Lekhaniswara

ମଧୁବୋଧ

କାଳିଆ କଳାରେ କଳା ଭରିଦେଇ କାଳ କରି କାବୁ କାଳିଆ କହଇ.. କଳାମୟ ହରି କଳେବର ହରି.. କଳାରେ କଳାରେ ଦୁଃଖ ହରିଥାଇ..l ଖରେ ଖରା ଯହିଁ..ଖବର ବି ନାହିଁ… ତଥାପି କ୍ଷଣେ ସେ ଥୟ ନ ଧରଇ.. କ୍ଷୀଣ ଆଶା କ୍ଷୀପ୍ରେ…ଖିଆଲ ଆଣଇ.. କ୍ଷୀଣ ତନୁ କ୍ଷଣେ କ୍ଷମା ମାଗିଥାଇ..l ଗଲାଣି ତ ଗଲା କଥାରେ .. ଗଲା ନାହିଁ କିନ୍ତୁ ବ୍ୟଥାରେ.. ଗଲା ପରେ ଯାହା ଗଲାନାହିଁ ତାହା.. ଗଲା କୁହ କେଉଁ ରାସ୍ତାରେ..!!?? …

ମଧୁବୋଧ Read More »

ଭଉଁରୀ

ଫାଳିକିଆ ଖରା ଅଧା ଗିଳି ସାରିଲାଣି ବାଲକୋନି କୁ | ସେଠି ପଡିରହିଛି ତାଙ୍କ ଅମଳରେ ଯୌତୁକରେ ଆସିଥିବା ବାଉଁଶ ଚେୟାର ଗୋଟିକ | ମଧ୍ୟ ଦିବସ ର ସମାପ୍ତି ଘୋଷଣା ପରେ ଉପରଓଳି ଖରାଟା  ଛିଗୁଲେଇ ହେଇ ଦେଖି ଚାଲିଛି ଘରର ମୁହଁ ଗୋଟାକ | ଘରଟା ଲାଜ ଲାଜ ହେଇ ଝାଉଁଳିପଡ଼ିଲାଣି ପ୍ରାୟ | ବାଲକୋନୀ  ସେପଟ ପାଖ ସବୁଜ ପ୍ରାନ୍ତର ତାକୁ ଦେଖି ହସିଉଠନ୍ତି କି ତାତ୍ସଲ୍ୟ କରି କ’ଣ ସବୁ କହିଚାଲନ୍ତି …

ଭଉଁରୀ Read More »

ନାରୀବାଦ

ଜଣେ ନାରୀ ନିଜକୁ ତିଲତିଳ ଜାଳି ଅନ୍ୟକୁ ଖୁସି ଦିଏ।ସେ ସ୍ବପ୍ନ ଦେଖି ପାରେ ଓ ସ୍ୱପ୍ନକୁ ପୂରଣ କରିବାକୁ ପଦକ୍ଷେପ ମଧ୍ୟ ନେଇ ପାରେ।ସେ କେବଳ ଜଣଙ୍କ ପାଇଁ ସ୍ବପ୍ନ ଦେଖେ ନାହିଁ ସେ ତା ସଂପୂର୍ଣ୍ଣ ପରିବାର ପାଇଁ ସ୍ବପ୍ନ ଦେଖେ।ସେହି ଭଳି ଥିଲା ଅନନ୍ୟା। ଅନନ୍ୟାର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଆରମ୍ଭ ହୁଏ—ଅଫିସ୍ ଯିବା ଆଗରୁ ଟିଫିନ୍ ପ୍ୟାକ୍ କରି ସ୍ବାମୀ ଓ ଶିଶୁର ଖାଦ୍ୟ ପେୟ ବନ୍ଦୋବସ୍ତ କରି ଅଫିସ ପାଇଁ …

ନାରୀବାଦ Read More »

