ଗଳ୍ପ

ସମ୍ପର୍କରେ ଝଡ଼

ସମ୍ପର୍କଟି ତିଆରି ହେଉ ହେଉ ହଠାତ ଭାଙ୍ଗିଯାଉଛି, ଅଦିନିଆ ମେଘ ପରି ଆସି ସବୁ କିଛି ଚୁରମାର କରିଦେଉଛି l ପ୍ରକୃତରେ ସମ୍ପର୍କଟି ଗଢିବାକୁ ଚାହୁଁ ନଥିଲେ ନା ଦୁହିଁଙ୍କ ଉଦେଶ୍ୟ କିଛି ଅଲଗା ଥିଲା, କାହିଁକି ନିଜ ହାତରେ ନିଜର ସୁନାର ସଂସାରକୁ ଭାଙ୍ଗି ଚୁରମାର୍ କରିଦେଲେ ନିଜ ପାଇଁ ନିଜେ ହିଁ ସମସ୍ୟା ଆଣି ଉପୁଜାଇଲେ ଯେଉଁ ଅତୀତର ଭବିଷ୍ୟତ ବୋଲି କିଛି ନାହିଁ ସେହି ଅତୀତର ଭବିଷ୍ୟତ କିଛି ନାହିଁ ସେହି ଅତୀତ …

ସମ୍ପର୍କରେ ଝଡ଼ Read More »

ମାଟି କଣ୍ଢେଇ

ଆନି ଆଉ ମୁଁ ପିଲାବେଳୁ ସାଙ୍ଗ। ମାଇନର ସ୍କୁଲରୁ ଆରମ୍ଭ କରି ରେଭେନ୍ସାରେ ପିଜି କରିବା ଯାଏ ଆମର ବନ୍ଧୁତା। ତା ମୋ ବନ୍ଧୁତା ଏତେ ନିବିଡ ଯେ ଲୋକେ ବନ୍ଧୁତାର ଶ୍ରେଷ୍ଠ ଉଦାହରଣ ଦବାକୁ ଯାଇ ଆମ ନାଁ ନିଅନ୍ତି।ଏବେ ସେ ବାହା ହେଇ ତା ସ୍ୱାମୀ ସହ ଗୁଜୁରାଟରେ ଆଉ ମୁଁ ଏଇ ଓଡ଼ିଶାରେ। ସ୍ୱାମୀ,ଶାଶୁ, ଶ୍ୱଶୁର,ସାନ ନଣନ୍ଦ ଆଉ ମୋ ଚାକିରୀକୁ ନେଇ ମୋ ସଂସାର।ମୋର ଏଇ ବ୍ୟସ୍ତ ବହୁଳ ଜୀବନରେ ମତେ …

ମାଟି କଣ୍ଢେଇ Read More »

ମୁଁ ବି ଦିନେ ଶିକ୍ଷୟତ୍ରୀ ହେବି..

ନେହା ନାମରେ ଖୁବ୍ ସରଳ ଝିଅଟିଏ ଥିଲା। ତାର ସରଳ ସ୍ଵଭାବ ଦେଖି ସମସ୍ତେ ତାକୁ ଆଦର କରୁଥିଲେ। ତାର ପରିବାରରେ ତା ମାଆ ବାପା ଆଉ ଛୋଟ ଭାଇ ଦୁଇଟି ଥିଲେ। ନେହା ଘରର ବଡ଼ ଝିଅ ହେଇଥିବାରୁ ଘରର ସବୁ ପରିସ୍ଥିତି ବୁଝୁଥିଲା ।ସେ ଜଣେ ମଧ୍ୟବିତ୍ତ ପରିବାରର ହେଇଥିବାରୁ ଘର ଚଳିବାରେ ଟିକେ ଅସୁବିଧା ହେଉଥିଲା। ତା ବାପା ଜଣେ କୃଷକ ଥିଲେ। ତଥାପି ନେହା ଭଲ ପାଠ ପଢୁଥିବାରୁ ତା ବାପା …

ମୁଁ ବି ଦିନେ ଶିକ୍ଷୟତ୍ରୀ ହେବି.. Read More »

