କବିତା

କୁହୁଡି ପରି ଜୀବନ

ଧୂଆଁଳିଆ ଡିସେମ୍ବରରେ କାଶତଣ୍ଡି ଖୋଜିବାର ଧ୍ରୃଷ୍ଟତା କରିବସେ ଯେବେ, ଡାକବାଲା ର ବେନାମୀ ଚିଠି ଟେ ଆସେ, ସେଇ ପୁରୁଣା ଠିକଣା ରେ! ଅବଶୋଷ  ସବୁ ବିଛାଡି ପଡନ୍ତି ଡିସେମ୍ବର ର କୁହୁଡି ପରି ଠାଏ ଠାଏ ! ମୋହ ସବୁ କୋହ ପରି ବାଷ୍ପୀଭୂତ ହୁଏ, କିନ୍ତୁ ଶୀତ ପରେ ଆଉ ବର୍ଷା ଆସେନି! ଛାତିରେ ସୃଷ୍ଟି ହୁଏ ଅନେକ ଫାଟ, ଶୁଷ୍କ ହେଇଯାଏ ଶିରା ପ୍ରଶିରା; ନରମ ଚମଡା ବି ରୁକ୍ଷ ଲାଗେ, ହେଲେ! …

କୁହୁଡି ପରି ଜୀବନ Read More »

ଶୀତୁଆ ସକାଳ

ଶୀତୁଆ ସକାଳେ କଟିକିଆ ବୋହୂ କମ୍ବଳକୁ ଟାଣି କହେ ଆଠଟା ବାଜିଲେ ଉଠେଇବ ମୋତେ ମୁଁ ଆଉ ଟିକେ ଶୁଏ। ରାତି ପାହାନ୍ତିରୁ ଜେଜେମା ଉଠି ସକାଳ ସ୍ନାହାନ ସାରି ଚଉରା ମୂଳରେ ଧୂପ ଦୀପ ଦେଇ ବସେ ଭାଗବତ ଧରି । ଜେଜେବାପା ଏଣେ ଧୂନୀ ଜାଳୁଥାନ୍ତି ଏକେଣିଆ ଦାଣ୍ଡ ଘରେ ସକାଳୁ ସନିଆ ଧାନ କାଟୁଥାଏ ହାଡଭଙ୍ଗା ଶୀତ ଟାରେ । ରାତି ନ ପାହୁଣୁ ଝଡ ଦେଖାଦିଏ ବଡ ବାପା କପ୍ ପରେ …

ଶୀତୁଆ ସକାଳ Read More »

ଶୀତ ଆସେ

ଏକ ଅନୁସନ୍ଧିତ୍ସୁ ଗୁପ୍ତଚର ଭଳି ଶୀତ ଆସେ ଦରାଣ୍ଡି ପକାଇ ଦେହ ଭିତରର ପୁରୁଣା ଉଷ୍ମତା ସବୁକୁ ଷଡ଼ଯନ୍ତ୍ର କରି ବସେ ସବୁ କିଛି ଚୋରାଇ ନେବାକୁ ଯେତେ ଇଛା ସାଇତା ଉଶ୍ୱାସ ଓ ଥମି ଯାଇଥିବା କିଛି ଧିମା ଅବଶୋଷ। ଛାତିରେ ଛାତିଏ ମୃତ୍ୟୁ ଧରି ଶୀତ ଆସେ ଜୀବନ ସନ୍ଧାନରେ ଛୁଇଁ ଯାଏ ଦେହରୁ ଦେହକୁ ପ୍ରତି ଲୋମକୁପ ଦେଇ ଖୋଜିନିଏ ପଥ ତାର ପହଞ୍ଚିବାକୁ ଦେହ ଅତିରିକ୍ତ ଚେତନା ପାଖରେ ଛାଡ଼ିଦେଇ ଯାଏ …

ଶୀତ ଆସେ Read More »