କୁହୁକ ପେଡ଼ି

ଆଜି ହେଉଛି ଏକ ବଡ ସ୍ମରଣୀୟ ଦିବସ, ଜୁଲାଇ ଦଶ ତାରିଖ ଗୁରୁବାର ,ପବିତ୍ର ଗୁରୁ ପୂର୍ଣ୍ଣିମାର ତିଥି । ଠିକ ସନ୍ଧ୍ୟା ଛଅଟା ବାଜିବା ପୂର୍ବରୁ ଝିପିଝିପି ଅସରାଏ ବର୍ଷା ହୋଇ ଛାଡିଯିବା ପରେ ମୁଁ ଅଠରମହଲାରୁ ଲିଫ୍ଟ ଦେଇ ଆପାର୍ଟମେଣ୍ଟର ପାଦଚଲା ରାସ୍ତାରେ କିଛିବାଟ ଚାଲି ଚାଲି ଯିବାବେଳେ ପୂର୍ବ ପାର୍ଶ୍ଵ ମୁଖ୍ଯ ଫାଟକ ଆଡକୁ ଆଖି ପକାଇ ନେବାରୁ ହଠାତ ଆକାଶରେ ଦୃଶ୍ୟମାନ ହେଲା ଏକ ସୁନ୍ଦର ଏବଂ ବିଶାଳ ଇନ୍ଦ୍ରଧନୁ । …

କୁହୁକ ପେଡ଼ି Read More »

ଉଦ୍ଧବ ଗୋପୀ ସମ୍ବାଦ

ହରି ନାମ ହରି ପ୍ରେମ ସଂସାର ରେ ସାର  ପ୍ରେମ ଡୋରେ ବନ୍ଧା ସେଇ ଜଗତ ଠାକୁର । ଶବରୀ ଅଇଁଠାଖିଆ ଭକତ ର ଦାସ  ଦାସିଆ ବାଉରି ପ୍ରେମେ ନଡ଼ିଆ ରେ ବଶ ।। ପ୍ରେମ କୁ ସୁଲଭ ହରି ତର୍କେ ବହୁ ଦୂର  ନ ସହନ୍ତି ଅହଙ୍କାର ଆପଣା ଭକ୍ତର । ଯେପରି ଉଦ୍ଧବ ମନେ ଜ୍ଞାନ ର ଗରବ  ଗୋପୀଙ୍କ ହସ୍ତେ ତାରିବେ ଚିନ୍ତିଲେ ମାଧବ ।। କୃଷ୍ଣ ଆଜ୍ଞାରେ ଉଦ୍ଧବ ମିଳି …

ଉଦ୍ଧବ ଗୋପୀ ସମ୍ବାଦ Read More »

ଈପ୍ସିତ ଭାଗଶେଷ

ଡିସେମ୍ବର ଏକତିରିଶ ତାରିଖ.। ଅନେକଙ୍କ ସ୍ବପ୍ନର ରାତି। ମତୁଆଲା ହେବାର ରାତି। ଗୋଟିଏ ବର୍ଷର ଅନ୍ତିମ ଦିନରେ ସତେ ଯେମିତି ବର୍ଷଟା ଯାକର ଦୁଃଖକୁ ଧୋଇଦେଇ ଖୁସିକୁ ଉପଭୋଗ କରିନେବେ ସମସ୍ତେ। ୟଙ୍ଗ ଷ୍ଟାର୍ କ୍ଲବ ପାଇଁ ଏ ରାତି ହୋଇଉଠେ ସ୍ବତନ୍ତ୍ର। ସେମାନେ ତାଙ୍କ କ୍ଲବର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ସଭାର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଏ ରାତିଟିକୁ ଉପଯୁକ୍ତ ମନେକରନ୍ତି।ଅରୁଣିମା ଫୋନ ପାଇ ଏଠାକୁ ଆସିବାକୁ ଏକ ପ୍ରକାର ବାଧ୍ୟ ହୋଇଥିଲେ। …

ଈପ୍ସିତ ଭାଗଶେଷ Read More »

ପ୍ରେମ ଏକ ମିଛେଇ ଝିଅର ନାଁ

ସବୁଜ ଦିନର ଅଭୁଲା ସ୍ମୃତି ସେ ସବୁଜ ବୟସ କଥା,ବିସ୍ମୃତ ରହିଛି ତୁମର ଆମର ପ୍ରେମପୂର୍ଣ୍ଣ କଥାବାର୍ତ୍ତା  ।ପ୍ରେମ ପ୍ରତିମା ମୋ ପ୍ରଣୟୀ ନାୟିକା କଥା ଦେଇଥିଲ ତୁମେ,ହାତେ ହାତ ଆମ ସମ୍ପର୍କର ଡୋରି ରହିବ ଏ ମର୍ତ୍ତ୍ୟଧାମେ ।ସବୁ ମିଥ୍ଯା କଥା ମିଥ୍ଯା ପ୍ରଣ ଦେଇ କରିଲ ମୋ ବ୍ୟବହାର,ସ୍ୱାର୍ଥ ସିଦ୍ଧି ପରେ ଅର୍ଥ ପ୍ରାପ୍ତି ହେଲା ଛାଡି ଚାଲିଗଲ ଦୂର  ।ଅର୍ଥ ପ୍ରାପ୍ତି ପରେ ସମ୍ପର୍କ ଭାଙ୍ଗିଲ କଥା ପାଇଁ କଲ ଲାଜ,କି ଦୋଷ …

