ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ
ଶରତ ଶୋଭିତା ଆକାଶର ମନଖୋଲା ହସ, ତା ଛାତିରେ ଶୁଭ୍ର ବସ୍ତ୍ରାନ୍ବିତା ଧଳାଧଳା ମେଘର ଅପୂର୍ବ ମାଦକତା | ଚହଲା ପାଣିରେ ଏଇ ମାତ୍ର, ଝଲସି ଉଠୁଛି, ପ୍ରତୀକ୍ଷାର ପୂର୍ଣ୍ଣ ଚନ୍ଦ୍ର | ପ୍ରସ୍ଫୁଟିତ ଜିଜ୍ଞାସାର ପଦୁଅଁର ମହମହ ଗନ୍ଧରେ, ମାଟି ତୋଳୁଛି ନୂଆନୂଆ ପ୍ରତିଜ୍ଞା | କିଛି ପ୍ରତିଶୃତି ତୋଳିଛି ଭୋର୍ ବେଳାରେ, ବୃନ୍ତଚ୍ୟୁତ ଝରା ଶେଫାଳି, ଏଇନା ଏଇନା ବାଢ଼ିଛି ଶେଷ ସମାପିକା | ବିଭୋର କାଶତଣ୍ଡୀରେ ଗୋଟେ ଋତୁ ର ଶାଶ୍ୱତ ଆଗମନ …










