କବିତା

କାହାଣୀ

ସମସ୍ତଙ୍କର କାହାଣୀ ପସନ୍ଦ କେବେ ରାଜା ରାଣୀଙ୍କ କାହାଣୀ ତ କେବେ ବାଘ ମାମୁଁ ର କାହାଣୀ ନହେଲେ ରଜା ପୁଅ ଆଉ କାଠୁରିଆ ଝିଅର କାହାଣୀ !! ଏମିତି କେତେ କାହାଣୀ ଶୁଣେଇଥିଲା ଜେଜେ ମା କିନ୍ତୁ ଆଜିର ସମାଜ ଗଢି ଦଉଛି ଅନେକ କାହାଣୀ କିଛି ମୁହୂର୍ତ୍ତ ମଧ୍ୟରେ , ଆଉ ସେ କାହାଣୀର କେ ନାୟକ ତ କେ ନାୟିକା ନହେଲେ କେବେ କେବେ ଆସିଯାଏ ଖଳନାୟକ କି ଖଳନାୟିକା !! ସେଇଠୁ …

କାହାଣୀ Read More »

କେବଳ ତୁମରି ପାଇଁ

ଆଜି ମୁଁ ବଞ୍ଚିଚି ତୁମ ପାଇଁ ମଶାଣି ତଳେ ପାଉଁଶ ହୋଇ କୁହୁଳିବା ପାଇଁ କିଏ ହଜେ କିଏ ଖୋଜେ ଜାଣି ଜାଣି ନିଜକୁ ହଜେଇ ପୁଣି ହଜେଇବା ପାଇଁ କେବଳ ତୁମରି ପାଇଁ । ଯେବେ ବାଜେ ତୁମ ସାହାନାଇ ଶାରଦ ଆକାଶେ ତାରା ଆଉ ଜହ୍ନିଫୁଲ ଫୁଟେ ନାଇଁ ଇତିହାସ ଆଜି ନୀରବ ପାଲଟେ ଦଗ୍ଧୀଭୂତ ହୋଇ ଲହୁଟିଏ ଛାତିତଳେ ଲୁହ ହେଇ ବହିଯାଏ କେବଳ ତୁମରି ପାଇଁ । ଅରୁନ୍ଧତି ତାରାର ଆଲୁଏ …

କେବଳ ତୁମରି ପାଇଁ Read More »

ଉତ୍କଳ ଗୌରବ

ଉତ୍କଳ ଗୌରବ ହେ ମଧୁସୂଦନ ଓଡ଼ିଆ ଜାତିର ମାନ କୋଟି ଓଡ଼ିଆର ମଉଡମଣୀ ହେ ଓଡ଼ିଆଙ୍କ ସ୍ୱାଭିମାନ ll ହେ ଦିଗଦର୍ଶକ ଜାତି କର୍ଣ୍ଣ ଧାର ଉତ୍କଳ ଶ୍ରେଷ୍ଠ ବିନ୍ଧାଣି ଯୁଗେ ଯୁଗେ ତବ ତ୍ୟାଗ ଉକ୍ତିମାନ ଦଣ୍ଡାୟମାନ ଧରଣୀ ll ରଖିବାକୁ ଏହି ଜାତିର ଗୌରବ ବିପ୍ଲବେ ଦେଲ ଆହ୍ୱାନ ଜାତି ପ୍ରାଣଧନ ଉତ୍କଳର ଛବି ତୁମେ ହିଁ ଯୋଗ୍ୟ ସନ୍ତାନ ll ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନେ ଗଢି ବହୁ ସମ୍ମିଳନୀ ନିଜ ପ୍ରାଣ …

ଉତ୍କଳ ଗୌରବ Read More »

