କବିତା

ତୁମେ : ଏକ ଅମୂଲ୍ୟ ଉପହାର

ଜାଣିଛ . . . ! ସେ . .  ଦୂର ପାହାଡ଼ର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ତୁମେ ଯେବେ ଭାବୁଥାଅ ଏଣୁତେଣୁ କିଛି କଥା; ମୁଁ ତ ବାସ୍ ଉପଭୋଗ କରୁଥାଏ, ତୁମ ଚଞ୍ଚଳ ଆଖିରେ, ଆନମନା ଭାବନାସବୁକୁ ଯାହାର ସ୍ପଷ୍ଟ ପ୍ରତିବିମ୍ବ ଆଙ୍କିଦିଏ ତୁମର ସେଇ ପ୍ରସାରିତ ମଥା । ଟିକି ଟିକି ଚଢ଼େଇଙ୍କ କିଚିରି ମିଚିରି ଶବ୍ଦ ଶୁଣି ତୁମେ ଯେବେ ଧାଇଁଯାଅ ଉଡ଼ିବାର ପ୍ରୟାସରେ; ଆହାଃ କି ଆନନ୍ଦ ସେତେବେଳେ, ଯେବେ …

ତୁମେ : ଏକ ଅମୂଲ୍ୟ ଉପହାର Read More »

“ତୁମେ ଏକ ଢଳ ଢଳ ସ୍ଵପ୍ନ”

ବାକ୍ୟଟିଏ ସରିଯାଏ ସିନା ପୂର୍ଣ୍ଣଛେଦ ପରେ, କାହାଣୀ ସରେନା କିନ୍ତୁ ଶେଷ ପୃଷ୍ଠା ପରେ। ତୁମ ସହ ଶେଷ ଦେଖା ସିନା ସରିଲା ଦ୍ବିଧାରେ, କଥା କିନ୍ତୁ ଲାଖି ରହିଅଛି ଆଜି ବି ଅଧରେ। ବର୍ଷଟେ ଆୟୁଷ କୋଳେ ଧରି ଆସିଥିଲ ଦିନେ, ଦେଖୁ ଦେଖୁ ବେଳ ଗଲା ବୁଡ଼ି ଦୂର ଦିଗନ୍ତରେ। ଜୀବନଟା ବନ୍ଧା ନୁହେଁ କେବେ ବର୍ଷ ମାସ ଦିନେ, ମନଭରି ଜିଇଁବାର ଧାରା ସମୟ ଛାତିରେ। କିଏ କହେ ଫେରିଗଲ ତୁମେ ଅତୀତର …

“ତୁମେ ଏକ ଢଳ ଢଳ ସ୍ଵପ୍ନ” Read More »

ସ୍ମୃତି ..

ସ୍ମୃତି ସେ ତ ଫୁଲ ପେନ୍ଥା ଟିଏ , ମୋ ମନର ଶୂନ୍ୟ ବଗିଚା ରେ | ଶ୍ରାବଣ ର ବର୍ଷା ପରି ଆଖିକୁ ଭିଜାଏ ଶୀତର କାକର ପରି ସ୍ବପ୍ନ କୁ ସଜାଏ ଫଗୁଣର ଫଗୁ ଭଳି ମନକୁ ରଙ୍ଗାଏ ବୈଶାଖର ତାତି ପରି ମନକୁ ଜଳାଏ କୃଷ୍ଣ ଚୁଡାର ହସ ପରି ମନ ମୋହିଥାଏ । ସ୍ମୃତି ସେତ ପହିଲି ଆଷାଢ଼ର ବର୍ଷା , ଭିଜା ମାଟିର ବାସ୍ନା ପରି କରେ ମତୁଆଲା , …

ସ୍ମୃତି .. Read More »

