କବିତା

ଶରତ ଅନୁରାଗ

ଶରତ ଅନୁରାଗ ସ୍ୱଚ୍ଛ ଶରତର ନୀଳାଭ ଆକାଶେତାରକା ଚମକ କରେ,ନୀଳ ମାଟିରେ ମୌନ ଗୀତ,ବୃକ୍ଷରାଜି ଫୁଲ ହରେ || କୋଇଲିର ତାନେ ଗ୍ରାମ୍ୟ ଉପବନେମୋ ହୃଦୟ ଗୀତ ଗାଏ,ଗଗନେ ତାରକା ସେଇ ନିହାରିକାଅଭିଳାଷ ତା’ ଜଣାଏ || ପାଲିଆ ହୃଦୟ ଧଡ଼କ ଗୁଞ୍ଜନଏଇ ଶରତ ଦିନରେ,ତୁମର ସ୍ମୃତିକୁ ଏବେ ବି’ ଭାଳୁଛିଲୁଚାଇ ହୃଦ କନ୍ଦରେ ll ମୋ ପ୍ରେମର ଏହି ପ୍ରଣୟ ଗାଥା,ସମୟ ସିନେମା ହେଇଛି,ସହରେ ବହଇ ଶୀତଳ ପବନମନଟା ତୁମକୁ ଝୁରୁଛି ll ଶରତ ଆଣିଛି …

ଶରତ ଅନୁରାଗ Read More »

ଶରତ ଅନୁରାଗ

ଶରତ ଅନୁରାଗ ଫି’ ସନ ଆସୁଛି ଶରତ,ବେଳ ଉଣ୍ଡି କାଶତଣ୍ଡୀ ଢାଳୁଛି ଚାମର |ଶରଧାର ଶ୍ରୀମନ୍ଦିରେ,ଖେଳୁଛି ସ୍ନିଗ୍ଧପ୍ରଭା ଅହରହ ଶିଶିର |ନୀରବତା, ନିବିଡ଼ତା,ସବୁଠି ରୂପଲାବଣ୍ୟର ଅଦ୍ଭୁତ ଶୃଙ୍ଗାର |ଶରତର ପୂର୍ଣ୍ଣ ଇନ୍ଦୁ,ପରଶୁଛି ଅମୃତ ଧରଣୀ ଉପର |ଭବ୍ୟ ଉତ୍ସବ,ଲାଜେଇଛି କୁମୁଦଧରିତ୍ରୀ ଧରିଛି ହାତେ ବନ୍ଦାଣର ଥାଳ |ଶରତଆକାଶେ ଧଳା ବଉଦ,ରହିରହି ଶୁଭେ କାହା ବାଜେଣୀ ନୂପୁର|ଆସିଛି ଶରତ, ହସୁଛି ମରତ,ଉଲ୍ଲସିତ ତନୁମନେ ପ୍ରୀତିର ଜୁଆର |ହେଉଛନ୍ତି ଆଗପଛ,ଭସାମେଘ ସାଥେ ଶଶୀ ଦିବାକର |ପ୍ରକୃତି ଅଙ୍ଗରେ ସବୁଜ ପଣତ,ଶରତ …

ଶରତ ଅନୁରାଗ Read More »

ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ

ଧୀର ସମୀରଣ ବହୁଅଛି ଆଜି  ଆସିଛି ଶରତ ନବବଧୂ ସାଜି, ନବବେଶେ ଏଇ ଶ୍ୟାମଳ ମେଦିନୀ  ମନ ମୋହି ସତେ କରୁଛି କି ଗୁଣି । ତଟିନୀ ତଟେ ଏ କାଶତଣ୍ଡୀ ଫୁଲ  ଆଶ୍ୱିନ ଶେଷ ଯାଏଁ ଅଛି ତା’ ମୂଲ, ଲୋଟେ ଯେ ଶେଫାଳୀ ତଳେ ମାଳ ମାଳ କିଏ ବା ହୋଇବ ତା’ର ସାଥେ ତୁଲ ! ଆବାହନ କରୁଅଛି ଧବଳ ଧରଣୀ  ଅବତରି ଆସିଛି ସିଂହବାହିନୀ, ଧରା ପାଇ ତା’ର କୋମଳ ପରଶ  …

ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ Read More »

