କବିତା

ପ୍ରିୟତମା

କାନ ଝୁମକାକୁ, ନାକରେ ନୋଥ। ତିରଛି ଆଖି ଚାହାଣୀ, ହଜେଇ ଦିଏ ମୋ ନିଦ। ନାଲି ଓଠକୁ, ହାତେ ଗୋଲାପୀ ଚୁଡି। ମଥା ବିନ୍ଦିକୁ, କଳାଜାଇର ସେ ଯୋଡ଼ି। ଏ ପ୍ରେମ ଇନ୍ଦ୍ରିୟ ତୁମଠାରେ କରି ବାସ ଦିନରାତି ମୋହିନୀ ସାଜି ମତେ କରେ ତୁମ ଦାସ। ଆଗୋ ଅଳସୀ ଅରଣ୍ୟା, ତୁମେ ତ ଜୁଆରୀ ବନ୍ୟା। ଅନଳ ନୟନେ, ତୁମେ ଶିଥିଳ କନ୍ୟା। ମୋ ତୃଷାର ତୃଷ୍ଣା ତୁମେ, କେବେ ବରଷା ଝର। ବୈଶାଖର କେବେ …

ପ୍ରିୟତମା Read More »

ଭିନ୍ନ ଏକ ପ୍ରେମ ଉପାଖ୍ୟାନ

ଦିବସ ଯାକ ପ୍ରଣୟର ନିବେଦନ ପରେ ଅବସାନ ଘଟେ ସୁଦୀର୍ଘ ପ୍ରତୀକ୍ଷାର। ଦିଗନ୍ତ ହଂସପୁରେ ଶାୟିତ ସବୁଜ ସୁନ୍ଦରୀର ଉଛ୍ୱସିତ ପ୍ରେମ ନିବେଦନେ ସମ୍ମୋହିତ ହୋଇ ବିଶାଳ ଆକାଶ ତାର ବିସ୍ଫାରିତ ବକ୍ଷ ମେଲି ଦିଗବଳୟେ କରଇ ଆହ୍ୱାନ। ପ୍ରେମନଦୀ ସାଗରରେ ମିଶେ ଦୀର୍ଘପଥ ଦିଗନ୍ତରେ ହଜେ। ଆନନ୍ଦେ ଅଧିରା ହୋଇ ବନାନୀ ସୁନ୍ଦରୀ ଆକାଶର ବହୁଛାୟା ତଳେ ମଜ୍ଜିଯାଏ ଭଙ୍ଗିଳ ନୃତ୍ୟରେ, ପ୍ରିୟତମ ନାଇଦିଏ ନାଲିଆ ଟୋପାଟେ ଅସ୍ତଗାମୀ ସୂର୍ଯ୍ୟକୁ ଲଗାଇ ଟିପରେ ଶାୟିତା ସେ …

ଭିନ୍ନ ଏକ ପ୍ରେମ ଉପାଖ୍ୟାନ Read More »

ଫଗୁଣର ପହିଲି କିରଣ

ଚାଲ କିଛି ଉଷ୍ମତାର କଅଁଳ ଆଞ୍ଚରେ ସେକିଦେବା ଅତୀତର ଅବସାଦ ଯେତେ, ସାଉଁଟିବା ପଡିଥିବା ଭଙ୍ଗା ସ୍ୱପ୍ନସବୁ ନୂଆ କିଛି ରଙ୍ଗ ବୋଳି ଜୀବନର ହାତେ। ଚାଲ ବସି ସଜାଡ଼ିବା ଦରଭଙ୍ଗା ମନ ପ୍ରେମ କଳା ଚାତୁରୀରେ ପ୍ରାଣବନ୍ତ କରି, ପୁଷ୍ପିତ କରିବା ଆସ ସବୁ ଓଠ ଧାର ହସର ବଉଳ ଯେହ୍ନେ ପଡୁଥିବ ଝରି। ଚାଲ ଅଧା କବିତାକୁ ଆଉଥରେ ମେଲି ବାକି କିଛି ଧାଡ଼ି ଯୋଡ଼ି କରିବା ପୂର୍ଣାଙ୍ଗ, ଜିଭତଳେ ଲୁଚିଥିବା ଅପ୍ରକାଶ୍ୟ କଥା …

ଫଗୁଣର ପହିଲି କିରଣ Read More »

ତଥାପି କବିତା !!!