ମଙ୍ଗଳ ଗୀତି

ଆଞ୍ଜୁଳାଏ ସ୍ନେହ ବୁଣିଦେବି ବ୍ରହ୍ମାଣ୍ଡର ମାଟିରେ , ଶରଧାର ମାଟି ଫଟେଇ କରୁଣାର ବୀଜ ଫୁଟିବ ଧିରେ ଧିରେ କୋଇଲିର କୁହୁ କୁହୁ ତାନେ ଉଷାର ମଖ ମଲ୍ଲି ଶୃଙ୍ଗାର ଝଲସି ଉଠିବ ଧରା ଝରା ଶେଫାଳି ବି ଝାଡ଼ି ଝୁଡ଼ି ଉଠୁଥିବ ମଉଳା ଶେଯରେ ! ସରମି ସୁରୁଜ ଓଢ଼ଣା ଫିଟେଇ ଚାହୁଁଥିବ କଣେଇ କଣେଇ ଅନୁକମ୍ପାର ମକରନ୍ଦ ଝରୁଥିବ ଧିରେ ଧିରେ ଶୁଖିଲା ଡାଳ କଅଁଳୁଥିବ ମଳୟ ବାଆ ବୋହୁଥିବ ମଙ୍ଗଳ ସାହାନାଇଁ ବାଜୁଥିବ …

ମଙ୍ଗଳ ଗୀତି Read More »

ପ୍ରଶ୍ନଟିଏ ??

ହଁ ପଦେ କଥା ହେବାକୁ ଖୋଲିଥିଲି ଦ୍ୱାର ଉଦ୍‌ବିଗ୍ନ ପ୍ରଶ୍ନବାଚୀ? ନିର୍ମଳ ସକାଳ, କଅଁଳ ଖରା କାଖରେ ଜାକି ତୃଷାର୍ତ୍ତ କେଉଁ କାଳୁ ପ୍ରଶ୍ନର ଗଣ୍ଠିଲି ! କୋଇଲିର କଣ୍ଠରୁ ଝରା କୁହୁ କୁହୁ ତାନ ମଧୁମକ୍ଷିକା ର ରହି ରହି ଗୁଞ୍ଜନ ଝର ଝର ଝରଣାର ସ୍ରୋତ ଆଖି ଦେଖି ଅଦେଖା ! ବଣି ପାଇଁ ଝିଣ୍ଟିକା ଧରୁ ଧରୁ କେତେ କଣ୍ଟା ଫୁଟିଛି ପାଦ ପାପୁଲିରେ ! ଉତୁରିନି ଏଯାଏଁ ନିଶା , ଏଇତ …

ପ୍ରଶ୍ନଟିଏ ?? Read More »

ହଁ ମୁଁ ନାରୀ

ହଁ ମୁଁ ନାରୀ… କେବେ ମୋ ପିତାଙ୍କ କନ୍ୟାମଣି ମୋ ଭାଇର ପ୍ରିୟ ଭଉଣୀ, କାହାର ଭଲ ବାନ୍ଧବୀ ତ ଆଉ କେବେ କାହାର ପତ୍ନୀ।। ହଁ ମୁଁ ନାରୀ… ସମାଜ ଚକ୍ଷୁରେ ମୁଁ ନ୍ୟୁନ ମତେ ମିଳେନାହିଁ ଟିକେ ସମ୍ମାନ, ଆଜି ଶିକ୍ଷିତା ହୋଇ ବି ମୁଁ ନିରୁପାୟ ମୁଁ ସ୍ୱାବଲମ୍ବୀ ହେଲେ ପରାଧୀନ ।। ହଁ ମୁଁ ନାରୀ… କେତେ ଲାଞ୍ଛନା ନିର୍ଯାତନା ମୁଁ ପାଏ ଗର୍ଭ ଯନ୍ତ୍ରଣା ସହି ଜନ୍ମ ଦିଏ ଶିଶୁଟିଏ, …

ହଁ ମୁଁ ନାରୀ Read More »

କଳା ଠାକୁର

ଶୂନ୍ୟ ଅଞ୍ଜଳିକି ପୂର୍ଣ୍ଣ କରିବ ମୋ ହେ ପ୍ରଭୁ କଳା ଠାକୁର, ଭରସା କରିଛି ତୁମକୁ ହେ ପ୍ରଭୁ ଶୁଣିବ ଦୁଃଖ ମୋହର l ଅନାଥର ନାଥ ତୁମେ ଜଗନ୍ନାଥ ଆଶ୍ରା ତୁମେ ଜଗତର, ଦୁଃଖ ହର ବୋଲି ତୁମେ ଦୁଃଖହାରି ମୁଁ ଦୁଃଖୀଟେ ଦୟା କର l ତୁମେ ଦୟାମୟ ମଙ୍ଗଳ ଆଳୟ ଗଢିଛ ସାରା ସଂସାର, ତୁମ ଇଙ୍ଗିତରେ ଚାଲେ ଏ ଦୁନିଆଁ ବିଶ୍ୱ ତୁମ ଖେଳଘର l ଵିନ୍ଦୁଏ କରୁଣା ସିନ୍ଧୁ ମୋହ …