ପ୍ରେମ ଏକ ମିଛେଇ ଝିଅର ନାଁ Read More »

ଶେଷ ସୂର୍ଯ୍ୟାସ୍ତ

ପରିବାରର ସମସ୍ତେ ପସନ୍ଦ କଲେ ଝିଅକୁ ଦେଖି । ଖାଲି ବାକି ଥିଲା ପୁଅ ଆସି ଥରୁଟିଏ ଦେଖାକରି ଯିବ । ଖବର ଦେଲେ ତାଙ୍କର, ପୁଅ ଦୁଇଦିନ ପାଇଁ ଛୁଟି ନେଇ ଆସିଛି, ତେଣୁ ଆସନ୍ତାକାଲି ସେ ଯାଇ ଝିଅକୁ ଦେଖାକରି ଆସିଲେ ବିବାହ ପାଇଁ ଆରମ୍ଭ ହେବ ପ୍ରସ୍ତୁତି କାର୍ଯ୍ୟ । ଜ୍ୱାଇଁ ପୁଅ ଆସୁଛନ୍ତି । ଘରେ ସମସ୍ତେ ତତ୍ପର ଅତିଥି ଚର୍ଚ୍ଚା ପାଇଁ । ସମସ୍ତଙ୍କ ଖୁସି ଦେଖି ସିପ୍ରା ବି …

ଶେଷ ସୂର୍ଯ୍ୟାସ୍ତ Read More »

ପାର୍ବଣ

ପାର୍ବଣରେ ତୁମେ ଆସିଛ ସର୍ବ ମଙ୍ଗଳମୟୀ, ଭକତଙ୍କ ମନ ତୋଷୁଛ ତୁମ ଦର୍ଶନ ଦେଇ l ସ୍ୱାଗତ କରୁଛି ଶରତ ପୁଷ୍ପ ଆଞ୍ଜୁଳି ଦେଇ, ଜଳ,ସ୍ଥଳ,ନଭ ସୁନ୍ଦର ତୁମ ଦର୍ଶନ ପାଇ l ଧରଣୀ ଧରିଛି ଚାମର କାଶତଣ୍ଡୀ ପ୍ରସୂନେ, କୁମୁଦ କମଳ ଶୋଭନ୍ତି ତବ ପଦ୍ମ ଚରଣେ l ସ୍ୱଚ୍ଛ ସୁନିର୍ମଳ ଚୌଦିଗ ତୁମ ଆଗମନରେ, ସବୁଜ ପାଟରେ ଧରିତ୍ରୀ ନଭ ସୁନୀଳାମ୍ବରେ l ମାନବ ହୃଦୟ ସେମିତି କର ସ୍ୱଚ୍ଛ ସୁନ୍ଦର ଈର୍ଷା, ହିଂସା, …

ପାର୍ବଣ Read More »

ମାଆର ପାର୍ବଣ

ଶାରଦୀୟ ପର୍ବ ମମତା ମୟୀର ଭକ୍ତି ପ୍ରୀତି ନିଦର୍ଶନ , ଉତ୍ସବ ମୁଖର ଏ’ ସାରା ଭାରତ ଭବ୍ୟ ପୂଜା ଆୟୋଜନ | ଶୁଭ୍ର କାଶ ପୁଷ୍ପ ସ୍ଵାଗତ କରୁଛି ପାର୍ବଣ ସମ୍ଭାରେ ହସି , ଆସ ମାଆ ଭବାନୀ ଶୁଭପ୍ରଦାୟିନୀ ଭକ୍ତ ଜନ ହେବେ ଖୁସି | ବର୍ଣ୍ଣାଢ଼୍ୟ ଉତ୍ସବ ପରବ ମାହୋଲ ସବୁତ ତୁମରି ଦାନ , ଭକତି ପ୍ରଣତୀ ମୂଣ୍ମୟ ମୂରତି କଲ୍ୟାଣ ଆଶିଷ ଧନ | କେତେ ସାଜସଜା ଆଲୋକର ମାଳା …

ମାଆର ପାର୍ବଣ Read More »