ଉଛୁଳା ନଈ

ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର ।ବଡି ସକାଳୁ ରାସ୍ତାରେ ଧାଡିବାନ୍ଧି ଯାଉଥିବା ବୋଲବମ ଭକ୍ତମାନଙ୍କ ଗହଳଚହଳ ଲାଗି ରହିଛି । ରାସ୍ତା କଡରେ ଅଥବା ଘର ବାଲକୋନି ଉପରୁ ଲୋକେ କେତେକ ଉତ୍ସାହୀ ଯାତ୍ରୀ ଡିଜେର ତାଳେ ତାଳେ କିମ୍ବା ଢୋଲ,ନିଶାନ,ଦୁଲଦୁଲି ବାଦ୍ୟ ବଜାଇ ଯିବାର ଦୃଶ୍ୟକୁ ନୀରିକ୍ଷଣ କରୁଥାଆନ୍ତି ।ଅବସରପ୍ରାପ୍ତ ଶିକ୍ଷକ କିଶୋରବାବୁ ମଧ୍ୟ ଆଜି ଶୀଘ୍ର ଉଠି ପ୍ରାତଃ ଭ୍ରମଣ ସାରିଦେଲେଣି । ସେ ପୁରୁଣା ଡାଏବେଟିଜ ରୋଗୀ ହୋଇଥିବାରୁ ତାଙ୍କୁ ସବୁଥିରେ …

ଉଛୁଳା ନଈ Read More »

ଆୟୁଷ

ସେଦିନ ପୁଷ୍ପା  ଦେବୀ ସକାଳୁ  ମନ୍ଦିର ଗଲେ ପୂଜା କରିବା ପାଇଁ ।  ମନ୍ଦିରରୁ ବାହାରିବା ସମୟରେ ତାଙ୍କର ନଜର ପଡ଼ିଲା ଗୋଟିଏ ୪/୫ ବର୍ଷ ର କୁନି ଝିଅ ଉପରେ। ଝିଅ ଟି ଦେଖିବାକୁ ଖୁବ୍ ସୁନ୍ଦର୍ ସେଥିପାଇଁ ପୁଷ୍ପା ଦେବୀ ତା ଉପରୁ ହଠାତ୍ ନଜର ଫେରେଇ ଆଣି ପାରିଲେ ନାହିଁ।  ପୁଷ୍ପା ଦେବୀ ଦେଖିଲେ  ଝିଅ ଟି ନିଜ  ଆଖି ବନ୍ଦ କରି ଦୁଇ ହାତ ଯୋଡ଼ି ଭଗବାନ ଙ୍କୁ କହୁଥିଲା ଠାକୁରେ …

ଆୟୁଷ Read More »

ଶ୍ରେଷ୍ଠ ଉପହାର

ସାତ ତିିଅଣ ତେର ଭଜା ଥାଳୀଆରେ ସଜା ମୋ ପାଇଁ ! ହଜିଲା ସପନ ଆଜି ହାଜର ମୋ ଜନ୍ମ ମାଟିରେ ! ବୋଉ ଶରଧା ରେ ଚିରା ପଣତେ ପୋଛି ପକଉଥାଏ ମୋ ମୁହଁ ଖାଇଦେ ମୋ ଧନ ! କ’ଣ କରିବି କହିଲୁ ଧନ ?? ମୋର କିନ୍ତୁ ଅନିଚ୍ଛା ସେ ଆଡ଼ମ୍ବର ! ଢାଳେ ତୋରାଣୀ ତଳେ ହଜିଥିବା ମୁଠାଏ ପଖାଳକୁ ଖୋଜି ଖୋଜି ନୟାନ୍ତ ! ବୋଉ ଜାଣେ ପେଟର ଭୋକ …

ଶ୍ରେଷ୍ଠ ଉପହାର Read More »

ଝଡିଯାଉଥିବା କଢିଟିଏ

ରଞ୍ଜନର ପରିବାର ଗାଆଁର ଭିଟାମାଟି ଛାଡ଼ି ସହରରେ ନିଜ ବାପାଙ୍କ ଅମଳରୁ ରହିଆସୁଛନ୍ତି। ରଞ୍ଜନ କହେ- ଗାଆଁ ନାମ ତା’ର ନଚ୍ଛିପୁର। ଗାଆଁରେ କେବଳ ତାଙ୍କର ଘରଡିହ ଛାଡିଦେଲେ ପୈତୃକ ସମ୍ପତ୍ତି ଆଉ କିଛି ବି ନ ଥିଲା। ତେଣୁ ବାପା ତା’ର ପାଖରେ ଥିବା ଡୋଲିପୁର ସହରକୁ ରୋଜଗାର ଉଦ୍ଦେଶ୍ୟରେ ଆସି କମ୍ ପଇସାରେ ଘରବାଡ଼ିଟିଏ କିଣି ରହିଆସୁଛନ୍ତି। ସହର ଆସିଲା ବେଳକୁ ରଞ୍ଜନ ଛୋଟ ଥିଲେ ମଧ୍ୟ ହେତୁ ଆସିଗଲାଣି। ସେ ଝାପ୍ସା କିଛି …