କବିତାରେ ଆଉ କ’ଣ ଲେଖିବା ବାକି ରହିଲା ? ଯେ ମୁଁ ଲେଖିବି! ଯାହା ଲେଖା ହେବାର କଥା ସବୁ ତ ଲେଖା ହେଲା । ଅମାବାସ୍ୟାର ଆଲିଙ୍ଗନଠୁ ଆରମ୍ଭ କରି ପୂର୍ଣ୍ଣମୀର ଚୁମ୍ବନ ପର୍ଯ୍ୟନ୍ତ , ସାଗରର ଯୌବନଠୁ ଆରମ୍ଭକରି ନଦୀର ତୃଷ୍ଣା ପର୍ଯ୍ୟନ୍ତ , ନୀଳକଇଁର ଅପେକ୍ଷାଠୁ ଆରମ୍ଭ କରି ଝରାଶେଫାଳୀର ମୋକ୍ଷ ପର୍ଯ୍ୟନ୍ତ ସବୁ ତ ଲେଖା ସରିଲାଣି , ଆଉ କ’ଣ ବା ଲେଖିବି?? ଦୁଃଖ ଦରିଆ ର ଗଭୀରତା ଏଠି …

ତଥାପି କବିତା !!! Read More »

କବିତା ଏକ ପ୍ରେମିକା

କବି ହୃଦୟର ଲେଖନୀ ସ୍ପର୍ଶରେ ଶବ୍ଦରେ ଶବ୍ଦକୁ ଛନ୍ଦେ, କବିତା ପ୍ରେମିକା କବି ମାନସରେ ନାଚଇ ତାରୁଣ୍ୟ ଛନ୍ଦେ । ରାତି ପଣତରେ ସପନ ସେ ଆଙ୍କେ ବିଷାଦ ମନେ ଉଲ୍ଲାସ , ମଧୁର ବଂଶୀର ଗୁଞ୍ଜନରେ ଭରେ ହୃଦୟେ ପ୍ରୀତି ଉଛ୍ୱ।ଶ । କବିତା ଜଗାଏ ପ୍ରାଣରେ ସ୍ପନ୍ଦନ ହୋଇ ଆବେଗର ସ୍ୱର , ପୁଣି କେବେ କବି ହୃଦୟକୁ ଛୁଏଁ ଆର୍ତ୍ତ କୋଟି ଯନ୍ତ୍ରଣାର । ସ୍ବପ୍ନ କବିର ମଧୁମୟ ବିଶ୍ୱ କବିତା ଯେ …

କବିତା ଏକ ପ୍ରେମିକା Read More »

କବିତା ତୁମେ !

କବିତା; ତୁମେ ବୈଶାଖ ମାର୍ତ୍ତଣ୍ଡ ତାପେ ଜ୍ୟେଷ୍ଠର ତୀକ୍ଷ୍ଣ ପ୍ରକାଶେ, ଆଷାଢ଼ ଅମିୟ ଧାରେ ପୁଣି ଶ୍ରାବଣ ତଟିନୀ ତୀରେ । କବିତା; ତୁମେ ଭାଦ୍ରବ ଭାଗ୍ୟର କୋଳେ ଆଶ୍ୱିନ ପୂଜା ପାର୍ବଣେ, କାର୍ତ୍ତିକ ବୋଇତ ମଙ୍ଗେ ମଗୁଶୁର ଶ୍ରୀ’ଙ୍କ ଚରଣେ । କବିତା; ତୁମେ ପୌଷର ପୀୟୂଷ ସ୍ପର୍ଶେ ମାଘର ଶୁଭ୍ର ଶିଶିରେ, ଫଗୁଣର ପ୍ରୀତି ରଙ୍ଗେ ଚୈତ୍ରର ଚିତ୍ରିତ କରେ । ହେ କବିତା ! ପ୍ରତି ଭାବୁକର ଲେଖନୀ ତୀରରେ ଶିକାରଟା ପରା …

କବିତା ତୁମେ ! Read More »

