ଗଳ୍ପ

ନବଦିଶା

ସକାଳୁ ଉଠିଲେ ମନେ ପଡ଼େନି। ଢେରେ ସମୟ ଚା’କୁ ଅପେକ୍ଷା କରି ରୁହନ୍ତି ସୁରଜ ବାବୁ। ଅଧ ଘଣ୍ଟାଏ ପରେ ସୀମା ସୀମା ବୋଲି ଡାକ ପକାନ୍ତି। ଉତ୍ତର ନ ମିଳିବାରୁ ବିରକ୍ତ ହୁଅନ୍ତି। ଭାବନ୍ତି ସୀମା ବୁଢ଼ୀ ହେବା ସହ ଅଳସୁଆ ବି ହୋଇଗଲାଣି ଦିନକୁ ଦିନ। ସେ ବାଧ୍ୟ ହୋଇ ହଲକୁ ଯାଆନ୍ତି ସୀମା ସୀମା ଡାକ ପକାଇ। ହଲର ଦକ୍ଷିଣ କାନ୍ଥରେ ଲାଗିଥିବା ଫଟୋଟି ହଠାତ୍ ପଡ଼େ ତାଙ୍କ ଆଖିରେ। ଆଖି କୋଣରେ …

ନବଦିଶା Read More »

ସାବିତ୍ରୀ

ସାବିତ୍ରୀ ଓଷା ଦିନ  ମନ୍ଦିର ଗଲାବେଳେ ମୁଁ ଆମ ଗାଁ କଥା  ଗପୁଥିଲି । ମୋ ସ୍ବାମୀ  ଶୁଣି ନଶୁଣିଲା ପରି ହଁ ଭରୁଥିଲେ। ମନେପଡୁଥିଲା କେତେ କଥା। ଆମ ଗାଁର  ବୁଢା  ବରଗଛ ଚାରିପାଖେ  ସୂତା ଗୁଡାହୋଇ ପୂଜା ହୁଏ ।ସବୁ ସ୍ତ୍ରୀଲୋକଙ୍କ ଲମ୍ବା ହୁଳହୁଳିରେ ଗାଁ କମ୍ପୁଥାଏ । କଲେଜ୍ ବେଳେ  ସାବିତ୍ରୀ ଓଷାରେ ଇଏ ଫୋନ୍ କରି କୁହନ୍ତି ,”କ’ଣ କରୁଛ , ଏଇ କପୁଲ୍ ମାନଙ୍କୁ ଦେଖି ଭାରି ଜେଲସ୍ ଫିଲ୍ …

ସାବିତ୍ରୀ Read More »

ବଣମଲ୍ଲୀ

ସେଦିନ ସୃଷ୍ଟି ନିଜ ଝିଅ ପିହୁ ଓ ସ୍ୱାମୀ ପ୍ରଣବ ଙ୍କ ସହିତ ମେଳା ବୁଲିବାକୁ ଯାଇଥାଏ l ପହଂଚିବା ପରେ ପ୍ରଣବ ଗାଡ଼ିକୁ ପାର୍କିଂରେ ରଖିବାକୁ ଗଲେ l ଖୁବ୍ ଅଧିକ ଭିଡ଼ ଯୋଗୁଁ ତାଙ୍କୁ ଧାଡ଼ିରେ ରହିବାକୁ ହେଲା l ସୃଷ୍ଟି ଓ ପିହୁ ଅପେକ୍ଷା କରିଥିଲେ ପ୍ରଣବଙ୍କ ଫେରିବାକୁ l ସାମ୍ନାରେ କିଛି ଲୋକଙ୍କ ଭିଡ଼ ଥିଲା ଆଉ ଭିଡ଼ ଭିତରୁ ସୁନ୍ଦର ଗୀତ ଶୁଭୁଥିଲା l ପିହୁ ସୃଷ୍ଟିଙ୍କ ହାତକୁ ଧରି …

ବଣମଲ୍ଲୀ Read More »