ବିଦାୟୀ ମୁହୂର୍ତ୍ତ

ଅନେକ ଅତୀତର ବିଦାୟ ଉତ୍ତାରେ ଭବିଷ୍ୟତଟିଏ ଆସେ ବର୍ତ୍ତମାନ ହୋଇ, ଆଉ ପ୍ରତିଥର ଆଚମ୍ବିତ କରି ଦେଇଯାଏ କିଛି ନା କିଛି ଯାଦୁକରୀ ଚକମା ଦେଖାଇ। ଝୁଣ୍ଟିବା ଓ ଉଠିବାର କ୍ରମ ଧାରା ଦେଇ ହାର୍ ଜିତ୍ ର ସୂତ୍ର ଦିଏ ସମ୍ୟକେ ଶିଖାଇ, ଭଙ୍ଗା ସ୍ୱପ୍ନର କାଚ ଖଣ୍ଡ ମାନଙ୍କ ଭିତରେ ନୂଆ କିଛି ଆଶା ପୁଣି ନାଚି ନାଚି ହସଇ। ଅଚାନକ ଜଡତାର ନିଦ୍ରା ଯାଏ ଭାଙ୍ଗି ନୂଆ ଏକ ପ୍ରଭାତର କରାଘାତ ପରେ, …

ବିଦାୟୀ ମୁହୂର୍ତ୍ତ Read More »

ଜୀବନ ଯନ୍ତ୍ରଣା

ମାଟିକୁ ମଲମ କରି ଲେପି ଦେଖ ଆକାଶ ଛାତିରେ କେବଳ ଯେ କ୍ଷତରୁ ଝରେ ତା ନୁହେଁ ଆଖିରୁ ବି ରକ୍ତ ଧାର ଝରେ। ଜୀବନ ବି ଧଇଁ ସଇଁ ହୁଏ କିଛି ବାଟ ଧାଇଁ ଗଲା ପରେ ବାକି ଥିବା ନିଶ୍ୱାସକୁ ଭିଡ଼ି ଧରି ରଖ ଯନ୍ତ୍ରଣାରେ ହଜିବା ଭିତରେ। ସେଇ ଆର୍ତ୍ତନାଦ ଭିତରେ ହିଁ ରିଆଜ୍ କରେ ଜୀବନ କଣ୍ଠସ୍ୱର ସ୍ୱଚ୍ଛ ହୁଏ ଧୀରେ ଅନେକ ବାର ଚିତ୍କାର କରିବା ପରେ। ସୁଖ ଦୁଃଖ …

ଜୀବନ ଯନ୍ତ୍ରଣା Read More »

ଜୀବନ

ବଜାରେ ଆଜି ହଜାରେ କଥା ପଚାରି ବୁଝୁଛି କିଏ, କାରଣ ଆଜି ବାରଣ ସାଜି ନିଜକୁ ମାରୁଛି ସିଏ…।। ନୀରବ ମନେ ଭିଷଣ ଯୁଦ୍ଧ ସ୍ଥିରତା ଆସୁନି ମୋଟେ, ଦୁଃଖ ଦରିଆ କୂଳରେ ବସି ଲୁହ ମୁଁ ପିଇଛି ପେଟେ…।। ଗୋଲାପ ଦେହେ ରକତ ଏତେ କିଏ ସେ ଦେଇଛି ଢାଳି, ତଥାପି ଦେହେ ବିଛେଇ କଣ୍ଟା ନିଜେ ହିଁ ମାରୁଛି ତାଳି…।। ସମୟ ଯଦି କୁହନ୍ତା ଥରେ ପଛକୁ ଫେରିବ ସିଏ, କହିବି ତାକୁ ସାଙ୍ଗରେ …

ଜୀବନ Read More »

ଜୀବନର ଶେଷ ସମୀକ୍ଷା

ଅନ୍ଧାରିଆ ଆକାଶର ଜଙ୍ଗଲ ରାସ୍ତାରେ ପାହାନ୍ତି ତାରାଟି ଜଳେ, ବେଫିକର୍ ବତୀଖୁଣ୍ଟ ପ୍ରାୟ ନିଶାନ୍ତ ଏ ଶୀତୁଆ ପହରେ || ରାତିସାରା ଆକାଶରେ ତାରାଙ୍କର ମେଳା, ଜୀବନର ରଙ୍ଗ ମଉଚ୍ଛବ ଭରି ଅଶାନ୍ତ ଚିତ୍ତରେ ନିରୋଳା ଏ ନକ୍ଷତ୍ରଟି ହଜିଅଛି ଜୀବନର ସଂଜ୍ଞା ପଢ଼ିବାରେ || ପୃଥିବୀର ଜୀବନ ଯାତନା ପଦ୍ମଭୁକ୍‌ର ଜଳି ଯାଉଥିବା ସ୍ବପ୍ନ ଅମୃତ ବାସ୍ନା ନେଇ ବିଷାୟିତ ପ୍ରାଣ ପାଇବା ନ ପାଇବାର ଶାନ୍ତି ସାନ୍ତ୍ଵନାକୁ ନେଇ ଭଲ ପାଇବାର ସ୍ଵପ୍ନ ଆଉ …

