କବିତା

ମୁଁ ନିର୍ଭୟା କହୁଛି

ଦୟାକର ଦୟାକର ମୋ ଉପରେ,କହୁଛି ମୁହିଁ ନିର୍ଭୟା,ଶୁଣ ମୋର ଆର୍ତ୍ତ କରୁଣ ଚିତ୍କାର,କରି ମୋ ଉପରେ ଦୟା। ଏତେ ହିନୀମାନ କରି କେତେ କେତେ,ଡାହାଳ କୁକୁର ମାନେ,ଝୁଣି ଖାଇଗଲେ ମୋର ଶରୀରକୁ,ପୁରୁଷତ୍ବ ଅଭିମାନେ। ଶୁଣିଲେନି ଥରେ ମୋ କରୁଣ ଡାକ,ନିର୍ଜନ ସଡକ ମଧ୍ୟେ,ବାସନାର ଅନଳରେ ଜାଳିଦେଲେ,କାମନା ର ବିଷ ଗନ୍ଧେ। ଦେଇଗଲେ ଯେଉଁ ଶରୀରରେ ଦାଗ,ସେହି ରାତି ସାରା ମୋତେ,ସହି ହେଲା ନାହିଁ ବୋଲି ନେଇଗଲି,ବିଦାୟ ଏହି ମରତେ। କିବା ଅପରାଧ କରିଥିଲି କୁହ,ନିଷ୍ଠୁର ପୁରୁଷ ଜାତି,କାହିଁକି …

ମୁଁ ନିର୍ଭୟା କହୁଛି Read More »

ରହସ୍ୟ

ଆସନ୍ତା କାଲିର କିଛି ରହସ୍ୟର ଉଦଘାଟନ ପାଇଁ ମୁଁ ଅହରହ ଧାଇଁ ଚାଲିଛି ପଦଦଳିତ କରି ମୁଣ୍ଡ ଟେକୁଥିବା ଆଜିର ଛୋଟ ଛୋଟ ଖୁସିର ମୁହୂର୍ତ୍ତ ଗୁଡାକୁ। ମୋ ଭାଗର ଆକାଶ ଖଣ୍ଡିକ ସାଜେ ମୋ ପାଇଁ ନିଅଣ୍ଟ ଆକାଂକ୍ଷାର ଦୁର୍ବାର ସ୍ୱପ୍ନସବୁ ନାଚିଉଠନ୍ତି ନିମିଳିତ ଚକ୍ଷୁର ପଲକ ସେପାଖେ ଆଉ ମୁଁ ନିଶାଗ୍ରସ୍ତ ପାଗଳ ପରି ଧାଇଁଚାଲେ ସାଉଁଟିବାକୁ ଦିଗନ୍ତ ଶେଷରେ ଚମକୁଥିବା କିଛି କାଚଖଣ୍ଡକୁ ହୀରାର ଭ୍ରମରେ। କିନ୍ତୁ ଘୁଞ୍ଚି ଘୁଞ୍ଚି ଯାଏ ସେ …

ରହସ୍ୟ Read More »

ମିଳନ ସୂତ୍ର

ହସେଇଲ ଏତେ ବେଶୀ ,ଦୁଃଖ ମୋର ଗଲା ରୁଷି,ମୋର ହୃଦୟ ସରସୀ ମନ ମାନସୀ,ଭାବୁଅଛି ଆଜି ବସି,ଯାଇଛି ବୋଧେ ମୁଁ ଫସି,ତୁମରି ରୂପ ସାଗରେ କହୁଛି ହସି। ଆସିଛ ଯଦି ଜୀବନେ,ଛାଡି ଯିବ ନାହିଁ ଦିନେ,ରହିଥିବ ଏ ସ୍ପନ୍ଦନେ ଜୀବନ ସାରା,ତୁମକୁ ଦେଖି ନୟନେ,ହଜି ଯିବି ପ୍ରେମ ବନେ,ବୁଡେ ମୁଁ ମିଠା ସପନେ ହୃଦୟ ପାରା। ପାଇ ତୁମରି ପରଶ,ରଜନୀଗନ୍ଧାର ବାସ,ମହକାଏ ଦଶଦିଶ ଆଜ ରାତିରେ,ଲଭିବାକୁ ପ୍ରେମ ରସ,ମନକୁ କରି ହରସ,ମିଳନ ଅନଳେ ଝାସ ଦେବି ସାଥିରେ। …

