ଅଶୀଣ ସଞ୍ଜେ
ଘର ଟା ଖାଁ ଖାଁ ଲାଗୁଛି । ସବୁଆଡେ ଆଦ୍ୟାର ଅସଂଖ୍ୟ ପଦଚିହ୍ନ । ଆଦ୍ୟା ରୁମ୍ ରେ ଟଙ୍ଗା ହେଇଥିବା ସମୟ ମୁହଁ ମୋଡ଼ି ଦେଇଛି । ବାଲକୋନୀରେ ରାତିର ନୀରବତା କାନ୍ଦୁଛି । କାନ୍ଥ ସାରା ଆଦ୍ୟାର ରଙ୍ଗତୂଳୀର ଚାଳନ ଧୀରେ ଧୀରେ ଫିକା ପଡୁଛି । ମନିପ୍ଲାଣ୍ଟ୍ ପାଖରେ ଅଳନ୍ଦୁ ନିଜ ବସା ବାନ୍ଧିଲାଣି । ଦୁଇବର୍ଷ ବିତିଗଲାଣି ସେ କଥାକୁ । ଏଇ ପାର୍ବଣ ବେଳେ ହିଁ ଏଇ ଘରର ସବୁ ସୁଖ ଜଳିପୋଡି ଯାଇଥିଲା । ରାଗିଗଂ ଓ ଦୁର୍ବବ୍ୟବହାରର ଚାପ ସହି ନପାରି ଆତ୍ମହତ୍ୟା କରିଥିଲା ଆଦ୍ୟା । ଏବେ ବି ଛାତପଖାଂ ଆଡେ ଅନେଇ ଦେଲେ ଜୟାଙ୍କୁ ଲାଗେ ଅଦୃଶ୍ୟ ଏକ ଫାଶ ତାଙ୍କ ଗଳା ଚିପି ଶ୍ୱାସରୁଦ୍ଧ କରୁଛି । ଧଡପଡ ହେଇ ବାହାରି ଆସନ୍ତି ଆଦ୍ୟା ରୁମ୍ ରୁ । ଆଉ ବାହାରୁ ତାଲା ପକେଇ ଦିଅନ୍ତି ।
ଏଥର ଜୋରଜବରଦସ୍ତି କରି ସୈାମ୍ୟ ହାତ ଧରି ଟାଣିନେଲେ ପାର୍ବଣରେ ବୁଲେଇବା ପାଇଁ । ଧରଣୀରେ ଦେବୀପକ୍ଷର ଆଗମନ ହେଇ ସାରିଲାଣି । ଆକାଶରେ ଖଣ୍ଡ ଖଣ୍ଡ ଧଳା ମେଘ, ମାଟିସାରା ଫୁଲର ଗାଲିଚା । ମଝିରେ ମଝିରେ କାଶତଣ୍ଡୀର ଅପରୂପ ଶୋଭା ପ୍ରକୃତିକୁ ଆହୁରି ସୁନ୍ଦର କରିଦେଉଛି । ଅଶୀଣ ମାସର କ୍ଷେତରେ ଧାନ କେଣ୍ଡା ଲହରୀ ମାରୁଛି । ସବୁଥର ଏଇ ମନଲୋଭା ଦୃଶ୍ୟର ଆକର୍ଷଣରେ ଉଲ୍ଲସିତ ହେଉଥିବା ଜୟା କିନ୍ତୁ ଆଉ ଏସବୁରେ ଖୁସି ହେଇ ପାରୁ ନାହାଁନ୍ତି । ଆଖି ଶୁଷ୍କ ଆଉ ନୀରସ ହେଇଯାଇଛି । ମଂଜୁଆତି ରଙ୍ଗୀ ଅଶୀଣ ସଞ୍ଜ ଆହୁରି ମନମୁଗ୍ଧକର ହେଇ ଉଠୁଥାଏ । କାର୍ ରୁ ଓହ୍ଲେଇ ସୈାମ୍ୟ ଟାଣିନେଲେ ବିଲ୍ ହୁଡାରେ କାଶତଣ୍ଡୀ ସମ୍ଭାରରେ ଫୋଟୋ ଉଠେଇବାକୁ । ହଠାତ୍ ଜୟାଙ୍କ ନଜର ପଡିଲା ବିଲହୁଡା ଭିତରେ କ୍ଷତାକ୍ତ ଅବସ୍ଥାରେ ପଡିଥିବା ଛୁଆଟା ଉପରେ । କୋଳକୁ ଉଠେଇ ଆଣିଲେ । ଅଳତା ପିନ୍ଧା ପାଦ ଦିଟା ଖୁବ୍ ସୁନ୍ଦର ଦିଶୁଥିଲା କୁନି ଝିଅର । ଅନାୟସରେ ଜୟାଙ୍କ ମୁହଁରୁ ବାହାରିଗଲା, “ଦେବୀ ପକ୍ଷରେ ଅଶୀଣ ଆକାଶୁ ଏଇ ବାଟେ ଦେବୀ ଆସିଛନ୍ତି ଅଳତା ପିନ୍ଧା ପାଦରେ । ଦେଖ ତ ସୈାମ୍ୟ, ଆଶୀର୍ବାଦ ସବୁ ଉଲ୍କା ହେଇ ଖସିଆସିଛି ଆମ କୋଳରେ । ୟା ନାଁ ନିତ୍ୟା ରଖିଲେ କେମିତି ହେବ !”
https://cr-v.su/forums/index.php?autocom=gallery&req=si&img=4025
https://mazda-demio.ru/forums/index.php?autocom=gallery&req=si&img=6404
http://toyota-porte.ru/forums/index.php?autocom=gallery&req=si&img=3332
https://hrv-club.ru/forums/index.php?autocom=gallery&req=si&img=7074
https://mazda-demio.ru/forums/index.php?autocom=gallery&req=si&img=6520