ପ୍ରେମ ଏକ ମିଛେଇ ଝିଅର ନାଁ

ସବୁଜ ଦିନର ଅଭୁଲା ସ୍ମୃତି ସେ ସବୁଜ ବୟସ କଥା,
ବିସ୍ମୃତ ରହିଛି ତୁମର ଆମର ପ୍ରେମପୂର୍ଣ୍ଣ କଥାବାର୍ତ୍ତା  ।
ପ୍ରେମ ପ୍ରତିମା ମୋ ପ୍ରଣୟୀ ନାୟିକା କଥା ଦେଇଥିଲ ତୁମେ,
ହାତେ ହାତ ଆମ ସମ୍ପର୍କର ଡୋରି ରହିବ ଏ ମର୍ତ୍ତ୍ୟଧାମେ ।
ସବୁ ମିଥ୍ଯା କଥା ମିଥ୍ଯା ପ୍ରଣ ଦେଇ କରିଲ ମୋ ବ୍ୟବହାର,
ସ୍ୱାର୍ଥ ସିଦ୍ଧି ପରେ ଅର୍ଥ ପ୍ରାପ୍ତି ହେଲା ଛାଡି ଚାଲିଗଲ ଦୂର  ।
ଅର୍ଥ ପ୍ରାପ୍ତି ପରେ ସମ୍ପର୍କ ଭାଙ୍ଗିଲ କଥା ପାଇଁ କଲ ଲାଜ,
କି ଦୋଷ ଥିଲା ମୋ ହୃଦୟ ପ୍ରେମର ବିଶ୍ଵାସରେ ଦେଲ ବିଷ  ।
କିପରି କହିବି ବିଶ୍ବାସଘାତିକା କହିବି ମିଛେଇ ତୁମେ,
ସମ୍ପର୍କର ଡୋରି ରଖିଥିଲି ମୁହିଁ କେବେ ଛାଡିବିନି ମନେ ।
ବୟସ ପ୍ରାପ୍ତିରେ ସ୍ତ୍ରୀ ପୁତ୍ର କନ୍ଯା ସବୁ ପ୍ରାପ୍ତ କଲି ମୁହିଁ ,
ତଥାପି ମୋହର ହୃଦୟ କନ୍ଦରେ ବିରାଜିତ ଅଛୁ ତୁହି।
ପ୍ରାପ୍ତ ବୟସରେ ବିସ୍ମରି ପାରୁନି ଆମ ପ୍ରେମ ଜୀବନର କଥା,
ବିଶ୍ଵାସ ଘାତକ କଲୁ ତୁହି ପ୍ରିୟା ମିଛେଇ ତୋହରି ନାଁ  ।

Leave a Comment

Your email address will not be published. Required fields are marked *