ହେ କବିତା ତୁମେ

ହେ କବିତା ତୁମେ ହୃଦଝରା କେତେ ଅକୁହା ଅସରା କଥା, ଯେତେ ଲେଖୁଥିଲେ ବାକି ରହିଯାଏ ଗହନ ଅନେକ କଥା। (ତୁମେ) ଭାବ ଦିଗନ୍ତରେ ଉଡ଼ି ବୁଲୁଥିବା ଉଲ୍ଲସିତ ପକ୍ଷୀଟିଏ, ମନ ଗହନର ଆଲୋଡନ ତୀରେ ନିରପେକ୍ଷ ସାକ୍ଷୀଟିଏ। (କେବେ) ରୁକ୍ଷ ମଧ୍ୟାହ୍ନର ତପ୍ତ ନିଶ୍ବାସରେ ବୁନ୍ଦା ବୁନ୍ଦା ସ୍ବେଦ ମୁକ୍ତା।। ହେ କବିତା ତୁମେ ….. ଜୀବନର ଯେତେ ଗଳିରେ ମୋଡ଼ରେ ଚମକାଉଥିବା ବେଳ, କେବେ ତୁମେ ତୁଛା ନିରବ ଘୋଷଣା ଅପହଞ୍ଚ କୋଳାହଳ। ଅଣନିଶ୍ବାସୀ …

ହେ କବିତା ତୁମେ Read More »

ଜହ୍ନର ଠିକଣା

କୁମୁଦିନୀ ଖୋଜେ ଜହ୍ନର ଠିକଣା ପଠାଇବ ବୋଲି ଚିଠି। କେତେଦିନୁ ହୃଦେ ରଖିଛି ସାଇତି ଅସରା ମଧୁର ପ୍ରିତୀ।। ସହିଯାଏ ଘୋର ନିଦାଘ ଜ୍ଵଳନ ଅନ୍ଧାରି ଯାମିନୀ ଆଶେ। ଚାହିଁ ରହିଥାଏ ଗଗନେ ଆକୁଳେ ଇନ୍ଦୁ ଦରଶନ ଆଶେ।। ଚକ୍ଷୁ ହୁଏ ସ୍ଥିର ହୃଦୟ ଅସ୍ଥିର ଚାହିଁ ଚାହିଁ ପାହେ ରାତି। ମନକଥା ଧୀରେ ମରିଯାଏ ମନେ ତଥାପି ସରେନା ପ୍ରୀତି।। କେଜାଣି ଏ ଜହ୍ନ ବୁଝେ କି ନବୁଝେ କୁମୁଦ ହୃଦୟ ବ୍ୟଥା। ସଞ୍ଜେ ଉଇଁ …

ଜହ୍ନର ଠିକଣା Read More »

ମୁଁ ଯେ ଜହ୍ନ

କବି କବିତାରେ ହୁଏ ମୁଁ ଜୀବନ୍ତ ସାଜି କାହା ପ୍ରିୟତମା, କେତେ କେତେ ଛନ୍ଦ ଅଲଙ୍କାରେ ମୁଁ ଯେ ନାହିଁ ଯାହାର ଉପମା ।। ସାଜନ୍ତି ପାଗଳ ପ୍ରେମିକ ପ୍ରବର ଦେଖି ମୋର ରୂପକାନ୍ତି, କାହା ପାଇଁ ପ୍ରୀତି କାହା ପାଇଁ ତୃପ୍ତି କାହା ପାଇଁ ମୁଁ ଯେ ସ୍ମୃତି ।। ମୋ ଶୀତଳ ଛୁଆଁ କରାଏ କିମିଆ ସବୁ ଲେଖକର ମନ, ଉଠଇ ଚଞ୍ଚଳ ଦେଖି ମୋ ମଣ୍ଡଳ ପ୍ରତି ଲେଖନୀର ମୁନ ।। କୁଆଁରୀ …

ମୁଁ ଯେ ଜହ୍ନ Read More »

ଫୁଲେଇ ଜହ୍ନ…

ଧୀରେ ଲୁଚି ଗଲେ ସବିତା ଚାନ୍ଦ ଆସିଲା ଉଇଁ, ଶୀତଳ ଶୁଭ୍ର କିରଣେ ହସି ଉଠିଲା ଭୂଇଁ । ଫୁଲେଇ ଜହ୍ନ ଆକାଶରେ ହସୁଛି ଖିଲି ଖିଲି, ଚାହିଁ ବସିଛି ନୀଳ କଇଁ ତାକୁ ପାଖୁଡା ମେଲି । କେତେ ଦୂରେ ତାର ପ୍ରିୟ ଆଶା ଅସୁମାରୀ, ପଲକ ପଡେନି ତାର ଝରେ ସୁଧା ବାରି । ଚକୋର ଚକୋରୀ ଆଜି ପ୍ରେମା ନନ୍ଦେ ରତ , ନାଚୁଛନ୍ତି କି ଆନନ୍ଦେ ହୋଇ ସୁଶୋଭିତ । ମା …

ଫୁଲେଇ ଜହ୍ନ… Read More »