କବିତା

ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ

ଛାଡି ଯାଇଛି ମେଘ , ଅନ୍ଧାର କୁ ଆଡେଇ ହେଇ ଦିଶିଲେଣି କେଇ ଗୋଟି ତାରା, ଆଲୁଅ କହିଲେ ଭିଜା ଦେହରେ ଶୁଖିଲା ଦିଶୁଥିବା ଫାଳେ ମିଛେଇ ଜହ୍ନ ..! ଜଳେଇ ପାରିନି ସତ ଲିଭେଇ ଦେଇ ଯାଇଛି ମାଟି ଠୁ କେଉଁ ଏକ ଆକାଶକୁ ସ୍ପଷ୍ଟ ଦିଶୁଥିବା ହଳେ ପାଦ ଚିହ୍ନ…| ଜାଳି ହୁଅନ୍ତା ପାପ ଯଦି ଦେହକୁ ବାଦ ଦେଇ, ଫେରେଇ ଆଣନ୍ତି ଅଖଣ୍ଡ ଶରୀର…! ଜଳିଗଲେ ଜଳିଯାଉ ଦେହ ଜଳିଲେ ପାପରୁ ମୁକ୍ତି …

ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ Read More »

ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ

ତୁମ କ୍ଷଣିକ ନଜରରେ ହିଁ ମୋ ଜୀବନର ସାର୍ଥକତା। ମୁଁ ଆସିନାହିଁ ମଣ୍ଡପକୁ ଦେଖିବାକୁ ତୁମ ରୂପର ଦିବ୍ୟତା କି ସାଜସଜ୍ଜାର ଭବ୍ୟତା ବାସ୍ ଚୋରେଇବାକୁ ଆସିଛି ମୋ ପ୍ରତି କ୍ଷଣଟିଏ କୃପାସିକ୍ତ ଦୃଷ୍ଟିପାତ ମାତ୍ର। ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ ଚଣ୍ଡୀପାଠର ଶ୍ରବଣରେ ସ୍ଥିର ହୁଏ ଭ୍ରମିତ ବିଶ୍ୱାସ ତୁମ ଆଗେ ଛିଡ଼ା ହେଲେ ଭୁଲିଯାଏ ଯେତେ ସବୁ ସାଇତା ଆଶା ଅଭିଳାଷ। କେଜାଣି କି ଆକର୍ଷଣେ ବାନ୍ଧିନିଅ ମୋତେ କିଭଳି ଯେ ସମ୍ମୋହନେ …

ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ Read More »

ଶରତ ଅନୁରାଗ

ଏଇ ଶୁଣନା ! କେବେ ପାଖକୁ ଆସି  ଅପେକ୍ଷାର ଅନ୍ତ ଘଟାଇବ ଯେ ? ଜାଣିଛ, ମନରୁ ମର୍ତ୍ତ୍ୟ ଯାଏଁ ଆତ୍ମାରୁ ଆକାଶ ଯାଏଁ ସଭିଏଁ ପରା ତୁମ ଅପେକ୍ଷାରେ । ଏଠି ଦିବା ଆଲୋକରେ ବି ଅମା ଅନ୍ଧକାରର ଭୟ, ଆଉ ବିସ୍ତୃତ କୋଳାହଳରେ ବି ଏକାନ୍ତତାର ହୁଏ ବିଜୟ  । ହଁ,  ଏଠି ଫଗୁଣ ଆସେ ରଙ୍ଗ ବି ବରଷେ, ଶ୍ରାବଣ ଆସେ ସଭିଙ୍କ ମନକୁ ହରଷେ । ହେଲେ ମୁଁ କାଇଁ ଭିଜିପାରେନି …

ଶରତ ଅନୁରାଗ Read More »