ଜୀବନର ଶେଷ ସମୀକ୍ଷା Read More »

ଜୀବନ ଜ୍ୟାମିତି

ପ୍ରାପ୍ତି ଅପ୍ରାପ୍ତିର ଠିକ୍ ମଝିରେ ରେଖାଖଣ୍ଡର ମଧ୍ୟବିନ୍ଦୁ ଭଳି ନା ଛୁଇଁପାରେ ପ୍ରାନ୍ତକୁ, ନା ଫେରିପାରେ ଆଦ୍ୟକୁ ସେମିତି ଖୋଲା ଆଖିରେ ଶୋଇ ଶୋଇ ଜୀବନ୍ତ ନିର୍ଜୀବଟିଏ ପାଲଟିଗଲାଣି ଏଇ ଜୀବନଟା । ହେଇ ତ, ସାମ୍ନାରେ ଦେଖୁଛି ତାକୁ ଖୁବ୍ ପାଖରୁ; ଠିକ୍ ମୋ ପରି ହେଲେ ତା’ ଠିକଣାରେ ପହଞ୍ଚିବାଟା ଯେ ଗୋଟେ ଅନିଶ୍ଚିତତା ଏଇଟା ହିଁ ମୋ ପାଇଁ ସୁନିଶ୍ଚିତ; ବୁଝିସାରିଲିଣି ମୁଁ ମିଶିପାରିବେକି ଦୁଇ ବିପକ୍ଷ ବାହୁ ଏଇ ଯେମିତି ଆୟତକ୍ଷେତ୍ରର …

ଜୀବନ ଜ୍ୟାମିତି Read More »

ଶୀତୁଆ ସଞ୍ଜ

ଥରି ଉଠୁଥିବା ଓଠ ଧାରେ ବାଜେ ନବ ଶୀତ ସାହାନାଇ, କମ୍ପି ଉଠେ ସତେ ଉଷ୍ମ ସହରଟା ସଞ୍ଜ ମାରୁଥାଏ ହାଇ। ରାଜପଥ ଧାର ବଉଳ ଫୁଲରୁ ଭାସିଆସେ ମନ୍ଦମନ୍ଦ, ନାସାନ୍ଧ୍ରକୁ ଛୁଇଁ କରେ ରୋମାଂଚିତ ମିଠା ସ୍ମୃତିର ସୁଗନ୍ଧ। ଶୀତ ପ୍ରଭଞ୍ଜନ ଅଣ୍ଡାଳି ପକାଏ ପାଦରୁ ପଞ୍ଜରା ଯାଏଁ, ପୁରାତନ କିଛି ପୃଷ୍ଠା ଖୋଲିଗଲେ ଅନ୍ତର ଚହଲି ଯାଏ। ଦେହ ଖୋଜେ ତାତି ନିଦ ଖୋଜେ ରାତି ସଞ୍ଜ ଖୋଜେ କିଛି ନିଆଁ ଚକ୍ରବାଳ ଖୋଜେ …

ଶୀତୁଆ ସଞ୍ଜ Read More »

କବିତା

ପ୍ରତି ଋତୁ ପ୍ରତି ମାସ ପ୍ରତିଟି ମୁହୂର୍ତ୍ତ ଝରିଯାଏ କବିତାର ଧାରା ଅବିରତ । ଆଖି ବୁଜି ଦେଲେ ଦିଶେ ରୂପା ଜହ୍ନରାତି ଭାବିଦେଲେ ବହିଯାଏ ସୋହାଗ ଚଇତି । ପ୍ରିୟ ସହରରେ ଥାଅ ଅବା ପଲ୍ଲୀପୁରେ ବହୁତଳ ଛାତ ତଳେ ଅବା କୁଡ଼ିଆରେ । ଯହିଁ ଥାଅ ଯାହା ଖାଅ କିଛି ବି ଫରକ ନାହିଁ ବେଳେ ବେଳେ ବେଗ ନିଏ କବିତାର ନଈ । ପ୍ରେମିକା ହସରେ ଝରେ ଜୋଛନାର ଧାରା ତୁଚ୍ଛ ଲାଗେ …

କବିତା Read More »