କବିତା

ପ୍ରଶ୍ନଟିଏ ??

ହଁ ପଦେ କଥା ହେବାକୁ ଖୋଲିଥିଲି ଦ୍ୱାର ଉଦ୍‌ବିଗ୍ନ ପ୍ରଶ୍ନବାଚୀ? ନିର୍ମଳ ସକାଳ, କଅଁଳ ଖରା କାଖରେ ଜାକି ତୃଷାର୍ତ୍ତ କେଉଁ କାଳୁ ପ୍ରଶ୍ନର ଗଣ୍ଠିଲି ! କୋଇଲିର କଣ୍ଠରୁ ଝରା କୁହୁ କୁହୁ ତାନ ମଧୁମକ୍ଷିକା ର ରହି ରହି ଗୁଞ୍ଜନ ଝର ଝର ଝରଣାର ସ୍ରୋତ ଆଖି ଦେଖି ଅଦେଖା ! ବଣି ପାଇଁ ଝିଣ୍ଟିକା ଧରୁ ଧରୁ କେତେ କଣ୍ଟା ଫୁଟିଛି ପାଦ ପାପୁଲିରେ ! ଉତୁରିନି ଏଯାଏଁ ନିଶା , ଏଇତ …

ପ୍ରଶ୍ନଟିଏ ?? Read More »

ହଁ ମୁଁ ନାରୀ

ହଁ ମୁଁ ନାରୀ… କେବେ ମୋ ପିତାଙ୍କ କନ୍ୟାମଣି ମୋ ଭାଇର ପ୍ରିୟ ଭଉଣୀ, କାହାର ଭଲ ବାନ୍ଧବୀ ତ ଆଉ କେବେ କାହାର ପତ୍ନୀ।। ହଁ ମୁଁ ନାରୀ… ସମାଜ ଚକ୍ଷୁରେ ମୁଁ ନ୍ୟୁନ ମତେ ମିଳେନାହିଁ ଟିକେ ସମ୍ମାନ, ଆଜି ଶିକ୍ଷିତା ହୋଇ ବି ମୁଁ ନିରୁପାୟ ମୁଁ ସ୍ୱାବଲମ୍ବୀ ହେଲେ ପରାଧୀନ ।। ହଁ ମୁଁ ନାରୀ… କେତେ ଲାଞ୍ଛନା ନିର୍ଯାତନା ମୁଁ ପାଏ ଗର୍ଭ ଯନ୍ତ୍ରଣା ସହି ଜନ୍ମ ଦିଏ ଶିଶୁଟିଏ, …

ହଁ ମୁଁ ନାରୀ Read More »

କଳା ଠାକୁର

ଶୂନ୍ୟ ଅଞ୍ଜଳିକି ପୂର୍ଣ୍ଣ କରିବ ମୋ ହେ ପ୍ରଭୁ କଳା ଠାକୁର, ଭରସା କରିଛି ତୁମକୁ ହେ ପ୍ରଭୁ ଶୁଣିବ ଦୁଃଖ ମୋହର l ଅନାଥର ନାଥ ତୁମେ ଜଗନ୍ନାଥ ଆଶ୍ରା ତୁମେ ଜଗତର, ଦୁଃଖ ହର ବୋଲି ତୁମେ ଦୁଃଖହାରି ମୁଁ ଦୁଃଖୀଟେ ଦୟା କର l ତୁମେ ଦୟାମୟ ମଙ୍ଗଳ ଆଳୟ ଗଢିଛ ସାରା ସଂସାର, ତୁମ ଇଙ୍ଗିତରେ ଚାଲେ ଏ ଦୁନିଆଁ ବିଶ୍ୱ ତୁମ ଖେଳଘର l ଵିନ୍ଦୁଏ କରୁଣା ସିନ୍ଧୁ ମୋହ …

କଳା ଠାକୁର Read More »