ଏବେ ବି ଓଦା ଓଦା କେଇହଳ ଆଖି

ଦେବୀ ଗଲା ପରେ ଏବେ ଖାଲି ମେଞ୍ଚା ମେଞ୍ଚା ନିଷ୍ପ୍ରାଣ ଶୂନ୍ୟତା ଚିକମିକ ହେଉଥିବା ସହରର ରାତି ସବୁ ଯେମିତି ହରାଇ ବସିଛନ୍ତି ନିଜ ସାଇତା ଐଶ୍ୱର୍ଯ୍ୟ ଓ ଖିଲି ଖିଲି ହସି ଉଠୁଥିବା ପ୍ରଗଳ୍ଭତା। ଦେବୀଗଡାରେ ଇତସ୍ତତଃ ପଡ଼ିଥିବା ଛଡାଫୁଲ ସବୁ ଖୋଜୁଛନ୍ତି ଭାସି ଯାଇଥିବା ନିବିଡ଼ ଅଶ୍ଳେଷ ମାଟିର ଦେବୀ ପ୍ରତିମା ପୁନଃଶ୍ଚ ମାଟିମଗ୍ନା ଖାଁ ଖାଁ ମଣ୍ଡପରୁ ତୋରଣ ପର୍ଯ୍ୟନ୍ତ। ହ୍ୱାଟ୍ସ ଅପ୍ ର ଷ୍ଟାଟସ୍ ରେ ଆଉ ଦିଶୁନାହିଁ ତୋରଣ ଓ …

ଏବେ ବି ଓଦା ଓଦା କେଇହଳ ଆଖି Read More »

ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ

ଛାଡି ଯାଇଛି ମେଘ , ଅନ୍ଧାର କୁ ଆଡେଇ ହେଇ ଦିଶିଲେଣି କେଇ ଗୋଟି ତାରା, ଆଲୁଅ କହିଲେ ଭିଜା ଦେହରେ ଶୁଖିଲା ଦିଶୁଥିବା ଫାଳେ ମିଛେଇ ଜହ୍ନ ..! ଜଳେଇ ପାରିନି ସତ ଲିଭେଇ ଦେଇ ଯାଇଛି ମାଟି ଠୁ କେଉଁ ଏକ ଆକାଶକୁ ସ୍ପଷ୍ଟ ଦିଶୁଥିବା ହଳେ ପାଦ ଚିହ୍ନ…| ଜାଳି ହୁଅନ୍ତା ପାପ ଯଦି ଦେହକୁ ବାଦ ଦେଇ, ଫେରେଇ ଆଣନ୍ତି ଅଖଣ୍ଡ ଶରୀର…! ଜଳିଗଲେ ଜଳିଯାଉ ଦେହ ଜଳିଲେ ପାପରୁ ମୁକ୍ତି …

ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ Read More »

ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ

ତୁମ କ୍ଷଣିକ ନଜରରେ ହିଁ ମୋ ଜୀବନର ସାର୍ଥକତା। ମୁଁ ଆସିନାହିଁ ମଣ୍ଡପକୁ ଦେଖିବାକୁ ତୁମ ରୂପର ଦିବ୍ୟତା କି ସାଜସଜ୍ଜାର ଭବ୍ୟତା ବାସ୍ ଚୋରେଇବାକୁ ଆସିଛି ମୋ ପ୍ରତି କ୍ଷଣଟିଏ କୃପାସିକ୍ତ ଦୃଷ୍ଟିପାତ ମାତ୍ର। ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ ଚଣ୍ଡୀପାଠର ଶ୍ରବଣରେ ସ୍ଥିର ହୁଏ ଭ୍ରମିତ ବିଶ୍ୱାସ ତୁମ ଆଗେ ଛିଡ଼ା ହେଲେ ଭୁଲିଯାଏ ଯେତେ ସବୁ ସାଇତା ଆଶା ଅଭିଳାଷ। କେଜାଣି କି ଆକର୍ଷଣେ ବାନ୍ଧିନିଅ ମୋତେ କିଭଳି ଯେ ସମ୍ମୋହନେ …

ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ Read More »

ଶରତ ଅନୁରାଗ

ଏଇ ଶୁଣନା ! କେବେ ପାଖକୁ ଆସି  ଅପେକ୍ଷାର ଅନ୍ତ ଘଟାଇବ ଯେ ? ଜାଣିଛ, ମନରୁ ମର୍ତ୍ତ୍ୟ ଯାଏଁ ଆତ୍ମାରୁ ଆକାଶ ଯାଏଁ ସଭିଏଁ ପରା ତୁମ ଅପେକ୍ଷାରେ । ଏଠି ଦିବା ଆଲୋକରେ ବି ଅମା ଅନ୍ଧକାରର ଭୟ, ଆଉ ବିସ୍ତୃତ କୋଳାହଳରେ ବି ଏକାନ୍ତତାର ହୁଏ ବିଜୟ  । ହଁ,  ଏଠି ଫଗୁଣ ଆସେ ରଙ୍ଗ ବି ବରଷେ, ଶ୍ରାବଣ ଆସେ ସଭିଙ୍କ ମନକୁ ହରଷେ । ହେଲେ ମୁଁ କାଇଁ ଭିଜିପାରେନି …