କଳା ଠାକୁର Read More »

ସନ୍ଧ୍ୟା ଗୋ

ସନ୍ଧ୍ୟା ଗୋ ତୁମ କାଳିମାରେ ଦୁଃଖ ମୋର ହଜାଇ ଦେବ କି ଥରେ, ଦୁଃଖ ମୋର ହଜାଇ ଦେଇ ଓଠରେ ମୋ ହସ ଫୁଟାଇ ଦେବକି ଥରେ || ସନ୍ଧ୍ୟା ଗୋ ତୁମ ସ୍ପର୍ଶରେ ମନ ମୋର ଶାନ୍ତ କରି ଦେବ କି ଥରେ, ମନ ମୋର ଶାନ୍ତ କରି କଣ୍ଠରେ ମୋ ଭଜନ ଆଣି ଦେବକି ଥରେ || ସନ୍ଧ୍ୟା ଗୋ ତୁମ ରୂପରେ ହୃଦ ମୋର ମୋହି ନେବ କି ଥରେ, ହୃଦ ମୋର …

ସନ୍ଧ୍ୟା ଗୋ Read More »

ସଖି କି ଯୁଗ ହୋଇଲା ଆସି

ସଖି କି ଯୁଗ ହୋଇଲା ଆସି ସଖି କି ଯୁଗ ହୋଇଲା ଆସି ସଖି କି ଯୁଗ ହୋଇଲା ଆସି ଦେବତା ସୁମରି ସନ୍ତାନ ପ୍ରାପତ ମୁରୁକି ଦିଏ ଲୋ ହସି ମାତା ମୁରୁକି ଦିଏଲୋ ହସି ! ପୂର୍ଣ୍ଣମାସୀ ଚାନ୍ଦ ଉଇଁଛି ଆକାଶେ ପାଦରେ ନୂପୁର ବାନ୍ଧି ! ମାୟା ବନ୍ଧନରେ ବାନ୍ଧି ତା’ ଜୀବନ ଦିନୁ ଦିନ ହୁଏ ଛନ୍ଦି !! ରକତ ଚିହ୍ନିବ ଆପଣାର ଭେଦ କରିବ ଭେଦର ଅନ୍ତ ! ସମାଜ …

ସଖି କି ଯୁଗ ହୋଇଲା ଆସି Read More »

ହନୁମାନ ଜୟନ୍ତୀ

ଓଡ଼ିଆ ନବବର୍ଷ ଆଜି ଆମର ଆସ ସଭିଏଁ ହେବା ଏକ ପ୍ରିୟ ଦିନ ଏ ଅଟେ ହନୁମାନ ଜୟନ୍ତୀ ଶ୍ରଦ୍ଧାଳୁ ହେଲେଣି ଭାବୁକ ll ଏ ତ ହନୁମାନ ଜୟନ୍ତୀ ପାଳନ୍ତି ଓଡିଶାର ପ୍ରିୟ ଦିନ ସଭିଁଙ୍କୁ କରୁଣା କର ହେ ହନୁମାନ ପୂଜନ୍ତି ଓଡିଶା ଜନ ll ନବ ପଞ୍ଜିକା ଆଜି ହେବ ଉନ୍ମୋଚନ ସଭିଁଙ୍କ ଭାଗ୍ୟ ହେଉ ଉଦୟ ଗୁହାରୀ ଘେନ ହେ ହନୁମାନ ଠାକୁର ହରଣ କର ଦୁଃଖ,ଦାରୁଣ, ଭୟ ll ଆଜ …

ହନୁମାନ ଜୟନ୍ତୀ Read More »