ସନ୍ଧ୍ୟା ଗୋ

ସନ୍ଧ୍ୟା ଗୋ ତୁମ କାଳିମାରେ ଦୁଃଖ ମୋର ହଜାଇ ଦେବ କି ଥରେ, ଦୁଃଖ ମୋର ହଜାଇ ଦେଇ ଓଠରେ ମୋ ହସ ଫୁଟାଇ ଦେବକି ଥରେ || ସନ୍ଧ୍ୟା ଗୋ ତୁମ ସ୍ପର୍ଶରେ ମନ ମୋର ଶାନ୍ତ କରି ଦେବ କି ଥରେ, ମନ ମୋର ଶାନ୍ତ କରି କଣ୍ଠରେ ମୋ ଭଜନ ଆଣି ଦେବକି ଥରେ || ସନ୍ଧ୍ୟା ଗୋ ତୁମ ରୂପରେ ହୃଦ ମୋର ମୋହି ନେବ କି ଥରେ, ହୃଦ ମୋର …

ସନ୍ଧ୍ୟା ଗୋ Read More »

ସଖି କି ଯୁଗ ହୋଇଲା ଆସି

ସଖି କି ଯୁଗ ହୋଇଲା ଆସି ସଖି କି ଯୁଗ ହୋଇଲା ଆସି ସଖି କି ଯୁଗ ହୋଇଲା ଆସି ଦେବତା ସୁମରି ସନ୍ତାନ ପ୍ରାପତ ମୁରୁକି ଦିଏ ଲୋ ହସି ମାତା ମୁରୁକି ଦିଏଲୋ ହସି ! ପୂର୍ଣ୍ଣମାସୀ ଚାନ୍ଦ ଉଇଁଛି ଆକାଶେ ପାଦରେ ନୂପୁର ବାନ୍ଧି ! ମାୟା ବନ୍ଧନରେ ବାନ୍ଧି ତା’ ଜୀବନ ଦିନୁ ଦିନ ହୁଏ ଛନ୍ଦି !! ରକତ ଚିହ୍ନିବ ଆପଣାର ଭେଦ କରିବ ଭେଦର ଅନ୍ତ ! ସମାଜ …

ସଖି କି ଯୁଗ ହୋଇଲା ଆସି Read More »

ହନୁମାନ ଜୟନ୍ତୀ

ଓଡ଼ିଆ ନବବର୍ଷ ଆଜି ଆମର ଆସ ସଭିଏଁ ହେବା ଏକ ପ୍ରିୟ ଦିନ ଏ ଅଟେ ହନୁମାନ ଜୟନ୍ତୀ ଶ୍ରଦ୍ଧାଳୁ ହେଲେଣି ଭାବୁକ ll ଏ ତ ହନୁମାନ ଜୟନ୍ତୀ ପାଳନ୍ତି ଓଡିଶାର ପ୍ରିୟ ଦିନ ସଭିଁଙ୍କୁ କରୁଣା କର ହେ ହନୁମାନ ପୂଜନ୍ତି ଓଡିଶା ଜନ ll ନବ ପଞ୍ଜିକା ଆଜି ହେବ ଉନ୍ମୋଚନ ସଭିଁଙ୍କ ଭାଗ୍ୟ ହେଉ ଉଦୟ ଗୁହାରୀ ଘେନ ହେ ହନୁମାନ ଠାକୁର ହରଣ କର ଦୁଃଖ,ଦାରୁଣ, ଭୟ ll ଆଜ …

ହନୁମାନ ଜୟନ୍ତୀ Read More »

ଆସ ହେ ବୈଶାଖ ଆସ

ହେ ବୈଶାଖ ତୁମେ ବିଷୁବ ରେଖାରୁ ଅବତରି ଆସ ଧୀରେ, ନବବର୍ଷର ଏ ଆନନ୍ଦ ମୁହୂର୍ତ୍ତେ ଜଳନାହିଁ ଆଉ ଖରେ। ତୁମ ପାଇଁ ଦେଖ କେତେ ଆୟୋଜନ ସଂକ୍ରାନ୍ତିର ଏ ବେଳାରେ, ନହୁଅ ଉତ୍ତପ୍ତ ହୋଇ ଶାନ୍ତ ଚିତ୍ତ ଆସ ମୃଦୁ ଉଷ୍ମତାରେ। ବର୍ଷର ପ୍ରଥମ ଶାସନ ମୁକୁଟ ଧରିଅଛ ବୋଲି ଶିରେ, ନକର ତୁମର ଅହଙ୍କାର ପୁର୍ତ୍ତି ନିରୀହ ପ୍ରଜାଙ୍କ ପରେ। ଅଜାଡ଼ି ଦିଅନା ତୁମ ତୃଷ୍ଣା ଯେତେ ତୃଷିତ ଏ ଧରା ପରେ, ନବ …