କାଶଫୁଲର ଆୟୁଷ କେତେ

ନୀଳ ନଭ ପୃଷ୍ଠେ ମେଘର ସ୍ୟାହୀରେଶରତ ଲେଖିଛି ଶ୍ୱେତ ବାର୍ତ୍ତା,ସବୁଜ ପାଟରେ ନଦୀ ଧାରେ ଧାରେକାଶଫୁଲ ଝୁମେ ଟେକି ମଥା। ଶୁଭ୍ର ଚାମରକୁ ଝୁଲାଇ ଝୁଲାଇଖେଳାଏ ସୁଖର ମୃଦୁ ଢେଉ,ପବନ ପଚାରେ ଚୁପ୍ କରି କାନେଏତେ ଖୁସି କହ କାହିଁ ହେଉ। ଭୂମାତା ଖୁସିରେ ସଜେଇ ହେଲାଣିଶୁଭ୍ର ଅଳଙ୍କାରେ ତନୁ ଭରି,ସବୁଜ ଓଢ଼ଣୀ ମଥାପରେ ଢାଙ୍କିଏକାନ୍ତରେ ଲାଜେ ଯାଏ ସରି। ଶୁଭ୍ରବସ୍ତ୍ର ପିନ୍ଧି ପରୀମାନେ ସତେଓହ୍ଲାଇ ଆସି ଏ ମର୍ତ୍ତ୍ୟପୁରେ,ପାରିଜାତ ଛାଡ଼ି ଫସି ଗଲେ ବୋଧେଘାସଫୁଲ ପ୍ରେମ …

କାଶଫୁଲର ଆୟୁଷ କେତେ Read More »

କାଶଫୁଲ’ର ଆୟୁଷ କେତେ!

କାଶ ଫୁଲର ଆୟୁଷ କେତେ …… ମୁଁ ମଲ୍ଲୀ କି ରଜନୀଗନ୍ଧା ଭଳି ଅର୍ଚ୍ଚିତା ନୁହେଁ , ମୁଁ କାଶତଣ୍ଡୀ ,ଅମଉଳା ଫୁଲଟେ। ତଥାପି ଡର ଲାଗେ  ସମୟ ର ଅତର୍କିତ ଆକ୍ରମଣକୁ କାଳେ ପୁଣି ବିଚ୍ଛିନ୍ନ କରିଦେବ  ମୋତେ, ତୁମ ଠାରୁ ! କାଶ ଫୁଲ ର ଆୟୁଷ ବା କେତେ! ଫେରି ଯିବ ପାର୍ବଣ ଶେଷରେ। ବାହୁଡିବା ପୂର୍ବରୁ ଥରେ ଆସି ଛୁଇଁ ଯାଅ ନା.. ମୋ ସୁନ୍ଦରତାକୁ ମୋ ଶୁଭ୍ରତାକୁ ମୋ ପାଗଳପଣକୁ। …

କାଶଫୁଲ’ର ଆୟୁଷ କେତେ! Read More »

ଅଳତା ବୋଳା ସେ ପାଦଚିହ୍ନ

ସ୍ୱଚ୍ଛ ତଡାଗର କମଳ ପୃଷ୍ଠରେ ଝଲସେ ତୁମର ଅଳତା ବୋଳା ସେ ପାଦଚିହ୍ନ, ଏଠି ଆବାହନ ମିଛ ହେଉ ପଛେ ତୁମ ଆସିବା ସତ୍ୟ ପ୍ରକୃତି ରାଣୀର ଅଙ୍ଗବଲ୍ଲରୀରେ ଶୋଭା ପାଇଲାଣି ଶିହରଣ। ସର୍ବ ଭୂତରେ ଥାଇ ମଧ୍ୟ ତୁମେ ଖୋଜାପଡ଼ ଶରତର ଶୁଭ୍ର ନଦୀପଠାରେ ମାଆ ହୋଇ ମାୟା ରଚ କେଜାଣି କାହିଁକି ମନ ବୁଦ୍ଧି ବାଟବଣା ହୁଏ ସଂସାରର ବିପରୀତ ଲୁଣା ପବନରେ। ଶକ୍ତି ହୋଇ ରହିଥାଅ ସିନା ଅନ୍ତରେ ଗୋପନେ ଅବଶ ପୌରୁଷ …

ଅଳତା ବୋଳା ସେ ପାଦଚିହ୍ନ Read More »

ଦେବୀ 

ଓଦା ଓଦା ହଳେ ଆଖି ଚାହିଁରହିଥିଲା ତୋର ଫେରିବା ବାଟକୁ ତୁ କାଳେ ଦେବୀ ପାଲଟୁ ଥିଲୁ ସଜେଇହେଇଥିବା ପେଣ୍ଢାଲରେ ।। କାଶତଣ୍ଡୀର ଶ୍ବେତ ଅନୁରାଗ ଟାଣି ଧରୁଥିଲା ପ୍ରତି ଯାତ୍ରୀକୁ ଚିତ୍ରା ନଦୀ କୂଳେ ରାଜମାର୍ଗରେ ଚକ ଗଡେଇଲା ବେଳେ ପଠାରୁ କହୁଥିଲା ” ଉଠା ଫଟୋ ଦେବୀ ଭଙ୍ଗୀରେ, ତୋ ଭିତରର ଟାଣପଣକୁ କ୍ୟାମେରା କାଚରେ ଧର କେତେ ସୁରକ୍ଷିତ ସୁନ୍ଦର ଦିଗ ତୋର ହେଜେ ଥରେ ।। ଦେବୀଙ୍କୁ ଦେଖିବାକୁ ଯିବୁ ପରେ …

