କବିତା

ଭିନ୍ନ ଏକ ରଜ

ରଜର ରଙ୍ଗରେ ରଙ୍ଗୀନ୍ ସାଜି ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି, ଏଠି ସଭିଏଁ ମସଗୁଲ୍ ରଜ ପାଳିବାରେ । ଆଉ ସେପଟେ ସେ, ସେପଟେ ସେ ମସଗୁଲ୍ ନିତି ସକାଳର ଦିନଚର୍ଯ୍ୟା ସାରି ବାହାରିଯିବାକୁ ନିଜ କର୍ମ କ୍ଷେତ୍ରରେ । ମଥାରେ ଭଳି କି ଭଳି କୁଙ୍କୁମ ଟିପା ଅତି ଯତନରେ ଗଭୀର ସାଜସଜ୍ଜା ହୋଇ, ଏଠି ସଭିଏଁ ଗାଉଥିଲେ ରଜଗୀତ । ଆଉ ସେପଟେ ସେ, ସେପଟେ ସେ ଆଙ୍କିଥିଲା ଭିନ୍ନ ଭିନ୍ନ ଆକୃତିର ବୁହା …

ଭିନ୍ନ ଏକ ରଜ Read More »

ସେ ଖାଲି ରଜ ନୁହେଁ

ସେ ଖାଲି ରଜ ନୁହେଁ କୁଆଁରୀ ଆଖିର ଖୁସିଟିଏ, ସେ ଖାଲି ରଜ ନୁହେଁ ପଶାପାଲିର ଆସରଟିଏ। ଜ୍ୟେଷ୍ଠ ଶେଷେ ଆଦ୍ୟ ଆଷାଢେ ପହିଲି ବର୍ଷାରେ ସଭିଙ୍କୁ ଭିଜାଏ, ସେ ଖାଲି ରଜ ନୁହେଁ କଦଳୀ ପଟୁଆର କଥାଟିଏ। ରଜସ୍ୱଳା ହୋଇ ଧରଣୀ ମା ତିନି ଦିନ ଆରାମ ପାଏ, ସେ ଖାଲି ରଜ ନୁହେଁ ଚାଷୀଭାଇର ବିରତିର ଦିନଟିଏ। ପିଠା, ମିଠା ଆଉ ଖିଲିପାନ ସାଙ୍ଗେ କୁଣିଆରେ ଘର ପୁରିଯାଏ, ସେ ଖାଲି ରଜ ନୁହେଁ …

ସେ ଖାଲି ରଜ ନୁହେଁ Read More »

ରଜଗୀତ

ଜୟ ପ୍ରଭୁ ଜଗନ୍ନାଥ, ତୁମ ପାଦତଳେ କୋଟି ପ୍ରଣତି, କୋଟି ପ୍ରଣତି ହେ କୋଟି ଓଡ଼ିଆଙ୍କ ନାଥ l ଆସିଛି ରଜ ପରବ, କୁଆଁରୀ ଝିଅଙ୍କ ଗେଲ ଗରବ, ଗେଲ ଗରବ ସେ ହସି ହସି ଦିନ ଯିବ l ନଈରେ କୋଚିଆ ଗାତ, ଦୁହିତା ଜନମ ଦୁଇକୁଳକୁ ଦୁଇ କୁଳକୁ ଲୋ ଦୁଇ କୁଳ ପାଇଁ ହିତ l ନଈକୁ ଫିଙ୍ଗିଲି ଗିଲ, ଭୁଲି ହେବ ନାହିଁ ଏ ସାଙ୍ଗ ମେଳ, ଏ ସାଙ୍ଗ ମେଳ …

ରଜଗୀତ Read More »

ରଜଗୀତ

ରଜର ସହରୀ ଥାଟ ସହରୀ ସଭ୍ୟତା ସିନେମା ଗୀତ ସିନେମା ଗୀତ ଲୋ ମନକୁ କରେ ଉଚ୍ଚାଟ ।। ଦୋଳିଖେଳ ପୁଚିଖେଳ ପାନଖିଆ ସାଥେ ପିଠାରମେଳ ପିଠାରମେଳ ଲୋ କ୍ଲବ ରେ ଲୋକ ଠୁଳ ।। ସୁଟିଂ ସେଟରେ ଆଜ ରଜକୁଇନ ପାଇଁ ହୋଇଛି ସଜ ହୋଇଛି ସଜ ଲୋ ଟିଭି ରେ ପାଳିବି ରଜ ।। ଗଛନାହିଁ ତୋଟା ଖାଲି ଫ୍ଲାଟ ଘରର ସିମେଣ୍ଟ ଗଳି ସିମେଣ୍ଟଗଳି ଲୋ ଲୁହାରଡ଼ରେ ଦୋଳି।। ରଜଗୀତପାଶୋରିଛି ପିଠାପଣା ଯେତେ …