ହୁଏତ ଶୀତ ଆସିଛି

ଟିଣ ପେଡିର କୋଲପ ଫିଟି ଗନ୍ଧକର୍ପୂର ଦିଆ ପୁରୁଣା କମ୍ବଳ ଖରା ପୁଁ ଥିଲା ହୁଏତ ଶୀତ ଆସିଛି !! ରାସ୍ତାକଡର ଫୁଟପାଥ୍ ରେ ଖୋଲା ଆକାଶ ତଳେ ନିତି ଶୋଉଥିବା ମୁକୁଳା ମଣିଷ କାନେଇ ରହିଛି ଦାତାଙ୍କ କମ୍ବଳବୁହା ଗାଡିର ହର୍ଣ୍ଣ ଶବ୍ଦକୁ ହୁଏତ ଶୀତ ଆସିଛି !! ନିର୍ଧୁମ୍ ଖରାରେ କୋଟପିନ୍ଧା ବାବୁଙ୍କ ଘରେ ବାହାରେ ଏୟାରକଣ୍ଡିସନର ଜାଗାରେ ଜଳୁଛି ରୁମ ହିଟର୍ ହୁଏତ ଶୀତ ଆସିଛି !! ଖଟିକିଆ ଚାଷୀ ବିଲକୁ ଲଣ୍ଡା …

ହୁଏତ ଶୀତ ଆସିଛି Read More »

ଆଉ ଥରେ ଆସ ମା’

*ଆଉଥରେ ଆସ ମା* ବ୍ରହ୍ମଚାରିଣୀ ଅସୁର ହାରିଣୀ ଜୟ ମା ଦଶ ଭୂଜା, ସିଂହ ବାହିନୀ ତ୍ରିଶୁଳ ଧାରିଣୀ ଅଵତରି ଆସ ମା ଖୋଲିଦେଇ ପୁଣ୍ୟର ଦରଜା।। ମହାମୟୀ ମା ଦୁର୍ଗତୀ ନାସିନୀ କରିଥିଲ ଦୁଷ୍ଟ ମାନଙ୍କର ନିପାତ, ପଡିଥିଲା ଯେବେ ସଙ୍କଟ ସଂସାରେ ତୁମ କରୁଣାରୁ ମୁକ୍ତ ହୋଇଥିଲା ଜଗତ।। ଆଗମନେ ତୁମ ପୃଥିବୀ ହସୁଛି କାଶତଣ୍ଡି ଗାଉଛି ଗୀତ, ଆଶ୍ଵିନ ମାସରେ ବର୍ଷା ଋତୁ ସମୟେ ପୂଜା କରୁଛି ମଣ୍ଡପେ ସାରା ଜଗତ।। ଶକ୍ତି …

ଆଉ ଥରେ ଆସ ମା’ Read More »

ଆସ ଆଦିଶକ୍ତି

ଆସ ଆଦିଶକ୍ତି ଆସ ଅବତରି ଅଶ୍ବିନେ ଗୋ ମାତ ଅସରା ଆଶିଷ ନେଇ ଆଶାର ଆକାଶ ଆଲୋକିତ ହେଉ ତୁମରି ପରଶ ପାଇ ଅପେକ୍ଷା ରତ ଏ ମହୀ ଶରତ ମରତେ ଆବାହନୀ ଗାଏ କାଶତଣ୍ଡି ଅଛି ଚାହିଁ ତୁମେ ତ ଚିନ୍ମୟୀ ଚିନ୍ତା ଚେତନାରେ ପ୍ରାଣରେ ପୀୟୂଷ ଧାର ତୁମେ ତ ସୃଷ୍ଟିର ପ୍ରାରମ୍ଭିକ ପଦ ସଂହାରର ଶେଷାକ୍ଷର ସମ୍ଭାବନାର ସମ୍ଭାର ପରମା ପ୍ରକୃତି ପୁରୁଷର ଶକ୍ତି ତୋର ପଦେ ନମସ୍କାର ପାପୀ ପାଇଁ ତୁମେ …

ଆସ ଆଦିଶକ୍ତି Read More »

ମା’ଗଲା ପରେ

ଶରତ! ଧୁମ୍ ଧାମରେ ପୁର ପଲ୍ଲୀ ମୁଖରିତ, ଚତୁର୍ଦ୍ଦିଗେ ଗହଳ ଚହଳ, ନଭଶ୍ଚୁମ୍ବୀ ମେଢ଼; କାଶତଣ୍ଡି ସଜ୍ଜଳ, କ’ଣ ନା ତୁମେ ଆସିଛ ମା’ ! ହଁ ସାରା ସଂସାର ପାଇଁ ମା’ ଆସିଛି, ତା’ର ସେ ନାଲି ପଣତରେ ସବୁ ପାପ ବିନାଶ କରିବାପାଇଁ; ସିଂହ ରେ ବସେଇ ନିଜ ସନ୍ତାନକୁ ଜହ୍ନ ମାମୁଁ ଦେଖେଇବ, ଦୁଧ ଭାତ ଖୁଆଇବ, ମାମୁଁ ଘର ବୁଲେଇ ନେବ।। ମାଆର ଉଗ୍ରରୂପ ପଛେ ଲୁଚିଛି ଏକ କାକୁସ୍ଥ ଚେହେରା; …