ପ୍ରହସନ

ତିନି ତିନିଟା ଝିଅ ଆଉ ଗେଲବସରିଆ ପୁଅକୁ ଦୁନିଆ ଆଗରେ ଭଲ ମଣିଷଟେ କରି ଗଢି ତୋଳିବାପରେ ବିଦ୍ୟାଧର ବାବୁ ଏବେ ଶଯ୍ୟାଶାୟୀ | ପୁଅର “ବାଙ୍ଗାଲୋର ଚାଲିଆସ” ନାମୀ ଲକ୍ଷେ ଅନୁରୋଧ ଉପରେ ବାରଣର ମୋହର ମାରି ନିଜର ଭିଟାମାଟିକୁ ଜାବୁଡି ଧରି ଗାଁ ଘରେ ପଡିରହିଛନ୍ତି | ସାଙ୍ଗରେ ଅଛନ୍ତି ବୟସର ବୋଝରେ ଅଣ୍ଟାନଇଁ ଆସିଥିବା, ଚମ ଧୁଡୁ ଧୁଡୁ ହୋଇଯାଇଥିବା ପତ୍ନୀ ଜେମାମଣି | “ଆଉ କେଇଟା ଦିନରେ ପୁଅର ଚାକିରି ସରିଯିବ, …

ପ୍ରହସନ Read More »

ନୂଆବୋଉଙ୍କ ନଣନ୍ଦ

 ହେଲୋ…ବାଗ୍ମୀ ମ୍ୟାଡାମ କହୁଥିଲେ କି ? ପ୍ରିୟଦର୍ଶୀ ସାରଙ୍କ ଭଉଣୀ ?” ପ୍ରଶ୍ନଟା ଶୁଣିବା ପରେ ପଚିଶ ବର୍ଷ ତଳର ପୁରୁଣା ଘା’ ଉପରେ କିଏ ଜଣେ ଏସିଡ୍ ଛିଞ୍ଚାଡ଼ି ଦେଲା ଭଳିଆ ଲାଗୁଥିଲା ବାଗ୍ମୀଙ୍କୁ। ଉତ୍ତରରେ ହଁ କହିବେ କି ନାହିଁ କହିବେ ବୋଲି ଭାବିଲା ବେଳକୁ l ସେପଟୁ ପୁଣି ସେଇ ବ୍ୟକ୍ତିଙ୍କ ପ୍ରଶ୍ନ – ” ଆଜ୍ଞା ! କଣ କିଛି କହୁ ନାହାନ୍ତି ? ଠିକ୍ ଜାଗାରେ ଲାଗିଛି ତ ଫୋନଟା …

ନୂଆବୋଉଙ୍କ ନଣନ୍ଦ Read More »

ରହସ୍ୟମୟ ବନ: ମାରାଙ୍ଗଗୁରୁ

ସାନିକା କହନ୍ତି “ମୁ ଯେତେବେଳେ ଗୋଟିଏ ନବଯୁବକ ଥିଲି,” ସେ କହନ୍ତି, “ମୁଁ ଏହି ଜଙ୍ଗଲ ମଧ୍ୟରେ ଆସିଥିଲି ଏକ ଶିକାର ପାଇଁ। ମୋ ସାଙ୍ଗମାନେ ମୋତେ ଛାଡି ଦେଲେ, ଏବଂ ମୁଁ ଏକ ଅଜଣା ପଥରେ ବଣା ହୋଇ ଘଞ୍ଚଵଣ ମଧ୍ୟରେ ପଶିଗଲି । ସେଠାରେ ମୁଁ ଦେଖିଲି ଏକ ବୃକ୍ଷ – ମଧ୍ୟରେ ଗୁହା ଥିଲା।” ଗୁହା ଭିତରେ ସେ ଦେଖିଥିଲେ ଏକ ପ୍ରାଚୀନ ମୂର୍ତ୍ତି – ନ ମାନବ, ନ ପଶୁ – …

ରହସ୍ୟମୟ ବନ: ମାରାଙ୍ଗଗୁରୁ Read More »

ନାରୀବାଦ

ଜଣେ ନାରୀ ନିଜକୁ ତିଲତିଳ ଜାଳି ଅନ୍ୟକୁ ଖୁସି ଦିଏ।ସେ ସ୍ବପ୍ନ ଦେଖି ପାରେ ଓ ସ୍ୱପ୍ନକୁ ପୂରଣ କରିବାକୁ ପଦକ୍ଷେପ ମଧ୍ୟ ନେଇ ପାରେ।ସେ କେବଳ ଜଣଙ୍କ ପାଇଁ ସ୍ବପ୍ନ ଦେଖେ ନାହିଁ ସେ ତା ସଂପୂର୍ଣ୍ଣ ପରିବାର ପାଇଁ ସ୍ବପ୍ନ ଦେଖେ।ସେହି ଭଳି ଥିଲା ଅନନ୍ୟା। ଅନନ୍ୟାର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଆରମ୍ଭ ହୁଏ—ଅଫିସ୍ ଯିବା ଆଗରୁ ଟିଫିନ୍ ପ୍ୟାକ୍ କରି ସ୍ବାମୀ ଓ ଶିଶୁର ଖାଦ୍ୟ ପେୟ ବନ୍ଦୋବସ୍ତ କରି ଅଫିସ ପାଇଁ …