ରଜଗୀତ Read More »

ରଜ ମଉଜ

ଆଷାଢ଼ ଆସିବ ମା’ ମାଟି ପାଇବ ପ୍ରିୟ ମେଘର ପରଶ, ରଜସ୍ଵଳା ପୃଥ୍ବୀ ହେବ ଫଳବନ୍ତା ସଭିଙ୍କ ମନ ହରଷ। ।୦। ପ୍ରଜନନ ପାଇଁ ମାଆଟି ଯେପରି ନେଇଥାଏ ଯେ ବିଶ୍ରାମ, ରଜପର୍ବ ଅଟେ ମାଆ ମାଟି ପାଇଁ ତା’ର ଏକ ଅନୁକ୍ରମ। ।୧। କୁମାରୀଙ୍କ ପାଇଁ ଏହି ପର୍ବ ଦିଏ ମାତୃତ୍ଵର ପ୍ରଶିକ୍ଷଣ, ଆଚାର ସଂହିତା ଶିଖାଏ ତାହାଙ୍କୁ ଦୃଢ କରେ ସ୍ତ୍ରୀ ଜୀବନ। ।୨। ରଜ ପୂର୍ବଦିନ ଶେଷ ହୋଇଯାଏ କଟା, ବଟା, ସବୁ …

ରଜ ମଉଜ Read More »

ଏଥର ରେବି ପାଳିବ ରଜ

ବ୍ୟାସେ ! ଚିହ୍ନିପାରୁଛ କି ମୋତେ ମୁଁ ପରା ସେଇ ପାଟପୁରର ରେବି ଯାହାର ଜୀବନେ ତୁମେ ଲେଖିଥିଲ …. ଦୁଃଖ ,ଯନ୍ତ୍ରଣା ଆଉ ଅକାଳମୃତ୍ୟୁ । ଆଜି ମୁଁ ଫେରିଛି ….ଖାଲି ତୁମଠାରୁ ଜବାବ ମାଗିବା ପାଇଁ । କୁହ ବ୍ୟାସେ ! କଣ ବା ଭୁଲ ଥିଲା ମୋର ମାତ୍ର ଦଶବର୍ଷ ବୟସରେ ମୋତେ ତୁମେ ଦେଖେଇଲ ମୃତ୍ୟୁର ଦ୍ବାର । ପ୍ରଥମେ ଛଡାଇନେଲ ମା କୁ ମୋର ଉଠାଇନେଲ ମୋ ମୁଣ୍ଡରୁ ମୋ …

ଏଥର ରେବି ପାଳିବ ରଜ Read More »

ଚିଠିରେ ଚିଠିରେ

ଖଣ୍ଡେ କାଗଜର ନଦୀପଠାରେ ସେ ଏକ ସେ ଏକ ଛଳ ଛଳ ଭାବପ୍ରବଣତାର ମୃଦୁ ଉର୍ମିମାଳା ଯେଉଁଠି ସଞ୍ଚରି ଯାଏ କୂଳରୁ କୂଳକୁ ଭେଳା ଭେଳା ଆତ୍ମୀୟତାର ଦଳ, ଶବ୍ଦରେ ଶବ୍ଦରେ ଧୋଇ ଦେଇ ପ୍ରତୀକ୍ଷାର ନୀଳ ଗାର ମାନ। କେତେ କଣ ଅଭିଯୋଗର ଚିଠା ଭରପୁର ମାତ୍ରାରେ ସାଇତା ପ୍ରଗଳ୍ଭତା ଅନା ବନା ଭାବନାର ରଙ୍ଗ ପ୍ରଜାପତି ଚୁନା ଚୁନା ସପନର ଅଧା ଶୁଆ ରାତି ବୁନ୍ଦା ବୁନ୍ଦା ଲୁହର ଚକ୍ ଚକ୍ ମୋତି ଖିଲି …

