ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ
ଛାଡି ଯାଇଛି ମେଘ , ଅନ୍ଧାର କୁ ଆଡେଇ ହେଇ ଦିଶିଲେଣି କେଇ ଗୋଟି ତାରା, ଆଲୁଅ କହିଲେ ଭିଜା ଦେହରେ ଶୁଖିଲା ଦିଶୁଥିବା ଫାଳେ ମିଛେଇ ଜହ୍ନ ..! ଜଳେଇ ପାରିନି ସତ ଲିଭେଇ ଦେଇ ଯାଇଛି ମାଟି ଠୁ କେଉଁ ଏକ ଆକାଶକୁ ସ୍ପଷ୍ଟ ଦିଶୁଥିବା ହଳେ ପାଦ ଚିହ୍ନ…| ଜାଳି ହୁଅନ୍ତା ପାପ ଯଦି ଦେହକୁ ବାଦ ଦେଇ, ଫେରେଇ ଆଣନ୍ତି ଅଖଣ୍ଡ ଶରୀର…! ଜଳିଗଲେ ଜଳିଯାଉ ଦେହ ଜଳିଲେ ପାପରୁ ମୁକ୍ତି …