ମା’ଗଲା ପରେ Read More »

ମାଆ ଦୁର୍ଗା

ମାଆ ମାଆ ବୋଲି ଚାରି ଆଡେ ଖାଲି ଜପୁଛନ୍ତି ତୁମ ନାମ, ଲିଚୁ ବଲ ସଙ୍ଗେ ତୁମ ମୂର୍ତ୍ତି ଗଢି କରୁଛନ୍ତି ନାନା କାମ।। ଆବଶ୍ୟକ ଅଛି ତୁମରି କୁରୁପା ଦୟନୀୟ ଏ ସୃଷ୍ଟିରେ, ସନ୍ତାନଙ୍କ ଆଡେ ଚାଲିଆସ ମାତା ବିଜେ କର ଏ ପୃଥ୍ବୀରେ। । ଗର୍ଜନ କରିକି ଓଲ୍ହାଇ ଆସ ମା ସିଂହର ପିଠିରେ ବସି, ପୂଣ୍ଯରେ ଭସାଅ ଦେଇ ଦିବ୍ଯଗ୍ଯାନ ପାପକୁ ଏଠାରେ ନାଶି ।। ବିପଦକାଳରେ ସାହା ହୁଅ ମାଆ ଶୁଭଆଶୀର୍ବାଦ …

ମାଆ ଦୁର୍ଗା Read More »

ଆସିଛି ପାର୍ବଣ

ଦେବୀ ଆବାହନ ଆସିଛି ପାର୍ବଣ ଉଭା ସ୍ୱୟଂ ଦଶଭୁଜା, ଆସୁରିକ ଶକ୍ତି ନାଶି ଧରା ଧାମେ ଅଭୟ ଦେବୀ ଗିରିଜା l ବହୁ ପ୍ରତୀକ୍ଷୀତ ପାର୍ବଣର ପର୍ବ ଶୁଭ ବେଳା ବିରାଜିଛି, ଉତ୍ସବ ମୁଖର ପଲ୍ଲୀ ଓ ସହର ଉଲ୍ଲାସେ ମଜ୍ଜି ଯାଇଛି l ଆଲୋକମାଳାରେ ସଜାଇ ହୋଇଛି ଦିଶେ କେଡ଼େ ମନୋହର, କି ସୁନ୍ଦର ଦେଖ ମଣ୍ଡପେ ବିରାଜେ ମାଆ ଦୁର୍ଗା ଅବତାର l ଝଲସେ ପାର୍ବଣ ମେଢ଼ ମଣ୍ଡପ କେତେ ଜନ ସାମାଗମ, ଘୋ …

ଆସିଛି ପାର୍ବଣ Read More »

କାହିଁକି ନା ତୁ ନାରୀ

ସୃଷ୍ଟିଚକ୍ରର ଆରମ୍ଭ ତୁ ଜୀବନ ସଂଚାରର ମାଧ୍ୟମ ତୁ, ତଥାପି ମାନିବାକୁ ବାଧ୍ୟହେବୁ ଶାସନ ଶିକୁଳିର ନିୟମକୁ । କୋଟି ପୁଣ୍ୟବଳେ ଜନ୍ମ ତୁ ଶ୍ରୀ ଆଗମନର ସଙ୍କେତ ତୁ, ତଥାପି ତୋତେ ସହିବାକୁ ହେବ ନିନ୍ଦା, ଅପବାଦର ପାହାଡ଼କୁ । ଅସରା ସ୍ବପ୍ନ ଦେଖିବୁ ତୁ ଅକ୍ଲାନ୍ତ ପରିଶ୍ରମ କରିବୁ ତୁ, ତଥାପି ଜଳାଞ୍ଜଳି ଦେବାକୁ ହେବ ରଙ୍ଗୀନ୍ ଆଶାର ଡେଣାସବୁକୁ । ବିନା ବେତନରେ ଖଟିବୁ ତୁ ବିନା ମୂଲ୍ୟରେ ସ୍ନେହ ବାଣ୍ଟିବୁ ତୁ, …

କାହିଁକି ନା ତୁ ନାରୀ Read More »