ଚିଠିରେ ଚିଠିରେ Read More »

କବି ହେବା ଏତେ ସହଜ ନୁହେଁ

ଶବ୍ଦରେ ଶବ୍ଦକୁ ଯୋଡି, ଭାବକୁ ଭାବରୁ ଫେଡ଼ି କାଗଜ ଛାତିରେ କଲମ ତୁଳୀରେ କବିତା ଆଙ୍କିବାକୁ ହୁଏ କବି ହେବା ଏତେ ସହଜ ନୁହେଁ, କବି ହେବା ଏତେ ସହଜ ନୁହେଁ। ସମାଜ ଆଖିରୁ ଝରିଲେ ଲୁହ କବି ଆଖିରୁ ଝରଇ ଲହୁ, ଦିନ ଦ୍ଵିପ୍ରହରେ,ଡହ ଡହ ଝାଞ୍ଜିରେ ତମାମ ଦୁଃଖକୁ ପିଠି କରି ଶତାବ୍ଦୀର ସୂର୍ଯ୍ୟ ପାଇଁ କଲମର ନୀଳ ସ୍ୟାହିରେ ରକ୍ତ ରଙ୍ଗର ବିଦ୍ରୋହୀ ଶବ୍ଦଙ୍କୁ ପାଳିବାକୁ ହୁଏ, କବି ହେବା ଏତେ ସହଜ …

କବି ହେବା ଏତେ ସହଜ ନୁହେଁ Read More »

ବାଲିଘର

ମେଞ୍ଚାଏ ସ୍ଵପ୍ନର ବାଲିଘର ଆଶାର ଅସରା ପାଣିଝର। ତା ଭିତରେ ପଡ଼ି ଉବୁଟୁବୁ ହୁଏ ସଂଜ୍ଞା ଖୋଜି ଧନ୍ଦି ହେଉଥିବା ଏଇ ଅଭିମାନୀ ପ୍ରଗଳ୍ଭ ସଂସାର। କେବେ ଧୂଳିଝଡ଼ରେ ପୋତି ହୋଇଯାଏ ସାଇତା ଯୋଜନାର ଅନେକ ଅଧାଗଢ଼ା ଶିଳାନ୍ୟାସ ମାନ କେବେ ଉଡ଼ିଯାଏ ସଜଡ଼ା ସମୃଦ୍ଧିର ଧ୍ଵଜା ନିୟତିର ଉଜୁଡ଼ା ତୋଫାନରେ ଭାଙ୍ଗିଦେଇ ଅଧାଭିଜା ମନ। ଯନ୍ତ୍ରଣାର ବତୁରା ଆର୍ଦ୍ରତାରେ ଖୁବ୍ ଲାଭ ହୁଏ ବାଲିଘରରେ ଭରିଦିଏ ଯଥେଷ୍ଟ ସ୍ଥିରତା, ଅଭିମାନ ଓ ଅପମାନ ଏକା ଭଳି …

ବାଲିଘର Read More »

ତୁମେ ଶକ୍ତି ତୁମେ ଭକ୍ତି

ଅସୀମିତ ଆଶା ଆକାଂକ୍ଷା ଭିତରେ ଅଚିହ୍ନାଟେ ଥିଲ ତୁମେ, ଅଗଣିତ କଥା ଅଭିଳାଷ ମଧ୍ୟେ ବାନ୍ଧିନେଲ ଆଜି ତୁମେ । ଜଣାନାହିଁ କେବେ ଏତେ ବି ନିଜର ସାଜିଗଲ ଧୀରେ ତୁମେ, ମନେନାହିଁ କେବେ ଅଜଣାଟେ ବୋଲି ଥିଲ କେଉଁ ଦିନ ତୁମେ । ଅନେକ ସ୍ୱପ୍ନର ଦିଗହରା ପଥେ ବାସ୍ତବତା ପରା ତୁମେ, ଅଦେଖା ବାଟର ସମ୍ଭାବନା ପରି ଆଶାର ଆଲୋକ ତୁମେ । ଝରା ଶେଫାଳୀର ପ୍ରୀତି ସୁଗନ୍ଧରେ ସକଳ ସନ୍ତୋଷ ତୁମେ, ଭରା …

ତୁମେ ଶକ୍ତି ତୁମେ ଭକ୍ତି Read More »