ନାରୀବାଦ Read More »

କୁହୁକ ପେଡ଼ି

ଆଜି ହେଉଛି ଏକ ବଡ ସ୍ମରଣୀୟ ଦିବସ, ଜୁଲାଇ ଦଶ ତାରିଖ ଗୁରୁବାର ,ପବିତ୍ର ଗୁରୁ ପୂର୍ଣ୍ଣିମାର ତିଥି । ଠିକ ସନ୍ଧ୍ୟା ଛଅଟା ବାଜିବା ପୂର୍ବରୁ ଝିପିଝିପି ଅସରାଏ ବର୍ଷା ହୋଇ ଛାଡିଯିବା ପରେ ମୁଁ ଅଠରମହଲାରୁ ଲିଫ୍ଟ ଦେଇ ଆପାର୍ଟମେଣ୍ଟର ପାଦଚଲା ରାସ୍ତାରେ କିଛିବାଟ ଚାଲି ଚାଲି ଯିବାବେଳେ ପୂର୍ବ ପାର୍ଶ୍ଵ ମୁଖ୍ଯ ଫାଟକ ଆଡକୁ ଆଖି ପକାଇ ନେବାରୁ ହଠାତ ଆକାଶରେ ଦୃଶ୍ୟମାନ ହେଲା ଏକ ସୁନ୍ଦର ଏବଂ ବିଶାଳ ଇନ୍ଦ୍ରଧନୁ । …

କୁହୁକ ପେଡ଼ି Read More »

ଈପ୍ସିତ ଭାଗଶେଷ

ଡିସେମ୍ବର ଏକତିରିଶ ତାରିଖ.। ଅନେକଙ୍କ ସ୍ବପ୍ନର ରାତି। ମତୁଆଲା ହେବାର ରାତି। ଗୋଟିଏ ବର୍ଷର ଅନ୍ତିମ ଦିନରେ ସତେ ଯେମିତି ବର୍ଷଟା ଯାକର ଦୁଃଖକୁ ଧୋଇଦେଇ ଖୁସିକୁ ଉପଭୋଗ କରିନେବେ ସମସ୍ତେ। ୟଙ୍ଗ ଷ୍ଟାର୍ କ୍ଲବ ପାଇଁ ଏ ରାତି ହୋଇଉଠେ ସ୍ବତନ୍ତ୍ର। ସେମାନେ ତାଙ୍କ କ୍ଲବର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ସଭାର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଏ ରାତିଟିକୁ ଉପଯୁକ୍ତ ମନେକରନ୍ତି।ଅରୁଣିମା ଫୋନ ପାଇ ଏଠାକୁ ଆସିବାକୁ ଏକ ପ୍ରକାର ବାଧ୍ୟ ହୋଇଥିଲେ। …

ଈପ୍ସିତ ଭାଗଶେଷ Read More »

ଅସୁର ମରିଲା ପରେ

ମୋନା ତା ଝିଅ ନେହାକୁ ଦୂର୍ଗାପୂଜା ସମୟରେ ଅସୁର ଆଉ ମା ଦୂର୍ଗାଙ୍କ କାହାଣୀ ଶୁଣଉଥାଏ।ନେହା ପଚାରିଲା,” ମାମା ଅସୁର ମରିଗଲା ପରେ କ’ଣ ହେଲା?” ମୋନା କହିଲେ ସବୁ ଦେବତା ମାନେ ମା ଙ୍କୁ ହାତ ଯୋଡି ଧନ୍ୟବାଦ ଦେଲେ ଆଉ ଖୁସିରେ ରହିଲେ।ନେହା କହିଲା,” ଏଥର ଦୂର୍ଗା ପୂଜା ଦେଖିବାକୁ ଆମେ ଯିବାନି କି?”ମୋନା କହିଲା ,” ନା ଏଥର ଆମେ ଗାଁ କୁ ଯିବା। କାଲି ଅଷ୍ଟମୀ। ଗାଁରେ ପିଠା ହେବ ,ଜେଜେ …

ଅସୁର ମରିଲା ପରେ Read More »