ଶରତ ଅନୁରାଗ Read More »

କାଶଫୁଲର ଆୟୁଷ କେତେ

ନୀଳ ନଭ ପୃଷ୍ଠେ ମେଘର ସ୍ୟାହୀରେଶରତ ଲେଖିଛି ଶ୍ୱେତ ବାର୍ତ୍ତା,ସବୁଜ ପାଟରେ ନଦୀ ଧାରେ ଧାରେକାଶଫୁଲ ଝୁମେ ଟେକି ମଥା। ଶୁଭ୍ର ଚାମରକୁ ଝୁଲାଇ ଝୁଲାଇଖେଳାଏ ସୁଖର ମୃଦୁ ଢେଉ,ପବନ ପଚାରେ ଚୁପ୍ କରି କାନେଏତେ ଖୁସି କହ କାହିଁ ହେଉ। ଭୂମାତା ଖୁସିରେ ସଜେଇ ହେଲାଣିଶୁଭ୍ର ଅଳଙ୍କାରେ ତନୁ ଭରି,ସବୁଜ ଓଢ଼ଣୀ ମଥାପରେ ଢାଙ୍କିଏକାନ୍ତରେ ଲାଜେ ଯାଏ ସରି। ଶୁଭ୍ରବସ୍ତ୍ର ପିନ୍ଧି ପରୀମାନେ ସତେଓହ୍ଲାଇ ଆସି ଏ ମର୍ତ୍ତ୍ୟପୁରେ,ପାରିଜାତ ଛାଡ଼ି ଫସି ଗଲେ ବୋଧେଘାସଫୁଲ ପ୍ରେମ …

କାଶଫୁଲର ଆୟୁଷ କେତେ Read More »

କାଶଫୁଲ’ର ଆୟୁଷ କେତେ!

କାଶ ଫୁଲର ଆୟୁଷ କେତେ …… ମୁଁ ମଲ୍ଲୀ କି ରଜନୀଗନ୍ଧା ଭଳି ଅର୍ଚ୍ଚିତା ନୁହେଁ , ମୁଁ କାଶତଣ୍ଡୀ ,ଅମଉଳା ଫୁଲଟେ। ତଥାପି ଡର ଲାଗେ  ସମୟ ର ଅତର୍କିତ ଆକ୍ରମଣକୁ କାଳେ ପୁଣି ବିଚ୍ଛିନ୍ନ କରିଦେବ  ମୋତେ, ତୁମ ଠାରୁ ! କାଶ ଫୁଲ ର ଆୟୁଷ ବା କେତେ! ଫେରି ଯିବ ପାର୍ବଣ ଶେଷରେ। ବାହୁଡିବା ପୂର୍ବରୁ ଥରେ ଆସି ଛୁଇଁ ଯାଅ ନା.. ମୋ ସୁନ୍ଦରତାକୁ ମୋ ଶୁଭ୍ରତାକୁ ମୋ ପାଗଳପଣକୁ। …

କାଶଫୁଲ’ର ଆୟୁଷ କେତେ! Read More »

ଅଳତା ବୋଳା ସେ ପାଦଚିହ୍ନ

ସ୍ୱଚ୍ଛ ତଡାଗର କମଳ ପୃଷ୍ଠରେ ଝଲସେ ତୁମର ଅଳତା ବୋଳା ସେ ପାଦଚିହ୍ନ, ଏଠି ଆବାହନ ମିଛ ହେଉ ପଛେ ତୁମ ଆସିବା ସତ୍ୟ ପ୍ରକୃତି ରାଣୀର ଅଙ୍ଗବଲ୍ଲରୀରେ ଶୋଭା ପାଇଲାଣି ଶିହରଣ। ସର୍ବ ଭୂତରେ ଥାଇ ମଧ୍ୟ ତୁମେ ଖୋଜାପଡ଼ ଶରତର ଶୁଭ୍ର ନଦୀପଠାରେ ମାଆ ହୋଇ ମାୟା ରଚ କେଜାଣି କାହିଁକି ମନ ବୁଦ୍ଧି ବାଟବଣା ହୁଏ ସଂସାରର ବିପରୀତ ଲୁଣା ପବନରେ। ଶକ୍ତି ହୋଇ ରହିଥାଅ ସିନା ଅନ୍ତରେ ଗୋପନେ ଅବଶ ପୌରୁଷ …

ଅଳତା ବୋଳା ସେ ପାଦଚିହ୍ନ Read More »