ମିଳନ ସୂତ୍ର Read More »

ସନ୍ଧ୍ୟା

କାହିଁ କେତେ ରଙ୍ଗ ବଦଳାଇବା ପରେ ଦାଉ ଦାଉ ଜଳି ଜଳି ଶେଷରେ ଥକିଯାଇ ମରିଯାଏ ସେ ସୂର୍ଯ୍ୟ କେଉଁ ଏକ ଦୂର ଦିଗବଳୟ ଛାତିରେ ! ଔଦ୍ଧତ୍ୟର ଚରମସୀମା ଲଂଘିଗଲା ପରେ କିଏ ଅବା କେତେ ଆଉ ସହ୍ୟ କରିବ ? ଦଳଦଳ ପକ୍ଷୀ ଯେ ସେଠି ମୁଣ୍ଡିଆଟେ ମାରି ଫେରିଆସନ୍ତି କିଛି ଅଳ୍ପ ବ୍ୟବଧାନରେ କାନ୍ଦଣା ଗୀତର ଏକ ଅବ୍ୟବସ୍ଥିତ ଧୁନ୍ ଛାଡ଼ି । ସମସ୍ତେ ତ ତା’ ଅଧୀନସ୍ଥ କର୍ମଚାରୀ ଟିକେ ଦେଖାଣିଆ …

ସନ୍ଧ୍ୟା Read More »

କାଳିଆ

କାଳିଆ କି ଭାବ ଲଗେଇ ଦେଇଛ କାଳିଆ ମନ ମୋର ଯାଏ ଭିଜି ଜୀବନ ତରୀଟି ନେଉଛି ମୁଁ ବାହି ତୁମ ନାମ ଭଜି ଭଜି | ସ୍ଵାର୍ଥର ଆହୁଲା ଯତନେ ଧରିଛି ପାରେନା ନିଜକୁ ଭୁଲି ଅଜ୍ଞାନ ଏ ମନ ହୁଏ ଛନଛନ ପାପପଙ୍କେ ବୁଡେ ଖାଲି | ତୁମ ନାମ ଗାଏ ଯେତେ ଜପୁଥାଏ ସେତେ କିଆଁ ଦୂରେ ରୁହ ଅଭାବୀ ଏ ମନ ବୁଝେନା ଜୀବନ ମିଛ ମାୟାର ଏ ମୋହ | …

କାଳିଆ Read More »

ଠାକୁର ଘର

[ଠାକୁର ଘର] ପହଡ଼ ଭଙ୍ଗା ଅଭ୍ୟାସ ଆମର କାଇଁ ସାଆନ୍ତେ ମା’ ଅଛି ବୋଲି ସିନା ରାତି ଅଧରେ ମହକୁଛି ଦାଣ୍ଡ ଦୁଆର ତୁଳସୀ ଚଉରା ଚୁଆ ଚନ୍ଦନ ଝୁଣା କର୍ପୁର..! କିନ୍ତୁ ମୋ ବ୍ୟତିରେକ ଜାଣନ୍ତିନି କେହି ମୋ ପରି ଆପଣ ,ଚେଇଁ ଶୋଇବାରେ ଧୁରନ୍ଧର ମୁଁ ଶୁଏ ଅନ୍ଧାର ମୋର ଭାରି ପ୍ରିୟ,ଆଉ ଆପଣଙ୍କର..!? ଯଦି ମା’ ଅବା ଆର୍ତ୍ତ ଡାକନ୍ତେନି କେହି ନାଁ ଧରି ଆମର ସତେ କି ଆମେ ଛାଡନ୍ତେ ଅନ୍ଧାରି …

ଠାକୁର ଘର Read More »