ଦେବୀ  Read More »

ଶରତ ଅନୁରାଗ

ଶରତର ଆଗମନେ   ଫୁଟି କାଶତଣ୍ଡି, ଧବଳ ରଙ୍ଗେ ଶୋହୁଛି     ଧରଣୀର ପିଣ୍ଡି..l ଭୋଦୁଅ ଆକାଶେ ଜହ୍ନ     ଭାରି ନିରିମଳ, ଦେଖି ଜହ୍ନ କୁମୁଦିନୀ     ଜଳେ ଟଳମଳ..l ପୁଷ୍କରିଣୀ ତଟେ ଦେଖି     ଶଶୀ ପ୍ରତିଛବି, ଶରତର ଦୃଶ୍ୟ ଆଙ୍କେ     ଭାଷାରେ ତ କବି..l ବିଘ୍ନ ବିନାଶକ ପ୍ରଭୁ     ବାପ୍ପା ଗଜାନନ, ଅବତରି ଶରତରେ     ଦିଅନ୍ତି ଦର୍ଶନ..l ଷୋଳକଳା …

ଶରତ ଅନୁରାଗ Read More »

 ମାଟିଲଗ୍ନା

ମାଟିରେ ଗଢା ଦେହ ଦେହକୁ ନେଇ ଜୀବନ  ଏତେ ବ୍ୟାପକ ଏ ମାଟିର ବାସ୍ନା  ଖେଳାଇପାରେ ଚଞ୍ଚଳତା  ମର୍ତ୍ତ୍ୟ, ନର୍କ, ବୈକୁଣ୍ଠେ,  ଓଟାରିପାରେ କୁରୁସଭାରୁ କୁରୁକ୍ଷେତ୍ର  ଆଙ୍କିପାରେ ସୃଷ୍ଟି ଓ ବିଲୟର ଚିତ୍ର  ତା’ ସ୍ଥିତିରେ ଦେଖାଇପାରେ  କେତେ ଯେ ପ୍ରତିରୂପ  ! ସୃଷ୍ଟିର ଆଦ୍ୟ ଝଙ୍କାର ଅବା  ଯବନିକାର ଚାଖଣ୍ଡେ ଭୂଇଁ  ଆଦିରୁ ଅନ୍ତ ମୁଠାଏ ମାଟି ପାଇଁ  କେତେ ଯେ ହାହାକାର।  ବିଦ୍ରୋହ କି ଦ୍ରୋହ ପାଇଁ  ଶବ୍ଦସବୁର ଲଢେଇ  ନିଗିଡିଯାଏ ବେଦନାର ଅଶ୍ରୁ  …

 ମାଟିଲଗ୍ନା Read More »

” ଏବେବି ଓଦା ଓଦା କେଇହଳ ଆଖି “

ମୁଁ ସେଠୁ ଫେରିବାର ଯୁଗଟେ ହେଲାଣି ସେ ମୋତେ ଭୁଲିବାର ପର୍ବ ଟେ ଗଲାଣି କହିତ ପାରିଲିନି କଥା ଥିଲା ବାକି ଏବେବି ଓଦା ଓଦା କେଇ ହଳ ଆଖି…..||0|| ଆମ ପ୍ରେମ ପଣୟର ଗୋଟେ ବୋଲି ସାକ୍ଷୀ ତା ଆଗେ ସବୁ ସତ ମିଛ ଗୋଟେ ବାକି ବିରହୀ ପ୍ରେମିକା ଟା ହୁଏ ଯାହା ବୋକୀ ଏବେବି ଓଦା ଓଦା କେଇ ହଳ ଆଖି…..||୧|| ତୁମେ ଯେବେ ଯାଇଥିଲ ଜହ୍ନ ତ ନଥିଲା ତୁମ ମୁହଁ …

” ଏବେବି ଓଦା ଓଦା କେଇହଳ ଆଖି “ Read More »