ଛାତିଏ ପ୍ରେମ ଓ ରାତିଏ ସ୍ଵପ୍ନର ଅଭୁଲା କଥା
ମୁକୁଳା କେଶକୁ ମଲ୍ଲୀମାଳତୀରେ ଫୁଟିଉଠେ ତୁମ ବାସ, ଛାତିଏ ପ୍ରେମକୁ ରାତିଏ ସ୍ମୃତିରେ ଉଙ୍କିମାରେ ତୁମ ହସ l ନୟନ ତୁମର ମୟୁର ପୁଛିକା କଳାମେଘେ ନାଚି ଉଠେ l କଜଳରେ ତୁମ କୋକିଳର ଦେହ, ଚାହାଁଣୀର ପ୍ରୀତି ମାଠେ l ଭାଙ୍ଗିକି ପଡିଲେ ଝରଣାର ଢେଉ ଧିରେ ଧିରେ ବହି ଆସେ, ଉତ୍ସାହି ଉଠିଲେ ଦି’ନୟନ ଚନ୍ଦ୍ରିକା ମିଞ୍ଜି ମିଞ୍ଜି କରି ହସେ l ହଜିବାକୁ ଚାହେଁ ସେ ଦୁଇ ନେତ୍ରରେ ହୋଇ ତୁମ ସ୍ବପ୍ନ …










