ନବୀନ ଆଶା
ଆଜି ନୂଆବର୍ଷ ସକାଳ ସାତଟା ବେଳୁ ଷ୍ଟେସନ ପରିସର ଜନାକୀର୍ଣ୍ଣ । ଭୁବନେଶ୍ୱରରେ ଦୀର୍ଘ ଦୁଇମାସ ହେଲା ଚାଲୁଥିବା ରାଜ୍ୟସ୍ତରୀୟ ଲୋକପ୍ରିୟ ସଙ୍ଗୀତ ପ୍ରତିଯୋଗୀତା ସୁରଭିରେ ପ୍ରଥମ ସ୍ଥାନ ଲାଭ କରି ଘରକୁ ଫେରୁଛନ୍ତି ଅଞ୍ଚଳର ସୁନାଝିଅ ଶୁଭଶ୍ରୀ । ଗତକାଲି ଥିବା ଫାଇନାଲରେ ସେ ରାଉରକେଲାର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଗୀତାଞ୍ଜଳିଙ୍କୁ ପଛରେ ପକାଇ ଏହି ପ୍ରତିଯୋଗୀତା ଜିତିଥିଲେ । ଟିଭି ପରଦାରେ ତାଙ୍କ ଦରଦଭରା କଣ୍ଠସ୍ୱରରେ ଅଭିଭୂତ ହୋଇ ପଡିଥିଲେ ଉପସ୍ଥିତ ବିଚାରକ ମଣ୍ଡଳୀ …










