ଆସ ହେ ବୈଶାଖ ଆସ
ହେ ବୈଶାଖ ତୁମେ ବିଷୁବ ରେଖାରୁ ଅବତରି ଆସ ଧୀରେ, ନବବର୍ଷର ଏ ଆନନ୍ଦ ମୁହୂର୍ତ୍ତେ ଜଳନାହିଁ ଆଉ ଖରେ। ତୁମ ପାଇଁ ଦେଖ କେତେ ଆୟୋଜନ ସଂକ୍ରାନ୍ତିର ଏ ବେଳାରେ, ନହୁଅ ଉତ୍ତପ୍ତ ହୋଇ ଶାନ୍ତ ଚିତ୍ତ ଆସ ମୃଦୁ ଉଷ୍ମତାରେ। ବର୍ଷର ପ୍ରଥମ ଶାସନ ମୁକୁଟ ଧରିଅଛ ବୋଲି ଶିରେ, ନକର ତୁମର ଅହଙ୍କାର ପୁର୍ତ୍ତି ନିରୀହ ପ୍ରଜାଙ୍କ ପରେ। ଅଜାଡ଼ି ଦିଅନା ତୁମ ତୃଷ୍ଣା ଯେତେ ତୃଷିତ ଏ ଧରା ପରେ, ନବ …