ଶିଥିଳାଗମନ
ଚାରିଆଡ଼େ କାଶତଣ୍ଡି ହସୁଛି। ଏକ ଅପୂର୍ବ ଶିହରଣ ମନକୁ ଆନ୍ଦୋଳିତ କରୁଛି।ମା’ ଦୁର୍ଗାଙ୍କର ଧରାବତରଣ ହେଉଛି…ହେଲେ… ଶରତ ମନରେ ବହୁତ ଦୁଃଖ । ତା’ର ଭୁଲ୍ ବା କଣ? ସେ ତ ଚିରାଚରିତ ରୀତିରେ ଠିକ୍ ସମୟରେ ଆସି ପହଞ୍ଚି ଯାଇଛି। ଯେମିତି ସବୁବେଳେ ଆସେ…ପ୍ରତ୍ୟେକଥର ପରି ଏଥର ମଧ୍ୟ ହୃଦୟ ଭରି ପୁଷ୍ପସମ୍ଭାର ନେଇ ସେ ଆସିଛି.. ସବୁଥର ପରି ଛାତି ଦଲକାଇ ଦେଲା ପରି ନିଜ ସ୍ପନ୍ଦନର ଆବେଗ ମଧ୍ୟ ପାଖରେ ରଖିଛି..ହେଲେ ଏଥର …