ଝଡିଯାଉଥିବା କଢିଟିଏ Read More »

ଦୀପାବଳି

ସେଦିନର ରାତି ତ ଅମାବାସ୍ୟାର ଥିଲା ହେଲେ ପୁନେଇଁ ଚାନ୍ଦ ପରି ଚମକୁ ଥିଲା ସ୍ଵାତୀ। ଏକ ଅବ୍ୟକ୍ତ ସତ କୁ ଦୀପ ତଳେ ରଖି ଅହନିଶି ଜଳି ଚାଲିଥିଲା ସେ ସଳିତା ଟିଏ ପରି , ନିଜ ପରିବାରର ଆତ୍ମସମ୍ମାନ କୁ ସେମିତି ଝଟକେଇ ରଖିବା ପାଇଁ । ଜଳି ଜଳି ଲିଭି ଯିବାକୁ ବସିଲା ବେଳେ ଯେମିତି ତା କଟା ଘା ରେ ଚୂନ ଲଗାଉଥିଲା ଏଇ ଦୀପାବଳି ଆଉ ବାଣ ର ଶବ୍ଦ। …

ଦୀପାବଳି Read More »

ଆତ୍ମୀୟତା

ସେଦିନ ଥିଲା ଶ୍ରାବଣର ଅମାବାସ୍ୟା ରାତ୍ରି । ଅନ୍ଧକାରରେ ପରିପୂର୍ଣ୍ଣ ଥିଲା ଚତୁଃପାର୍ଶ୍ଵ ।ମୁହଁକୁ ମୁଁହ ଦେଖାଯିବା ମଧ୍ଯ ଥିଲା କଷ୍ଟସାଧ୍ୟ। ଟୁକୁନା ଅନେକ ଦିନ ପରେ ନିଜ କର୍ମମୟ ଜୀବନରୁ ବିରତି ନେଇ ଫେରୁଥାଏ ବ୍ରହ୍ମପୁର ସହରରୁ ନିଜ ଜନ୍ମଭୂମି ମାଧପୁର ଗ୍ରାମକୁ । ସେ ଚନ୍ଦନପୁର ଛକରୁ ବସ୍ ରୁ ଓହ୍ଲାଇ ଚାଲିଚାଲି ଯାଉଥାଏ ନିଜ ଗ୍ରାମକୁ ।ଚନ୍ଦନପୁର ଛକରୁ ମାଧପୁରକୁ ପ୍ରାୟ ଅଧକିଲୋମିଟରର ରାସ୍ତା । ଗାଁର ଶେଷ ମୁଣ୍ଡ ଘରଟି ହେଉଛି …

ଆତ୍ମୀୟତା Read More »

ଯୌତୁକ ଦିଆନିଆ

ଆମ ସମାଜରେ  କଳୁଷିତ  ପ୍ରଥା  ଯୌତୁକ ।ଏହି ଯୌତୁକ ପାଇଁ ସମାଜରେ  କେତେ ନିରୀହ ଝିଅ ମାନଙ୍କ ଜୀବନ  ଅକାରଣ ରେ ଚାଲିଯାଉଛି । ବାପା ମା  ଭାବିଥାନ୍ତି  ଝିଅ  ହେଇଛି  ମୋ ଘରେ  ଲକ୍ଷ୍ମୀ ଆସିଛି  ହେଲେ ସେଇ ଲକ୍ଷ୍ମୀ କୁ ଦିନେ ସେମାନେ ହରାଇ ଵି ଦେବେ କେବେ ଭାବି ନଥାନ୍ତି । ସବୁ  ବାପା ମା ଭାବନ୍ତି ଯଦି  ଆମେ ଯୌତୁକ  ଦିଆ ନିଆ ଭଲରେ  କରିବା  ତାହାଲେ ଆମ ଝିଅ  ସୁଖରେ  …

ଯୌତୁକ ଦିଆନିଆ Read More »