା ଆସ ସବୁ ଓଠ ଧାର ହସର ବଉଳ ଯେହ୍ନେ ପଡୁଥିବ ଝରି। ଚାଲ ଅଧା କବିତାକୁ ଆଉଥରେ ମେଲି ବାକି କିଛି ଧାଡ଼ି ଯୋଡ଼ି କରିବା ପୂର୍ଣାଙ୍ଗ, ଜିଭତଳେ ଲୁଚିଥିବା ଅପ୍ରକାଶ୍ୟ କଥା …

ଫଗୁଣର ପହିଲି କିରଣ Read More »

ତଥାପି କବିତା !!!

କବିତାରେ ଆଉ କ’ଣ ଲେଖିବା ବାକି ରହିଲା ? ଯେ ମୁଁ ଲେଖିବି! ଯାହା ଲେଖା ହେବାର କଥା ସବୁ ତ ଲେଖା ହେଲା । ଅମାବାସ୍ୟାର ଆଲିଙ୍ଗନଠୁ ଆରମ୍ଭ କରି ପୂର୍ଣ୍ଣମୀର ଚୁମ୍ବନ ପର୍ଯ୍ୟନ୍ତ , ସାଗରର ଯୌବନଠୁ ଆରମ୍ଭକରି ନଦୀର ତୃଷ୍ଣା ପର୍ଯ୍ୟନ୍ତ , ନୀଳକଇଁର ଅପେକ୍ଷାଠୁ ଆରମ୍ଭ କରି ଝରାଶେଫାଳୀର ମୋକ୍ଷ ପର୍ଯ୍ୟନ୍ତ ସବୁ ତ ଲେଖା ସରିଲାଣି , ଆଉ କ’ଣ ବା ଲେଖିବି?? ଦୁଃଖ ଦରିଆ ର ଗଭୀରତା ଏଠି …

ତଥାପି କବିତା !!! Read More »

କବିତା ଏକ ପ୍ରେମିକା

କବି ହୃଦୟର ଲେଖନୀ ସ୍ପର୍ଶରେ ଶବ୍ଦରେ ଶବ୍ଦକୁ ଛନ୍ଦେ, କବିତା ପ୍ରେମିକା କବି ମାନସରେ ନାଚଇ ତାରୁଣ୍ୟ ଛନ୍ଦେ । ରାତି ପଣତରେ ସପନ ସେ ଆଙ୍କେ ବିଷାଦ ମନେ ଉଲ୍ଲାସ , ମଧୁର ବଂଶୀର ଗୁଞ୍ଜନରେ ଭରେ ହୃଦୟେ ପ୍ରୀତି ଉଛ୍ୱ।ଶ । କବିତା ଜଗାଏ ପ୍ରାଣରେ ସ୍ପନ୍ଦନ ହୋଇ ଆବେଗର ସ୍ୱର , ପୁଣି କେବେ କବି ହୃଦୟକୁ ଛୁଏଁ ଆର୍ତ୍ତ କୋଟି ଯନ୍ତ୍ରଣାର । ସ୍ବପ୍ନ କବିର ମଧୁମୟ ବିଶ୍ୱ କବିତା ଯେ …

କବିତା ଏକ ପ୍ରେମିକା Read More »

କବିତା ତୁମେ !

କବିତା; ତୁମେ ବୈଶାଖ ମାର୍ତ୍ତଣ୍ଡ ତାପେ ଜ୍ୟେଷ୍ଠର ତୀକ୍ଷ୍ଣ ପ୍ରକାଶେ, ଆଷାଢ଼ ଅମିୟ ଧାରେ ପୁଣି ଶ୍ରାବଣ ତଟିନୀ ତୀରେ । କବିତା; ତୁମେ ଭାଦ୍ରବ ଭାଗ୍ୟର କୋଳେ ଆଶ୍ୱିନ ପୂଜା ପାର୍ବଣେ, କାର୍ତ୍ତିକ ବୋଇତ ମଙ୍ଗେ ମଗୁଶୁର ଶ୍ରୀ’ଙ୍କ ଚରଣେ । କବିତା; ତୁମେ ପୌଷର ପୀୟୂଷ ସ୍ପର୍ଶେ ମାଘର ଶୁଭ୍ର ଶିଶିରେ, ଫଗୁଣର ପ୍ରୀତି ରଙ୍ଗେ ଚୈତ୍ରର ଚିତ୍ରିତ କରେ । ହେ କବିତା ! ପ୍ରତି ଭାବୁକର ଲେଖନୀ ତୀରରେ ଶିକାରଟା ପରା …

କବିତା ତୁମେ ! Read More »