ଦେବୀ
ସୁଲତା ସେଦିନ ସ୍କୁଲରେ ଭାରି ଅନ୍ୟମନସ୍କ ଥିଲା । ହସ୍ତାକ୍ଷର ଖାତା ସାରଙ୍କୁ ଦେବାକୁ ଭୂଲିଗଲା । ସାଧାରଣ ଶତକଡ଼ା ଅଙ୍କଟିଏ ତାର ବାରମ୍ବାର ଭୁଲ ହେଲା । କାତ ଧରି ଧୀରେ ନାଉରି କବିତା ଆବୃତ୍ତିରେ ବାରମ୍ବାର ଝୁଣ୍ଟିଲା ଆଉ ପଛକୁ ଫେରିଲା ।”” ଆଉ ପାଠପଢାରେ ମନ ନାହିଁ “‘ , କଥାଟା ସାରଙ୍କ ଠାରୁ ପ୍ରଥମ ଥର ପାଇଁ ଶୁଣିଲା । ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ଶ୍ରେଣୀରେ ଦ୍ୱିତୀୟ …