ଆସ ହେ ବୈଶାଖ ଆସ Read More »

ଦୁଃଖୀ ରତନ

ତୁମେ ଏତେ ବଡ ବୋଲି ଜାଣି ନଥିଲି ହୃଦୟ କୁଡିଆ କରି ସଜାଉ ଥିଲି ।। ତୁମେ ବଡ ଧନୀ ବୋଲି ଆଜି ବୁଝିଲି ବଡ଼ ଦାଣ୍ଡେ ଭିକାରୁଣୀ ଯେବେ ମୁଁ ହେଲି ।। ତୁମେ ବଡ଼ ଦାନୀ ବୋଲି ଦେଖି ନଥିଲି ଅବଢା ତୁମର ଯେବେ ମାଗି ଖାଇଲି ।। ତୁମେ ବିଶ୍ଵରାଜା ବୋଲି ଭାବି ନଥିଲି ବାଇଶି ପାହାଚେ ଯେବେ ନ୍ୟାୟ ମାଗିଲି ।। ରାଧା ପ୍ରାଣଧନ ବୋଲି ଜାଣି ତ ଥିଲି ଚିରାହୃଦେ …

ଦୁଃଖୀ ରତନ Read More »

ଜଗନ୍ନାଥ ଶରଣ

ଜଗତ ଜନଙ୍କ ଦୁଃଖରେ ଦୁଃଖି ହେଉବୋଲି ସତରେ ଦୁଃଖ କହିବିନି ତତେ ଯଦି ଆଉ କହିବି କା ଆଗେ କହରେ…! ସୁଖ ଜମା ଲୋଡ଼ା ନାହିଁ ରେ ନାହିଁ ଲୋଡ଼ା ଧନ ଜନରେ ଐଶ୍ୱର୍ଯ୍ୟ ସପନ ଦେଖିବାକୁ ମନ ନାହିଁ ତୁ ଏକା ମୋର ଧନ ।। ଜୀବ ଗଲାବେଳ ଦୟାରେ ତୋ ନାମ ଧରିବି ତୁଣ୍ଡରେ ତୁଳସୀର ଜଳ ମିଳୁ କି ନମିଳୁ ତୋ ମୁହଁ ଥାଉ ସ୍ମୃତି ପଟରେ।। ଗଲା ଆଇଲାରେ ଯେବେବି ତୋତେ …

ଜଗନ୍ନାଥ ଶରଣ Read More »

•°ସାରଭୂତା ଉତ୍କଳ°•

•°ସାରଭୂତା ଉତ୍କଳ°• ତଟିନୀର କଳକଳ ନାଦେ ପ୍ରକମ୍ପିତ ଉଚ୍ଚ ଶୃଙ୍ଗ ଅରଣ୍ୟରାଜିରେ ବିମଣ୍ଡିତ ଶ୍ରେଷ୍ଠ ଐତିହ୍ୟ ପରମ୍ପରା ପର୍ଯ୍ୟବେଷ୍ଟିତ ଚନ୍ଦ୍ରଭାଗାରେ ପହିଲି ମିହିର ଉଦିତ।। ସାଗର ପାଦସ୍ପର୍ଶରୁ ଶୁଭେ ପ୍ରତିଧ୍ୱନି ପ୍ରକୃତିଭରଣୀ ଚାରୁକଳା ଯଶସ୍ବିନୀ ସୁଜଳା ସୁଫଳା ଶ୍ୟାମା ସବୁଜ ବନାନୀ ପୁଣ୍ୟମୟୀ ସ୍ଵର୍ଣ୍ଣମୟୀ ଶାନ୍ତି ପ୍ରଦାୟିନୀ।। ଧଉଳି ରତନଗିରି ପ୍ରସ୍ତରେ ନିର୍ମିତ ତହିଁ ଜାତିର ଉତ୍ଥାନ ପତନ ଖୋଦିତ ଭଗ୍ନକୋଣାର୍କ ଭାସ୍କର୍ଯ୍ୟ ହୃଦୟ ମୋହିତ ବିଶ୍ୱାସର ମୂକସାକ୍ଷୀ ଶ୍ରୀମନ୍ଦିର ନେତ।। ବସନ୍ତେ କୋକିଳର ମଧୁମୟ ରାଗିଣୀ …

•°ସାରଭୂତା ଉତ୍କଳ°• Read More »